HBD Deepika Padukone: ଟୁଥ୍ ପେଷ୍ଟ ଆଡ୍ ରୁ ମନ କିଣିଥିଲେ ଦୀପିକା, ଅଭିନୟ ପାଇଁ ପାଠରେ ବାନ୍ଧିଥିଲେ ଡୋରି

Deepika Padukone turns 37: ଆଜି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜନ୍ମଦିନ। ସେ ୩୭ ବର୍ଷରେ ପାଦ ଥାପିଛନ୍ତି। ୨୦୦୪ ରୁ ସେ ପରଦାରେ ଅଛନ୍ତି । ଏତେ ବର୍ଷ ଭିତରେ ସେ ଅନେକ ନାଁ କରିଛନ୍ତି ଅନେକ ସଫଳତା ହାସଲ କରିଛନ୍ତି। ତେବେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ ସବୁକିଛି...

Thu, 05 Jan 2023-12:05 pm,
1/10

ଭାରତ ନୁହେଁ ଡେନମାର୍କରେ ଜନ୍ମ

୫ ଜାନୁଆରୀ ୧୯୮୬ ରେ ଜନ୍ମଗ୍ରହଣ କରିଥିଲେ ଦୀପିକା । ଦୀପିକାଙ୍କ ବାପା ଜଣେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବ୍ୟାଡମିଣ୍ଟନ ଖେଳାଳି ରହିଛନ୍ତି । ଦୀପିକାଙ୍କ ଜନ୍ମ ଭାରତରେ ନୁହେଁ ଡେନମାର୍କରେ ହୋଇଥିଲା।

2/10

ଟୁଥ୍ ପେଷ୍ଟ ଆଡରୁ କ୍ୟାରିୟର

ଦଶମ କ୍ଲାସ ପରେ ପଢା ବନ୍ଦ କରି ମଡେଲିଂ ଆରମ୍ଭ କରିଥିଲେ ଦୀପିକା। ୨୦୦୪ ରେ ଏକ ନମ୍ବର ୱାନ ବ୍ରାଣ୍ଡର ଟୁଥ୍ ପେଷ୍ଟ ଆଡ କରିଥିଲେ ଦୀପିକା। ଯାହା ଫଳରେ କଲେଜ ପାଠପଢା ଅଧାରୁ ବନ୍ଦ କରିଥିଲେ ଦୀପିକା। 

3/10

ଓମ ଶାନ୍ତି ଓମରେ ଡେବ୍ୟୁ

ବର୍ଷ ୨୦୦୬ ରେ ଦୀପିକା ପ୍ରଥମେ କନ୍ନଡ ଫିଲ୍ମ ଏଶର୍ୟ୍ୟାରେ ଅଭିନୟ କରିଥିଲେ ପରେ ବର୍ଷ ୨୦୦୭ ରେ ବଲିଉଡ ଫିଲ୍ମ ଓମ ଶାନ୍ତି ଓମରେ ଡେବ୍ୟୁ କରିଥିଲେ। ତାଙ୍କ ସହ ସ୍କ୍ରିନ ସେୟାର କରିଥିଲେ ବଲିଉଡର ବାଦଶାହା ଶାହରୁଖ ଖାନ।

4/10

ଟପ୍ ଲିଷ୍ଟରେ ସାମିଲ ହେଲେ ଦୀପିକା

ଓମ ଶାନ୍ତି ଓମ ଫିଲ୍ମ ପରେ ବଲିଉଡର ଏକ ଟପ ଆକ୍ଟ୍ରେଷ ଲିଷ୍ଟରେ ସାମିଲ ହୋଇଗଲେ ଦୀପିକା। Goliyon Ki Rasleela Ram-Leela ରେ ତାଙ୍କର ଜବରଦସ୍ତ ଆକ୍ଟିଂକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଥିଲେ।

5/10

ଦୀପିକାଙ୍କ କ୍ୟାରିୟର ପଛରେ ହିମେଶ ରେସମିୟାଙ୍କ ହାତ

ବହୁତ କମ ଲୋକ ଜାଣିଥିବେ ଯେ, ଦୀପିକାଙ୍କ ସଫଳ କ୍ୟାରିୟର ପଛରେ ସିଙ୍ଗର ହିମେଶ ରେସମିୟାଙ୍କ ହାତ ଅଛି। ୨୦୦୬ରେ ଲଞ୍ଚ ହୋଇଥିବା ହିମେଶଙ୍କ ଆଲବମ 'ଆପକା ସୁରୁର୍' ର ନାମ ହେ ତେର ତେରା ଭିଡିଓ ରେ ନଜର ଆସିଥିଲେ। ଦାପିକା ସେତେବେଳେ ମଡେଲ ଥିଲେ ଆଉ ହିମେଶ ତାଙ୍କୁ ଲିଡ୍ ରୋଲରେ ନେଇଥିଲେ।  

6/10

ଦୀପିକାଙ୍କୁ ପସନ୍ଦ କରିଥିଲେ ଫରାହ ଖାନ୍

ଏହି ଆଲବମ୍ ହିଟ ପରେ ନିର୍ଦ୍ଦେଶିକା ଫରାହ ଖାନ୍ ଦୀପିକାଙ୍କୁ ପସନ୍ଦ କରିଥିଲେ । ନିଜ ଫିଲ୍ମ ଓମ ଶାନ୍ତି ଓମ୍ ରେ ପ୍ରଥମ ସୁଯୋଗ ଦୀପିକାଙ୍କୁ ଦେଇଥିଲେ। ଯାହାଫଳରେ ଦୀପିକା ଆଜି ଏକ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି।ଦୀପିକାଙ୍କୁ ପସନ୍ଦ କରିଥିଲେ ଫରାହ ଖାନ୍ 

7/10

ରାମଲୀଳାରେ ରଣଭୀରଙ୍କ ସହ ଜବରଦସ୍ତ କେମେଷ୍ଟ୍ରି

ପରଦାରେ ୨୦୧୩ ରେ ରିଲିଜ ହୋଇଥିଲା ରୋମାଣ୍ଟିକ ଡ୍ରାମା ଫିଲ୍ମ Goliyon Ki Rasleela Ram-Leela । ଦୀପିକାଙ୍କ ସହ ସ୍କ୍ରିନ ସେୟାର କରିଥିଲେ ରଣଭୀର ସିଂ। ଦୁହିଁଙ୍କ କେମେଷ୍ଟ୍ରିକୁ ବେଶ ପସନ୍ଦ କରିଥିଲେ ଫ୍ୟାନ୍ସ। 

8/10

ଭାଙ୍ଗିଯାଇଥିଲା ପ୍ରେମ ସମ୍ପର୍କ

୨୦୦୭ ପୂର୍ବରୁ ଦୁଇବର୍ଷ ଧରି ବଲିଉଡ ଆକ୍ଟର ରଣବୀର କପୁର ଓ ଦୀପିକା ପରସ୍ପର ସହ ପ୍ରେମ ସମ୍ପର୍କ ଥିଲା । ଏମିତିକି ଦୀପିକା ନିଜ ବ୍ୟାକ୍ ଡିପ୍ ନେକ୍ ରେ ରଣବୀରଙ୍କ ନାମରେ ଟାଟୁ ବନାଇଥିଲେ । ଏହାପରେ ଏହି ଯୋଡ଼ି ବ୍ରେକ ଅପ କରିବା ପରେ ଦୀପିକା ସେ ଟାଟୁକୁ ମଧ୍ୟ ଲିଭାଇଥିଲେ।

9/10

ସାତଜନ୍ମର ସାଥୀ ହେଲେ ରଣଭୀର ସିଂ ଓ ଦୀପିକା

ଏହାପରେ ଦୀପିକାଙ୍କୁ ଏକା ଛାଡ଼ି ନଥିଲେ ଅଭିନେତା ରଣଭୀର ସିଂ। ତାଙ୍କ ଜୀବନସାଥୀ ହେବାକୁ ଦେଇଥିଲେ ପ୍ରସ୍ତାବ। ଦୀପିକା ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିଲେ । ପରେ ୨୦୧୮ ନଭେମ୍ବର ୧୪ ରେ ଦୀପିକା ଓ ରଣବୀର ଇଟାଲୀରେ ବିବାହ କରିଥିଲେ। 

10/10

ଆସୁଛି ଅପକମିଂ ଫିଲ୍ମ ପଠାନ

ଯଦି ଦୀପିକାଙ୍କ ଅପକମିଂ ଫିଲ୍ମ କହିବା ତେବେ ୨୫ ଜାନୁଆରୀରେ ମୁକ୍ତିଲାଭ କରିବାକୁ ଯାଉଛି ବଲିଉଡ ଫିଲ୍ମ 'ପଠାନ'। ଦେଖିବାକୁ ଗଲେ ବେସରମ ରଙ୍ଗ ଗୀତ ପାଇଁ ଦୀପିକା ଟ୍ରୋଲର ଶିକାର ହେଉଥିବା ବେଳେ ଫ୍ୟାନ୍ସ କିନ୍ତୁ ତାଙ୍କ ଫିଲ୍ମ ରିଲିଜ କୁ ଅପେକ୍ଷା କରି ରହିଛନ୍ତି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link