Guru Dutt Birth Anniversary: ଅଧା ପଢା ଉପନ୍ୟାସ ସହ ମିଳିଥିଲା ଗୁରୁ ଦତ୍ତଙ୍କ ମୃତଦେହ, ଗୋଟିଏ ରାତି ପୂର୍ବରୁ...

Guru Dutt Birth Anniversary: ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଗୁରୁ ଦତ୍ତଙ୍କ ଦୃଢ ଅଭିନୟକୁ ବେଶ ପସନ୍ଦ କରୁଥିଲେ ଦର୍ଶକ । ସ୍ୱର୍ଗତ ଅଭିନେତା ଗୁରୁ ଦତ୍ତଙ୍କ ପ୍ରକୃତ ନାମ ଥିଲା ବସନ୍ତ କୁମାର ଶିବଶଙ୍କର ପାଦୁକୋନ ଥିଲା । ଆଜି ବି ଚଳଚ୍ଚିତ୍ର ଜଗତରେ ତାଙ୍କର ଅଭିନୟକୁ କାହା ସହିତ ତୁଳନା କରିବା ସମ୍ଭବ ହୋଇପାରିନାହିଁ । ଏହି ଦିନ ମହାନ ନିର୍ଦ୍ଦେଶକ, ନିର୍ମାତା, ଅଭିନେତା, କୋରିଓଗ୍ରାଫର ତଥା ଲେଖକ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ।

Sun, 09 Jul 2023-10:04 am,
1/5

ଗୁରୁ ଦତ୍ତଙ୍କ ପିଲାଦିନ କୋଲକାତାରେ ବିତାଇଥିଲା। କଲିକତାରେ ହିଁ ସେ ଏହାର ସଂସ୍କୃତି, ପରମ୍ପରା ଓ କଳା ବିଷୟରେ ଅନେକ କିଛି ଜାଣିଥିଲେ । କିନ୍ତୁ ଜୀବନର ଶେଷ ସମୟରେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ ଏହି ମହାନ ଅଭିନେତା ।

2/5

ଏକଦା ଗୁରୁ ଦତ୍ତଙ୍କୁ ହିନ୍ଦୀ ସିନେମାର ଲାଇଫ୍ ଲାଇନ୍ ବୋଲି କୁହାଯାଉଥିଲା । ଏହି ମହାନ ଅଭିନେତା ୩୯ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଥିଲେ। କ୍ୟାରିୟରରେ ଶୀର୍ଷ ସ୍ଥାନ ହାସଲ କରିଥିବା ଗୁରୁ ଦତ୍ତ ତାଙ୍କ ଜୀବନରେ ପ୍ରେମ ପାଇପାରିନଥିଲେ । ଦୁଇ ଥର ପ୍ରେମରେ ପଡିଥିବା ଗୁରୁ ଦତ୍ତଙ୍କ ଲାଗି ପ୍ରେମ ଏକ ଅଭିଶାପ ପାଲଟିଥିଲା, ଯାହା ତାଙ୍କ ମୃତ୍ୟୁର ଏକ କାରଣ ବୋଲି କୁହାଯାଉଛି ।

3/5

ଗୀତା ଦତ୍ତଙ୍କୁ ମନ ଦେଇ ବସିଥିଲେ ଗୁରୁ ଦତ୍ତ । ସେତେବେଳେ ଗୀତା ଜଣେ ପ୍ରସିଦ୍ଧ ଗାୟିକା ଥିଲେ। ଗୀତାଙ୍କ ସହ ଗୁରୁ ଦତ୍ତଙ୍କ ପ୍ରଥମ ଦେଖା ଫିଲ୍ମ 'ବାଜି' ସମୟରେ ହୋଇଥିଲା। ଗୀତା ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଏହା ପରେ ଉଭୟଙ୍କ ମଧ୍ଯରେ ସମ୍ପର୍କ ଆଗକୁ ବଢିଥିଲା । ତିନି ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ୧୯୫୩ ମସିହାରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।  

4/5

ବିବାହର ୪ ବର୍ଷ ପରେ ଦୁହେଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । କୁହାଯାଉଥିଲା ଯେ, ଅଭିନେତ୍ରୀ ୱାହିଦା ରେହମାନଙ୍କ ସହ ଗୁରୁ ଦତ୍ତଙ୍କ ଘନିଷ୍ଠତା ଯୋଗୁଁ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା ।

5/5

୧୯୬୪ ମସିହା ଅକ୍ଟୋବର ୯ ତାରିଖ ଦିନ ସନ୍ଧ୍ୟାରେ ଗୁରୁ ଦତ୍ତ ବନ୍ଧୁ ଅବରାରଙ୍କ ସହ କଥାବର୍ତ୍ତା କରିଥିଲେ। ଉଭୟ ନିଜ ଫିଲ୍ମ ବିଷୟରେ ଅନେକ ଆଲୋଚନା କରିଥିଲେ। ଏହାପରେ ଅବରାର ଘରକୁ ଫେରିଯାଇଥିଲେ । ଅକ୍ଟୋବର ୧୦ ତାରିଖ ଦିନ ସକାଳେ ଅଧା ପଢା ଯାଇଥିବା ଉପନ୍ୟାସ ସହିତ ଗୁରୁ ଦତ୍ତଙ୍କ ମୃତଦେହ ମିଳିଥିଲା। ଦେହାନ୍ତ ପରେ ତାଙ୍କର ଶେଷ ଚଳଚ୍ଚିତ୍ର 'ବହାରେ ଫିର ଭି ଆୟେଙ୍ଗି' ଅଭିନେତା ଧର୍ମେନ୍ଦ୍ରଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ଗୁରୁ ଦତ୍ତ ତାଙ୍କର ଶେଷ ଦିନରେ ଏକାକୀ ରହିଥିଲେ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link