Gadar 2 Film Starcast Fees: ଜାଣନ୍ତୁ ‘ଗଦ୍ଦର ୨’ ଫିଲ୍ମ ପାଇଁ କେତେ କୋଟି ଚାର୍ଜ କରିଛନ୍ତି ସନି ଦେଓ୍ବଲ ଓ ଅମୀଷା ପଟେଲ

Gadar 2 Film Starcast Fees: ଫିଲ୍ମ ‘ଗଦ୍ଦର ୨’ ଚଳିତ ବର୍ଷ ରଲିଜ୍ ହେବ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସନି ଦେଓ୍ବଲ ଓ ଅମୀଷା ପଟେଲ । ନିକଟରେ ଫିଲ୍ମର ଏକ ଝଲକ ସାମ୍ନାକୁ ଆସିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ,ଅଭିନେତା ସନ୍ନି ଦେଓଲ ଏକ ବଳଦଗାଡ଼ିର ଚକାକୁ ଟେକି ଧରିଥିବା ବେଳେ ରାଗରେ ଥିଲେ । ପୂର୍ବ ସିନେମାରେ ସନ୍ନି ଏକ ହ୍ୟାଣ୍ଡପମ୍ପ ଓପାଡ଼ି ଦେଉଥିବା ଦର୍ଶକ ଦେଖିବାକୁ ପାଇଥିଲେ।

Tue, 17 Jan 2023-5:31 pm,
1/6

2/6

ସର୍ବପ୍ରଥମେ,ଆସନ୍ତୁ ଫିଲ୍ମର ମୁଖ୍ୟ ଚରିତ୍ର ତାରା ସିଂଙ୍କ ବିଷୟରେ ଆଲୋଚନା କରିବା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସନି ଦେଓଲ ପୁଣିଥରେ ତାର ସିଂ ଭୂମିକାରେ ଅଭିନୟ କରିବାକୁ ପ୍ରାୟ ନିର୍ମାତାଙ୍କ ଠାରୁ ୫ କୋଟି ଟଙ୍କା ନେଉଛନ୍ତି । 

 

3/6

ଫିଲ୍ମ ‘ଗଦ୍ଦର ୨’ରେ ତାରା ସିଂଙ୍କ ବିପକ୍ଷରେ ନାୟିକା ସାଜିବେ ଅମୀଷା ପଟେଲ । ଖବର ଅନୁଯାୟୀ ଆମିଷା ପଟେଲ ଏହି ଚଳଚ୍ଚିତ୍ର ପାଇଁ ପ୍ରାୟ ୨ କୋଟି ଟଙ୍କା ନେଇଛନ୍ତି।

 

4/6

ଏହି ଚଳଚ୍ଚିତ୍ରରେ ତାରା ସିଂ ଏବଂ ସାକିନାଙ୍କ ପୁଅ ଭୂମିକାରେ ଉତ୍କର୍ଶ ଶର୍ମା (Utkarsh Sharma) ଅଭିନୟ କରିଥିଲେ। ଉତ୍କର୍ଶ ବର୍ତ୍ତମାନ ବହୁତ ବଡ ହୋଇ ଯାଇଛନ୍ତି । ଏହି ଚଳଚ୍ଚିତ୍ରରେ ତାରା ଏବଂ ସାକିନାଙ୍କ ପୁଅ ଚରଣଜିତ୍ ଭୂମିକାରେ ନଜର ଆସିବେ । ଏବଂ ଉତ୍କର୍ଶ ଶର୍ମା ପୁଣି ସେହି ଭୂମିକାରେ ଅଭିନୟ କରୁଛନ୍ତି। ଖବର ଅନୁଯାୟୀ, ସେ ଏହି ଭୂମିକା ପାଇଁ ପ୍ରାୟ ୧ କୋଟି ଟଙ୍କା ନେଉଛନ୍ତି । 

5/6

ଏହି ଚଳଚ୍ଚିତ୍ରରେ କିଛି ନୂଆ ଚରିତ୍ର ମଧ୍ୟ ଏଥର ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସିମରତ କୈର (Simrat Kaur) ମଧ୍ୟ ଅଭିନୟ କରିଛନ୍ତି। ସିମରତ କୈର ପ୍ରାୟ ୮୦ ଲକ୍ଷ ଟଙ୍କା ନେଉଛନ୍ତି। ଅନ୍ୟପକ୍ଷରେ ଲୁଭ ସିହ୍ନା(Luv Sinha)  ପ୍ରାୟ ୬୦ ଲକ୍ଷ ଟଙ୍କା ନେଉଛନ୍ତି।

6/6

ମନୀଷ ୱାଧଓ୍ବା(Manish Wadhwa) ‘ଗଦ୍ଦର ୨’ରେ ପାକ୍ ଆର୍ମି ଜେନେରାଲ୍ ଭୂମିକାରେ ଅଭିନୟ କରୁଛନ୍ତି। ଖବର ଅନୁଯାୟୀ ସେ ପ୍ରାୟ ୬୦ ଲକ୍ଷ ଟଙ୍କା ନେଉଛନ୍ତି। ଏଥି ସହିତ ସାଜଜାଦ ପାକ୍ ଆର୍ମି ଅଫିସର ଭୂମିକାରେ ଅଭିନୟ କରିବା ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ନେଉଛନ୍ତି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link