HBD Sonu Nigam: ଦିନେ ରେଳ ଷ୍ଟେସନରେ ଶୋଉଥିଲେ ଆଜି କୋଟି କୋଟି ଟଙ୍କାରେ ଖେଳୁଛନ୍ତି ସୋନୁ ନିଗମ

Happy Birthday Sonu Nigam: ବଲିଉଡ଼ ସିଙ୍ଗର ସୋନୁ ନିଗମ (singer Sonu Nigam) । ଘରେ ଘରେ ପରିଚିତ ନାଁଟିଏ । ସେ ଦିର୍ଘ ତିନି ଦଶନ୍ଧି ଧରି ଗୀତ ଗାଇ ଆସୁଛନ୍ତି। ସେ ହିନ୍ଦୀ, ମରାଠି ତେଲେଗୁ,ଓଡିଆ, ତାମିଲ୍, କନ୍ନଡ ,ବଙ୍ଗଳା ଏବଂ ଭୋଜପୁରୀ ସିନେମାରେ ଗୀତ(song) ଗାଇ ଦର୍ଶକଙ୍କ ମନ କିଣିଛନ୍ତି । ଏହା ବ୍ୟତିତ ସେ ଅନେକ ଆଲବମରେ ମଧ୍ୟ କଣ୍ଠଦାନ କରିଛନ୍ତି । ତାଙ୍କର ସୁମଧୁର ସ୍ବର ସମସ୍ତଙ୍କୁ ପାଗଳ କରେ ଗୀତ ଶୁଣିବା ପାଇଁ ।

ଜୀ ଓଡ଼ିଶା ଡେସ୍କ Sun, 30 Jul 2023-10:38 am,
1/7

ପିଲାବେଳୁ ଗୀତ ପ୍ରତି ରୁଚି ରଖୁଥିବା ସୋନୁ ନିଗମ । ପିଲାବେଳେ ନିଜ ପିତାଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରୁଥିଲେ । ତା’ପରେ ସୋନୁ ଚାରି ବର୍ଷ ବୟସରୁ ତାଙ୍କ ପିତାଙ୍କ ସହ ଷ୍ଟେଜ୍ ସୋ କରିବା ଆରମ୍ଭ କରିଥିଲେ।  ଏପରିକି ପିଲାବେଳୁ ସେ ବିଭିନ୍ନ ମେଳେ, କାର୍ଯ୍ୟକ୍ରମ ଓ ଷ୍ଟେଜ୍ ଶୋରେ ଗୀତ ଗାଇବା ଆରମ୍ଭ କରିଥିଲେ। କିନ୍ତୁ ସୋନୁଙ୍କ ପିତା (Agam Kumar Nigam) ଅଗମ କୁମାର ନିଗମ୍ ସୋନୁଙ୍କୁ ସଙ୍ଗୀତରେ କ୍ୟାରିୟର କରିବାକୁ ବାରଣ କରୁଥିଲେ। 

 

2/7

କିନ୍ତୁ ସୋନୁ ସେତେବେଳେ ବୋଧେ ହୁଏ, ସଙ୍ଗୀତରେ ତାଙ୍କ କ୍ୟାରିୟର ଦେଖି ପାରିଥିଲେ। ସେଥିପାଇଁ କାହାକୁ କିଛି ନ ଜଣାଇ ୧୫ ବର୍ଷ ବୟସରେ ଘର ଛାଡି ମୁମ୍ବାଇ ଆସିଥିଲେ । ପାଖରେ ଟଙ୍କା ନଥିବା କାରଣରୁ ସେ ଷ୍ଟେସନରେ କିଛି ରାତି କଟାଇଥିଲେ। ଏପରିକି ଟଙ୍କା ନ ଥିବାରୁ ସେ ଅଧିକାଂଶ ଦିନ ଉପାସରେ ମଧ୍ୟ କଟାଇଛନ୍ତି।  

 

3/7

ଗୀତ ଗାଇବା ପାଇଁ ଏ ଷ୍ଟୁଡିଓରୁ ସେ ଷ୍ଟଡିଓକୁ ସେ ଧାଇଁଥିଲେ। କିନ୍ତୁ ସୋନୁଙ୍କୁ ସେଭଳି କିଛି ସୁଯୋଗ କେହି ଦେଉ ନ ଥିଲେ। ଦିର୍ଘ ଦିନ ପରେ ତାଙ୍କୁ ଏକ ସୁଯୋଗ ମିଳିଥିଲା। ସେ ମହମ୍ମହ ରଫିଙ୍କ ଗୀତ ଗାଇବା ଆରମ୍ଭ କଲେ। ସେ ମୁଖ୍ୟତଃ ଟି- ସିରିଜ୍ ର କେତେକ “ରଫି କି ୟାଦେଁ” ଆଲବମରେ କଣ୍ଠଦାନ କରିଥିଲେ।  ଟି-ସିରିଜର  ସଂସ୍ଥାପକ ଗୁଲସନ୍ କୁମାର ସୋନୁଙ୍କ ଭିତରେ ଥିବା କଳାକୁ ଚିହ୍ନି ପାରିଥିଲେ। ପରେ ସେ ତାଙ୍କୁ ଗୋଟିଏ ପରେ ଗୋଟିଏ ବ୍ରେକ୍ ଦେବା ଆରମ୍ଭ କରିଥିଲେ। 

 

4/7

ପରେ ବଦଳି ଯାଇଥିଲା ସୋନୁଙ୍କ ଭାଗ୍ୟ । ଏହା ପରେ କଣ୍ଠଶିଳ୍ପୀ ରୂପେ ସୋନୁଙ୍କ ପ୍ରଥମ ଗୀତ ଜାନମ୍ (୧୯୯୦) ଫିଲ୍ମରେ ଥିଲା, କିନ୍ତୁ ଏହା ରିଲିଜ୍ ହୋଇନଥିଲା ପରେ ସା-ରେ-ଗା-ମାରେ ବ୍ରେକ୍ ମଧ୍ୟ ପାଇଥିଲେ। ସେବେଠାରୁ ଆଉ ପଛକୁ ବୁଲି ଚାହିଁ ନଥିଲେ ସୋନୁ। ଏହାପରେ ସେ ଏକାଧିକ ବ୍ରକ୍ ପାଇଥିଲେ। 

5/7

ବର୍ତ୍ତମାନ ସୋନୁ ନିଗମ୍ ଗୋଟେ ଗୀତ ଗାଇବା ପାଇଁ ୧୦ ଲକ୍ଷ ନେଉଛନ୍ତି । ଯଦି ଆମେ ତାଙ୍କ ସମ୍ପତ୍ତି ବିଷୟରେ କହିବା । ତେବେ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୦୩ କୋଟି । 

6/7

ସୋନୁ ନିଗମ୍ ଆଜିକା ଦିନରେ ଜଣେ ନାଁ କରା ସିଙ୍ଗର । ତାଙ୍କର ପ୍ରସିଦ୍ଧ ଆଲବମ୍ ହେଉଛି ବେୱଫା ସନମ (୧୯୯୫)ର ଗୀତ “ଅଚ୍ଛା ସିଲା ଦିଆ...”। ଏହି ସହିତ ସେ ଏକାଧିକ ହିନ୍ଦୀ, ମରାଠି ତେଲେଗୁ,ଓଡିଆ, ତାମିଲ୍, କନ୍ନଡ ,ବଙ୍ଗଳା ଏବଂ ଭୋଜପୁରୀ ସିନେମାରେ ଗୀତ ଗାଇଛନ୍ତି। 

7/7

୨୦୨୨ ମସିହାରେ ସୋନୁ ନିଗମଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ତାଙ୍କୁ ଫିଲ୍ମଫେୟାର, ଜି ସିନେ, IIFA ଏବଂ ITA ସହିତ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link