HBD Anushka Sharma: ଫଟୋ ସେୟାର କରି ବିରାଟ କୋହଲି ଲେଖିଲେ Happy Birthday My Everything

HBD Anushka Sharma News In Odia: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମୀ ଆଜି ନିଜର ୩୫ତମ ଜନ୍ମ ଦିବସ ପାଳନ କରୁଛନ୍ତି । ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଥିବା ଏହି ଅଭିନେତ୍ରୀ ଗତ କିଛି ବର୍ଷ ହେଲା ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି ସତ ହେଲେ ଏବେ ବି ତାଙ୍କର କ୍ରେଜ ରହିଛି। ତେବେ ଅଭିନେତ୍ରୀଙ୍କୁ ସାତ ଜନ୍ମର ସାଥୀ କରିଥିବା କିଙ୍ଗ କୋହଲି ଆଜି ଏକ ଭିନ୍ନ ଢଙ୍ଗରେ ନିଜର ପତ୍ନୀ ତଥା ଅନୁଷ୍କା ଶର୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।ସୋସିଆଲ ମିଡିଆରେ ପତ୍ନୀଙ୍କର କିଛି ବଛା ବଛା ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି Happy Birthday My Everything.

Mon, 01 May 2023-3:51 pm,
1/6

ବିରାଟ କୋହଲି ଓ ଅନୁଷ୍କା ଶର୍ମା କ୍ରିକେଟ ସହ ବଲିଉଡ ଦୁନିଆରେ ଜଣେ ଜଣାଶୁଣା ଦମ୍ପତ୍ତି। ଏହି ଦମ୍ପତ୍ତି ସୋସିଆଲ ମିଡିଆ ରୁ ଆରମ୍ଭ କରି ସବୁସ୍ଥାନରେ ପରସ୍ପର ପରସ୍ପର ପ୍ରତି ଭଲପାଇବା ଦେଖାଇଥାନ୍ତି । କେବଳ ଯେ, ପ୍ରେମ ତାହା ନୁହେଁ ଉଭୟ ଉଭୟେଙ୍କୁ ବହୁ ସମ୍ମାନ ମଧ୍ୟ କରିଥାନ୍ତି। ଏହି ଦୁହିଁଙ୍କ ସମ୍ପର୍କକୁ ଲୋକମାନେ ଉଦାହରଣ ସ୍ୱରୁପ ଭାବେ ନେଇଥାନ୍ତି। 

2/6

କୋହଲି ଓ ଅନୁଷ୍କା ଶର୍ମା ସେହି ଦମ୍ପତ୍ତିଙ୍କ ମଧ୍ୟରେ ସାମିଲ, ଯିଏ କେବଳ ପରସ୍ପର ପରସ୍ପରକୁ ସମ୍ମାନ ନୁହେଁ ସମୟ ଆସିଲେ ଦୁହେଁ ଦୁହିଁଙ୍କ ପାଇଁ ଦୁନିଆ ସହ ଲଢିବାକୁ ମଧ୍ୟ ପ୍ରସ୍ତୁତ ରୁହନ୍ତି।

3/6

ସର୍ବଦା ଦେଖାଯାଏ ଯେ, ସେଲିବ୍ରିଟି ମାନେ ଅଭିଭାବକ ହେବା ପରେ ନିଜର ପ୍ରୋଫେସନାଲ କ୍ୟାରିୟରକୁ ମଧ୍ୟ ବହୁତ ଜଗିଥାନ୍ତି। ମାତ୍ର ଅନୁଷ୍କା ଶର୍ମା ଏ କ୍ଷେତ୍ରରେ ଟିକେ ଅଲଗା । ଅନୁଷ୍କା ନିଜ କ୍ୟାରିୟର କଥା ଚିନ୍ତା ନକରି ନିଜ ଝିଅ ଭାମିକା ପାଇଁ ସମୟ ଦେଉଛନ୍ତି । ଯାହାକୁ ନେଇ ବିରାଟ ମଧ୍ୟ ଅନୁଷ୍କା ଙ୍କ ଏପରି ବଳିଦାନକୁ ପ୍ରଶଂସା କରିଥିଲେ। 

4/6

ବିରାଟ କୋହଲି ନିଜ ସ୍ତ୍ରୀ ଅନୁଷ୍କାଙ୍କ ପ୍ରତି ଭଲପାଇବା ଓ ସ୍ନେହ ଦେଖାଇବାରେ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ। କେବଳ ଯେ କ୍ରିକେଟ ପଡ଼ିଆ ନୁହେଁ ଅନେକ ସ୍ଥାନରେ ବିରାଟ ଅନୁଷ୍କାଙ୍କ ପ୍ରତି ନିଜର ସ୍ନେହ ଓ ଭଲପାଇବା ଦେଖାଇଛନ୍ତି ଯାହାକୁ ପୂରା ଦୁନିଆ ଦେଖିଛି।

5/6

ବିରାଟ କୋହଲି ଓ ଅନୁଷ୍କା ୨୦୧୭ ମସିହାରେ ବିବାହ କରିଥିଲେ। ଏହାପୂର୍ବରୁ ଉଭୟ ଉଭେୟଙ୍କୁ ବହୁ ସମୟ ଧରି ଡେଟ୍ କରୁଥିଲେ। ଦୁହେଁ ଦୁହିଁଙ୍କୁ ବୁଝିବା ପରେ ଇଟାଲୀରେ ବିବାହ କରିଥିଲେ।

 

6/6

ଯଦି ଦେଖାଯାଏ ତେବେ କ୍ରିକେଟର ବିଜି ସିଡ୍ୟୁଲରୁ ବିରାଟ ନିଜ ଫ୍ୟାମିଲି ପ୍ରତି ସମୟ କାଢିଥାନ୍ତି। ସ୍ତ୍ରୀ ଓ ଝିଅ ସହ ସମୟ ବିତାଇବା ସହ ଅନେକ ସମୟରେ ସୋସିଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରିଥାନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link