Water Amazing Facts: ସମୁଦ୍ର ପାଣି ଲୁଣିଆ ଏବଂ ନଦୀ ଜଳ କାହିଁକି ହୋଇଥାଏ ମଧୁର? ଜାଣନ୍ତୁ ଏହା ପଛର କାରଣ

Rivers vs Sea Water Taste: ପୃଥିବୀ ପୃଷ୍ଠର ପ୍ରାୟ ୭୫ ପ୍ରତିଶତ ଅଞ୍ଚଳ ଜଳରେ ପରିପୂର୍ଣ୍ଣ। ଯାହାର ୯୭ ପ୍ରତିଶତ ସମୁଦ୍ରରେ ମହଜୁଦ ରହିଛି। ସମୁଦ୍ରରେ ପ୍ରଚୁର ପରିମାଣରେ ଜଳ ରହିଥିଲେ ମଧ୍ୟ ତାହା ପାନୀୟ ଯୋଗ୍ୟ ନୁହେଁ। ସମୁଦ୍ର ପାଣି ଲୁଣିଆ କାହିଁକି ହୋଇଥାଏ? କ`ଣ ରହିଛି ଏହା ପଛର କାରଣ? ସମୁଦ୍ରରେ ପ୍ରଚୁର ପରିମାଣରେ ଜଳ ରହିଥିଲେ ତାହା ପାନୀୟ ଯୋଗ୍ୟ ହୋଇନଥାଏ। ଏହାର ସବୁଠାରୁ ବଡ କାରଣ ହେଉଛି ସମୁଦ୍ର ଜଳର ସ୍ୱାଦ ଲୁଣିଆ ହୋଇଥାଏ। ସମୁଦ୍ର ଜଳର ଲୁଣିଆ ସ୍ୱାଦ ହେତୁ ଏହା ପାନୀୟ ଜଳର ଭାବରେ ବ୍ୟବହୃତ ହୁଏ ନାହିଁ।

Wed, 10 Jan 2024-1:08 am,
1/5

ଗୋଟିଏ ପଟେ ସମୁଦ୍ରର ଜଳ ଲୁଣିଆ ଅନ୍ୟ ପଟେ ନଦୀର ଜଳ ମଧୁର ହୋଇଥାଏ। ନଦୀ ଝରଣା ତଥା ଅନ୍ୟାନ୍ୟ ଜଳାଶୟର ପାଣି ମିଠା ହୋଇଥିବାରୁ ଆମେ ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କରିଥାଉ।

2/5

ଆପଣଙ୍କୁ ଜଣାଇ ଦେଉଛୁ ଯେ ଯେ ମହାସାଗର ତଥା ସମୁଦ୍ର ଜଳରେ କ୍ଲୋରାଇନ୍ ଏବଂ ସୋଡିୟମ୍ ମାତ୍ରା ଅଧିକ ରହିଥାଏ। ଯେଉଁ କାରଣରୁ ସମୁଦ୍ର ଜଳ ପାନୀୟ ଯୋଗ୍ୟ ହୋଇନଥାଏ। 

3/5

ସମୁଦ୍ରରେ ବହୁଳ ମାତ୍ରାରେ ଲବଣ ମିଳିଥାଏ। ଏହି ଲବଣକୁ ବିଶୋଧନ କରି ଧଳା ଲୁଣ ପ୍ରସ୍ତୁତ କରାଯାଏ। ଯାହାକୁ ଆମେ ଖାଦ୍ୟରେ ବ୍ୟବହାର କରିଥାଉ। ଏହି ବିଶୋଧିତ ଲୁଣ ସମଗ୍ର ବିଶ୍ୱରେ ବ୍ୟବହୃତ ହୋଇଥାଏ।

4/5

ସମୁଦ୍ର ଜଳରେ ବହୁଳ ମାତ୍ରାରେ ଲୁଣର ଉପସ୍ଥିତି ହେତୁ ଏହାର ସ୍ୱାଦ ଲୁଣିଆ ହୋଇଯାଏ। ଅତ୍ୟଧିକ ଲୁଣିଆ ହେତୁ ସମୁଦ୍ର ଜଳ ପାନୀୟ ଯୋଗ୍ୟ ହୋଇନଥାଏ। 

5/5

ନଦୀ ଝରଣା ତଥା ଅନ୍ୟାନ୍ୟ ଜଳାଶୟରେ ବଡ଼ ବଡ଼଼ ହିମଖଣ୍ଡ (Glacier) ଜଳ ରହିବା ସହିତ ବର୍ଷା ଜଳ ମଧ୍ୟ ମିଶିଥାଏ। ଆପଣଙ୍କୁ କହିରଖୁଛୁ ଯେ ମିଠା ପାଣି କିମ୍ବା ମଧୁର ଜଳ ପ୍ରାୟତଃ ବଡ଼ ବଡ଼଼ ହିମଖଣ୍ଡରେ ମିଳିଥାଏ। ଯେତେବେଳେ ବଡ଼ ବଡ଼଼ ହିମଖଣ୍ଡ ତରଳିଯାଏ ସେତେବେଳେ ଏହାର ଜଳ ନଦୀ, ହ୍ରଦ ଏବଂ ଭୂତଳକୁ ଯାଇଥାଏ। ଯାହା ମିଠା ଏବଂ ପାନୀୟ ଯୋଗ୍ୟ ହୋଇଥାଏ।

 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link