Hockey Worldcup 2023: ଆଜି ହକି ବିଶ୍ବକପ ସେମିଫାଇନାଲ, ସାମ୍ନାସାମ୍ନି ହେବେ ୪ଟି ଟିମ୍

Hockey Worldcup 2023: ଆଜି କମ୍ପିବ କଳିଙ୍ଗ ଷ୍ଟାଡିୟମ। କାରଣ ଆଜି ହକି ବିଶ୍ୱକପ ପାଇଁ ସେମିଫାଇନାଲ ଟକ୍କର । ଫାଇନାଲ ଟିକେଟ କିଏ ହାତେଇବ ସେନେଇ ଆଜି ବ୍ଲୁ ଟର୍ଫକୁ ଓହ୍ଲାଇବେ ୪ଟି ଟିମ୍ । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ ଟିମ୍ । ସାଢେ ୪ଟାରୁ କଳିଙ୍ଗରେ ହେବ ଏହି ସେମିଫାଇନାଲ ମୁକାବିଲା । ତେବେ ପୂର୍ବରୁ ଭାରତ ହକି ବିଶ୍ୱକପରୁ ବିଦାୟ ନେଇସାରିଛି। କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରି ନିରାଶ ହୋଇଛି ଭାରତ ।

Jan 27, 2023, 13:31 PM IST
1/5

ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଜର୍ମାନୀକୁ ଭେଟିବ। ଦଳ ଏହି ଖେଳରେ ଶହେରୁ ଶହେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କୋଚ୍ କୋଲିନ ବ୍ୟାଚ୍ । ଏଠାରେ କହି ରଖୁଛୁ ଯେ, ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଂ ଟିମ୍ । ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଟିମ୍ ଅପରାଜେୟ ରହିଛି ।

2/5

ଅନ୍ୟପଟେ ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ ନେଦରଲାଣ୍ଡ୍ସ ମଧ୍ୟରେ ହେବ କଡ୍ଡା ଟକ୍କର। ବିଶ୍ବର ୪ଟି ଶ୍ରେଷ୍ଠ ଟିମ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି । 

3/5

ଯେଉଁ ଟିମ୍ ଶ୍ରେଷ୍ଠ ପ୍ରଦର୍ଶନ କରିବ ସେହି ଟିମ୍ ଫାଇନାଲକୁ ଯିବ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ଚଳିତ ବିଶ୍ବକପର ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଓ ନେଦାରଲାଣ୍ଡ୍ସ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇଟି ଟିମ୍ ଫାଇନାଲ ଯିବାର ସମ୍ଭାବନା ଅଧିକ ବୋଲି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି ।

 

4/5

ସେହିପରି ଭାରତର ରେକର୍ଡ ଯଦି ଦେଖିବା ତେବେ ହକି ବିଶ୍ବକପରୁ ଭାରତ ବିଦାୟ ନେଇସାରିଛି । କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିଥିଲା ଭାରତ । ପେନାଲ୍ଟି ସୁଟ୍ ଆଉଉଟରେ ୪-୫ ଗୋଲରେ ବାଜି ମାରିଥିଲା ନ୍ୟୁଜିଲାଣ୍ଡ । ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ମ୍ୟାଚ ଡ୍ର ରହିବା ପରେ ସୁଟଆଉଟକୁ ଯାଇଥିଲା ମ୍ୟାଚ । 

 

5/5

ପ୍ରଥମ ପେନାଲ୍ଟି ସୁଟଆଉଟରେ ଉଭୟ ସମାନ ସ୍ଥିତିରେ ରହିବାରୁ ଦ୍ବିତୀୟ ସୁଟଆଉଟ ଖେଳାଯାଇଥିଲା । ଏଥିରେ ବିଜୟୀ ହୋଇଥିଲା ନ୍ୟୁଜିଲାଣ୍ଡ । ପେନାଲ୍ଟି ସୁଟଆଉଟରେ ୪-୫ରେ ହାରି ବିଶ୍ୱକପରୁ ବିଦାୟ ନେଇସାରିଛି ଭାରତ । ଯାହାଫଳରେ ହକି ସମର୍ଥକ ମାନେ ନିରାଶ ହୋଇଛନ୍ତି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link