High Cholesterol: ଖାଆନ୍ତୁ ଏହି ୪ଟି ପରିବା, ସପ୍ତାହ ମଧ୍ୟରେ କମ୍ ହୋଇଯିବ କୋଲେଷ୍ଟ୍ରଲ..

ଆଜିକାଲିର ଖରାପ ଜୀବନଶୈଳୀ କାରଣରୁ ବୟସ ବଢ଼ିବା ପୂର୍ବରୁ ଅନେକ ଲୋକ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ସେହିପରି ଏକ ରୋଗ ହେଉଛି କୋଲେଷ୍ଟ୍ରଲ। ଏହି ରୋଗ ହେବା ଦ୍ୱାରା ଶରୀରରେ ଅନ୍ୟ ରୋଗ ସବୁ ଧିରେ ଧିରେ ବଢ଼ିୁବାରେ ଲାଗିଥାଏ, ବିଶେଷ କରି ହୃଦୟ ଜନିତ ରୋଗକୁ ଏହା ପ୍ରୋତ୍ସାହନ ଦେଇଥାଏ।

ପ୍ରିୟମ୍ବଦା ରଣା Fri, 03 Nov 2023-10:50 am,
1/5

High Cholesterol: ଆଜିକାଲିର ଖରାପ ଜୀବନଶୈଳୀ କାରଣରୁ ବୟସ ବଢ଼ିବା ପୂର୍ବରୁ ଅନେକ ଲୋକ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ସେହିପରି ଏକ ରୋଗ ହେଉଛି କୋଲେଷ୍ଟ୍ରଲ। ଏହି ରୋଗ ହେବା ଦ୍ୱାରା ଶରୀରରେ ଅନ୍ୟ ରୋଗ ସବୁ ଧିରେ ଧିରେ ବଢ଼ିୁବାରେ ଲାଗିଥାଏ, ବିଶେଷ କରି ହୃଦୟ ଜନିତ ରୋଗକୁ ଏହା ପ୍ରୋତ୍ସାହନ ଦେଇଥାଏ।

2/5

ପିଆଜ: ଅଧିକାଂଶ ଭାରତୀୟ ନିଜ ଖାଇବାରେ ପିଆଜ ବ୍ୟବହାର କରିଥାନ୍ତି। ତେବେ ଏହାକୁ କଞ୍ଚା ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ। ପିଆଜରେ କ୍ୟାଲୋରୀ ବହୁତ କମ୍ ଥାଏ ଏବଂ ଏଥିରେ ଥିବା ଫାଇବର କୋଲେଷ୍ଟ୍ରଲ୍କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

3/5

ଭେଣ୍ଡି: ଭେଣ୍ଡି ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ଅଟେ। ଯଦି ଆପଣ ସପ୍ତାହକୁ ୩ ଥର ଭେଣ୍ଡି ଖାଉଥାନ୍ତି ତେବେ ଏହା ଶରୀରରୁ ଖରାପ କୋଲେଷ୍ଟ୍ରଲକୁ ଦୂରେଇ ଭଲ କୋଲେଷ୍ଟ୍ରଲର ପରିମାଣ ବୃଦ୍ଧି କରିଥାଏ। ଏଥିରେ ଥିବା ଫାଇବର ଓ କମ୍ କ୍ୟେଲେରୀ ଶରୀରରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

4/5

ବାଇଗଣ: ଅନେକ ଭାରତୀୟ ବାଇଗଣ ଖାଇବାକୁ ଖୁବ୍ ପସନ୍ଦ କରନ୍ତି। ବାଇଗଣରେ ଥିବା ହାଇ ଫାଇବର, ଲୋ କ୍ୟାଲେରୀ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ।

5/5

ରସୁଣ: ରସୁଣ ହେଉଛି ଏକ ମସଲା ଜାତୀୟ ଦ୍ରବ୍ୟ ଯାହା ଆମେ ଦୈନନ୍ଦିନ ଖାଉଥିବା ତରକାରୀ, ସାଗରେ ବ୍ୟବହାର କରାଯାଏ। ଯଦିଓ ଅନେକ ଲୋକ ଏହାର ଗନ୍ଧ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ଅଟେ।  ଏଥିରେ ଆଣ୍ଟି-ହାଇପରଲିପାଇଡେମିଆ ଗୁଣ ବ୍ୟାଡ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ସାହାଯ୍ୟ କରିଥାଏ।

ପ୍ରତ୍ୟାଖ୍ୟାନ: ପ୍ରିୟ ପାଠକ, ଆମର ଖବର ପଢ଼ିଥିବାରୁ ଧନ୍ୟବାଦ। ଏହି ଖବର କେବଳ ଆପଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଲେଖାଯାଇଛି। ଏହାକୁ ଲେଖିବାରେ ଆମେ ଘରୋଇ ଉପଚାର ଏବଂ ସାଧାରଣ ତଥ୍ୟର ସାହାଯ୍ୟ ନେଇଛୁ। ଯଦି ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ କିଛି ଖବର ପଡ଼ୁଛନ୍ତି, ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link