Cholesterol: ହାଇ କୋଲେଷ୍ଟଲ ପାଇଁ ଚିନ୍ତିତ କି ? ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

Cholesterol: ଅସାଧାରଣ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଅଧିକାଂଶ ଲୋକେ କୋଲେଷ୍ଟଲର ଶୀକାର ହୋଇଥାନ୍ତି । ଏବଂ ଏହି ରୋଗକୁ ଦୂର କରିବା ପାଇଁ ହଜାର ହଜାର ଟଙ୍କାର ଔଷଧ ଖାଇଥାନ୍ତି । କିନ୍ତୁ ରୋଗ କମି ନଥାଏ । କୋଲେଷ୍ଟଲକୁ ନିୟନ୍ତ୍ରଣ ରଖିବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଆମେ ଆପଣଙ୍କୁ କହିବୁ ।

Jan 29, 2023, 16:36 PM IST
1/5

ଦୈନିକ ଏକ ଆପଲ ଖାଇଲେ ଶରୀରରୁ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ ହୋଇଥାଏ । ଯଦି ଆପଣ ଉଚ୍ଚ କୋଲେଷ୍ଟ୍ରଲ୍ ସମସ୍ୟାରେ ପୀଡିତ ତେବେ,ପ୍ରତିଦିନ ଗୋଟିଏ ଲେଖାଏ ସେଓ ଖାଆନ୍ତୁ ।  ମଧ୍ୟ ଅସୁବିଧାରେ ପଡ଼ନ୍ତି,ତେବେ ନିଶ୍ଚିତ ଭାବରେ ପ୍ରତିଦିନ ଏକ ଆପଲ୍ ଖାଆନ୍ତୁ ।

2/5

ଓଟସ୍ ଉଚ୍ଚ ଫାଇବରର ଏକ ଉତ୍ତମ ଉତ୍ସ ।  ପ୍ରତିଦିନ ସକାଳେ ଓଟସ ଖାଇଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଏହା ଏଲଡିଏଲକୁ ୫.୩ % ହ୍ରାସ କରିପାରେ ।

 

3/5

ଡ୍ରାଏ ଫ୍ଲଟସ୍ (Dry Fruits) ଶରୀରକୁ ପୁଷ୍ଟିକର ଉପାଦାନ ଦେଇଥାଏ । ପ୍ରତିଦିନ ଡ୍ରାଏ ଫ୍ଲଟସ୍  (Dry Fruits) ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । କାରଣ ଏଥିରେ ଫାଇବର, ପ୍ରୋଟିନ୍ ଏବଂ ଭିଟାମିନ୍-ଇ ମିଳିଥାଏ। ତେଣୁ ଏହା ଶରୀର ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । 

 

4/5

ଗ୍ରୀନ୍ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏ-ହା କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ ବରଂ କୋଲେଷ୍ଟ୍ରଲ୍କୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

 

5/5

ରସୁଣ ପ୍ରତ୍ୟେକ ରୋଷେଇ ଘରେ ସହଜରେ ଉପଲବ୍ଧ । ଆପଣ ପ୍ରତିଦିନ ରସୁଣ ଖାଇ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିପାରିବେ । ଏହା ସହିତ ରକ୍ତଚାପ, ରକ୍ତ ପ୍ରବାହ ଏବଂ ମଧୁମେହ ପରି ରୋଗକୁ ମଧ୍ୟ ଚୁଟକିରେ ଭଲ କରିପାରିବେ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ ।  ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ।) 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link