Cloudburst Rain: ହିମାଚଳ-ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ୧୩ରୁ ଅଧିକ ମୃତ, ଅନେକ ନିଖୋଜ...

ହିମାଚଳ ପ୍ରଦେଶରେ ମଣିଷ ପାଇଁ ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ। କେରଳ ଓ୍ବାୟନାଡ(Wayanad) ପରେ ଏବେ ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ।

ପ୍ରିୟମ୍ବଦା ରଣା Fri, 02 Aug 2024-9:17 am,
1/6

ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡ(Uttrakhand)ରେ ଦେଖିବାକୁ ମିଳିଛି ଜଳ ପ୍ରଳୟ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା(Cloud Bursting) ଯୋଗୁ ଭୟାନକ ଜଳ ପ୍ରଳୟ ପରିସ୍ଥିତି ସୃଷ୍ଟି ହୋଇଛି। 

2/6

କେଉଁଠି ଡ୍ୟାମ କାନ୍ଥ ଭାଙ୍ଗିଛି ତ ଆଉ କେଉଁଠି ଘର ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି।

 

3/6

ହିମାଚଳର କୁଲୁ, ମଣ୍ଡି(Mandi) ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି ହୋଇଛି । ବର୍ଷାରେ ଅନେକ ଘର ଧୋଇ ହୋଇଯାଇଛି । 

4/6

ସେପଟେ କେଦାରନାଥ(Kedarnath)କୁ ଯାଉଥିବା ମୁଖ୍ୟ ରାସ୍ତାର ୩୦ କିଲୋମିଟର ମନ୍ଦାକିନୀ ନଦୀର ବନ୍ୟା ପାଣିରେ ଧୋଇ ହୋଇଯାଇଛି । ହଠାତ ବନ୍ୟା ଆସିବାରୁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଫସିରହିଛନ୍ତି । 

 

Over 20 people killed, hundreds stranded , #CloudBurst #Landslides washing away what once were happy Pahadi homes, Raging rivers and hundreds stranded,race against time to save lives. That's How #Himachal will remember #Rain for 2024 and every year after it because there is no… pic.twitter.com/BeRJJKwQWM

— Sumedha Sharma (@sumedhasharma86) August 1, 2024

5/6

ସେପଟେ କେଦାରନାଥ(Kedarnath)କୁ ଯାଉଥିବା ମୁଖ୍ୟ ରାସ୍ତାର ୩୦ କିଲୋମିଟର ମନ୍ଦାକିନୀ ନଦୀର ବନ୍ୟା ପାଣିରେ ଧୋଇ ହୋଇଯାଇଛି । ହଠାତ ବନ୍ୟା ଆସିବାରୁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଫସିରହିଛନ୍ତି । 

 

6/6

ପ୍ରବଳ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଯେଉଁଥିରେ ଟେହେରୀରେ ୩ ଜଣ, ହରିଦ୍ୱାର(Haridwar) ଏବଂ ରୁରକି(Roorki)ରେ ୨ ଜଣ ଓ ଚାମୋଲି(Chamoli) ଏବଂ ଡେରାଡୁନରେ ଜଣଙ୍କର ମୃତ୍ୟୁ ଘଟିଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link