Hiccups: ହାକୁଟି ଉଠାଇଲେ କରନ୍ତୁ ଏହି ୫ ଟି କାମ, ତୁରନ୍ତ ହୋଇଯିବ ବନ୍ଦ

Hiccups Remedies: ଖାଇବା ଅଟକି ଗଲେ ହାକୁଟି ସମ୍ଭବତଃ ହୋଇଥାଏ। ହେଲେ କେବେ କେବେ ଷ୍ଟ୍ରୋକ, ଏସିଡ ରିଫ୍ଲେକ୍ସ ଓ ବ୍ରେନ ଟ୍ରମା କାରଣରୁ ମଧ୍ୟ ହାକୁଟି ଉଠାଇଥାଏ। ମାତ୍ର ଏହାକୁ ଦୂର କରିବା ଅତ୍ୟନ୍ତ କାଠିକର ପାଠ। ତେବେ ଚାଲନ୍ତୁ ଜାଣିବା କେମିତି ଚୁଟକିରେ ହାକୁଟିକୁ ଦୂର କରିପାରିବେ।

Mon, 26 Dec 2022-7:27 pm,
1/5

ହାକୁଟି ଉଠାଇବା ମାତ୍ରେ ପାଣି ପିଇନିଅନ୍ତୁ ସେଥିରେ ଆରାମ ମିଳିପାରିବ। ମାତ୍ର ପାଣି ପିଇବା ତରିକା ଠିକ୍ ରହିବା ଦରକାର। ହାକୁଟି ଉଠାଇବା ମାତ୍ରେ ଧିରେ ଧିରେ ପାଣି ପିଇବା ଉଚିତ୍ । ତେବେ ଏହି ସମୟରେ ଥଣ୍ଡା ପାଣି ପିଇବା ଉଚିତ୍।

2/5

ହାକୁଟିକୁ ଦୂର କରିବାକୁ ହେଲେ ଧ୍ୟାନ ଭ୍ରମ କରିବା ଦରକାର । ଯଦି ଆପଣଙ୍କ ସାମ୍ନାରେ କେହି ବହୁତ ହାକୁଟି କରୁଛନ୍ତି, ତେବେ ଆପଣ ତାଙ୍କୁ କୌଣସି ଜିନିଷରେ ଧ୍ୟାନ ବିଭ୍ରାଟ କରିବା ଦରକାର।

3/5

ମଦ୍ୟପାନ ପରେ ମଧ୍ୟ କିଛି ଲୋକଙ୍କ ହାକୁଟି ହୋଇଥାଏ । ଏହି ସ୍ଥିତିରେ ଲେମ୍ବୁ ଖାଇବା ଦ୍ୱାରା ଆରାମ ମିଳିଥାଏ। ଲେମ୍ବୁକୁ ଚୋବାଇ ଖାଇବା ଦ୍ୱାରା ଫାଇଦା ହୋଇଥାଏ। 

4/5

ହାକୁଟି ଆସିଲେ ନିଶ୍ୱାସ ବନ୍ଦ କରିବା ଦ୍ୱାରା ଆରାମ ମିଳିଥାଏ । ଡାଏଫ୍ରାଗମରେ ଟେନସନ ହେତୁ ହାକୁଟି ହୋଇଥାଏ, ନିଶ୍ୱାସକୁ ଧରି ଡାଏଫ୍ରାଗମ୍ ଆରାମ ଦେଇଥାଏ ।

5/5

ହାକୁଟି ହେଲେ ଗଳା ପାଖରେ ବରଫ ବ୍ୟାଗ ରଖିବା ଦ୍ୱାରା ଆରାମ ମିଳିଥାଏ । ଅଧିକ ହାକୁଟି ହେବା ଦ୍ୱାରା ଆଇସ ବ୍ୟାଗକୁ ବେକ ପାଖରେ ରଖି ସେକ ଦେବା ଦ୍ୱାରା ଶାନ୍ତି ମିଳିଥାଏ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link