Railway Track Science: ପ୍ରବଳ ବର୍ଷା ହେଉ କିମ୍ବା ଦ୍ରୁତ ଗତି, ରେଳ ଧାରଣାରୁ କାହିଁକି ଖସିଯାଏ ନାହିଁ ଟ୍ରେନ୍? ଜାଣନ୍ତୁ ଏହା ପଛରେ ରହିଥିବା କାରଣ

Science behind Railway Track: ଭାରତୀୟ ରେଳବାଇକୁ ଦେଶର ଜୀବନ ରେଖା କୁହାଯାଏ। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ଯୋଡ଼ିଥାଏ ରେଳବାଇ। ପ୍ରବଳ ବର୍ଷା ହେଉ କିମ୍ବା ଝଡ଼ ତୋଫାନ କେବେ ହେଲେ ରେଳ ଧାରଣାରେ ଟ୍ରେନ ଗଡ଼ିବା ବନ୍ଦ ହୋଇନଥାଏ। ହେଲେ ଏହା କିପରି ସମ୍ଭବ ହୋଇଥାଏ? ଏହା ପଛରେ କେଉଁ କେଉଁ କାରଣ ରହିଛି ସେ ସମ୍ପର୍କରେ ଜାଣନ୍ତୁ।

Thu, 21 Sep 2023-1:17 am,
1/6

ଆପଣଙ୍କୁ କହିଦେଉଛୁ ଯେ ଟ୍ରେନ୍ ରେଳ ଧାରଣାରୁ ନ ଖସି ନିରବିଚ୍ଛିନ୍ନ ଭାବରେ ଦୌଡ଼ିଥାଏ। ଟ୍ରେନ ରେଳ ଧାରଣାରେ ଅବିରତ ଭାବରେ ଦୌଡ଼ିବା ପଛରେ ବୈଜ୍ଞାନିକ ଜ୍ଞାନକୌଶଳ ରହିଛି। ପଦାର୍ଥ ବିଜ୍ଞାନ ଅଧିନରେ ଘର୍ଷଣ ନିୟମ ରେଳ ଧାରଣାରେ କାର୍ଯ୍ୟ କରିଥାଏ। ଟ୍ରେନ ଗତି ଏପରି ଭାବରେ ନିୟନ୍ତ୍ରିତ ହୋଇଛି ଯେ ଏହା କେବେ ଦୁର୍ଘଟଣାଗ୍ରସ୍ତ ହୁଏ ନାହିଁ।

 

2/6

ରେଳର ଉଭୟ ପାର୍ଶ୍ୱରୁ ପ୍ରୟୋଗ ହୋଇଥିବା ପାର୍ଶ୍ୱକାରୀ ବଳ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରହିଥାଏ। ଯେ ପର୍ଯ୍ୟନ୍ତ ପାର୍ଶ୍ୱକାରୀ ବଳ ଭୂଲମ୍ବ ବଳର ୩୦ କିମ୍ବା ୩୦ ପ୍ରତିଶତରୁ ଅଧିକ ହେବ ନାହିଁ। ସେପର୍ଯ୍ୟନ୍ତ ଟ୍ରେନ୍ ଧକ୍କା କିମ୍ବା ଖସିଯିବାର କୌଣସି ସମ୍ଭାବନା ନାହିଁ।

 

3/6

ପାର୍ଶ୍ୱକାରୀ ବଳର ଏହି ସ୍ତରକୁ ବଜାୟ ରଖିବା ପାଇଁ ବୈଜ୍ଞାନିକ ପଦ୍ଧତି ବ୍ୟବହୃତ ହୋଇଥାଏ। ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରେନ୍ ଏହାର ସର୍ବାଧିକ ବେଗ କ୍ଷମତା ଠାରୁ କମ୍ ଗତିରେ ଚଳାଚଳ କରିଥାଏ।

4/6

ଟ୍ରେନ ଚଳାଚଳ ଏବଂ ଏହାକୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ବିଭିନ୍ନ ସୁରକ୍ଷା ମାନଦଣ୍ଡ ସ୍ଥିର କରାଯାଇଛି। ଯାହା ରେଳ ଧାରଣା ବିଛାଇବା ସମୟରେ ମଧ୍ୟ ଅନୁସରଣ କରାଯାଇଥାଏ।

 

5/6

ଏହା ବ୍ୟତୀତ ଟ୍ରେନ୍ ଚଳାଉଥିବା ଲୋକ ପାଇଲଟ ମଧ୍ୟ ଯାତ୍ରା ବେଳେ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଅନୁସରଣ କରିଥାନ୍ତି। ରେଳବାଇ ପକ୍ଷରୁ ରେଳ ଧାରଣାର ସମୟ ସମୟରେ ଯାଞ୍ଚ କରାଯାଇ ରକ୍ଷଣାବେକ୍ଷଣ କରାଯାଏ।

6/6

ହେଲେ ତଥାପି ଟ୍ରେନ୍ ଅନେକ ସମୟରେ ରେଳ ଧାରଣାରୁ ଖସିଯାଇଥାଏ ଅର୍ଥାତ ଲାଇନ ଚ୍ୟୁତ ହୋଇଥାଏ। ନିକଟ ଅତୀତରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି।  ହେଲେ ଟ୍ରେନ ଲାଇନ ଚ୍ୟୁତ ହେବା ପଛରେ ଅନ୍ୟାନ୍ୟ କାରଣ ରହିଥିଲା। ବର୍ଷା ହେତୁ ଟ୍ରେନ୍ ରେଳ ଧାରଣାରୁ ଖସିପଡିବାର ଖବର ଆପଣ କେବେ ଶୁଣିନଥିବେ। ଏହାର କାରଣ ହେଉଛି ଏହା ପଛରେ ଅତ୍ୟାଧୁନିକ ବିଜ୍ଞାନ କାମ କରିଥାଏ। 

 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link