General Knowledge: ଗୋଟିଏ ଲିଟର ଥଣ୍ଡା ପାନୀୟ ପାଇଁ ଆବଶ୍ୟକ ହୋଇଥାଏ କେତେ ମାତ୍ରାରେ ପାଣି-ଚିନି?

Cold Drink Making Cost: ଆରମ୍ଭ ହୋଇସାରିଲାଣି ଗ୍ରୀଷ୍ମ ଋତୁ। ଗରମ ଦିନେ ଲୋକଙ୍କ ଦ୍ୱାରା ବହୁଳ ମାତ୍ରାରେ ଥଣ୍ଡା ପାନୀୟ ବ୍ୟବହାର କରାଯାଇଥାଏ। ପ୍ରବଳ ଗରମରେ ଥଣ୍ଡା ପାନୀୟ ଏକ ଭିନ୍ନ ପ୍ରକାରର ଆଶ୍ୱସ୍ତି ଦେଇଥାଏ। ଗରମ ଦିନେ ଆପଣ ପାନ କରୁଥିବା ଥଣ୍ଡା ପାନୀୟ ପାଇଁ କେତେ ମାତ୍ରାରେ ପାଣି-ଚିନି ଆବଶ୍ୟକ ହୋଇଥାଏ ସେ ସମ୍ପର୍କରେ ଜାଣିରଖନ୍ତୁ।

Thu, 18 Apr 2024-12:58 am,
1/5

ଥଣ୍ଡା ପାନୀୟ ବିଭିନ୍ନ ପ୍ରକାରର ସ୍ୱାଦରେ ଆସିଥାଏ। ଯାହାକୁ ପ୍ରାୟ ସମସ୍ତେ ବହୁତ ପସନ୍ଦ କରିଥାନ୍ତି। ଗ୍ରୀଷ୍ମ ଋତୁରେ ଥଣ୍ଡା ପାନୀୟ ବିକ୍ରି ମଧ୍ୟ ଯଥେଷ୍ଟ ବଢିଯାଏ। ଆପଣ ହୁଏତ ଜାଣି ତାଇ ପାରନ୍ତି ଯେ ପାଣି-ଚିନି ବ୍ୟବହାର କରି ଥଣ୍ଡା ପାନୀୟ ପ୍ରସ୍ତୁତ ହୋଇଥାଏ। 

 

2/5

ପୂର୍ବ ତୁଳନାରେ ଥଣ୍ଡା ପାନୀୟ ପ୍ରସ୍ତୁତିରେ କିଛି ପରିବର୍ତ୍ତନ ଆସିଛି। ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ୧ ଲିଟର ଥଣ୍ଡା ପାନୀୟ ତିଆରି କରିବାକୁ ପ୍ରାୟ ଅଢେଇ ଲିଟର ପାଣି ବ୍ୟବହାର ହୋଇଥାଏ।

3/5

"ବିଜନେସ୍ ଷ୍ଟାଣ୍ଡାର୍ଡ" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏକ ଲିଟର ଥଣ୍ଡା ପାନୀୟ ତିଆରି କରିବା ପାଇଁ ପ୍ରାୟ ୪ ଲିଟର ପାଣି ବ୍ୟୟ ହୋଇଥାଏ। 

4/5

ଥଣ୍ଡା ପାନୀୟରେ ସବୁଠାରୁ ବିପଜ୍ଜନକ ଜିନିଷ ହେଉଛି ଚିନି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଥଣ୍ଡା ପାନୀୟ ପ୍ରସ୍ତୁତିରେ ବହୁଳ ପରିମାଣର ଚିନି ବ୍ୟବହୃତ ହୋଇଥାଏ।

5/5

କୋକ୍ ତିଆରି କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଚିନି, ପାଣି, କଫିନ୍, କୋକା ପତ୍ର ଏବଂ କର୍ଣ୍ଣ ସିରପ୍।  ଗୋଟିଏ ଲିଟର କୋକ୍ ରେ ୧୧୦ ଗ୍ରାମ କାର୍ବୋହାଇଡ୍ରେଟ୍ ରହିଥାଏ। ଏହା ବ୍ୟତୀତ ଦୁଇ ପ୍ରକାରର ଚିନି (Sugar) ଯଥା ଗ୍ଲୁକୋଜ ଏବଂ ଫ୍ରୁକଟୋଜ ଥଣ୍ଡା ପାନୀୟରେ ମିଳିଥାଏ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link