Today Horoscope: ସାମାନ୍ୟ ଅସାବଧାନତା ହେତୁ ଘଟିପାରେ ବଡ଼ ବିପଦ, ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆଜିର ଦିନ...

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୧୫ ତାରିଖ ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର

Mon, 15 Jan 2024-6:25 am,
1/12

ମେଷ ରାଶି: ମେଷ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲ ଅଟେ। ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁସୂତ୍ରରୁ ଲାଭବାନ୍ ହେବେ। ପାରିବାରିକ ସୁଖ ଶାନ୍ତି ଲାଗି ରହିବ।

2/12

ବୃଷ ରାଶି: ବୃଷ ରାଶିର ଲୋକମାନଙ୍କ ପାଇଁ ଆଜିର ଦିନ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମ କ୍ଷେତ୍ରରେ ଉନ୍ନତି ସହ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ନେଇ ସମ୍ଭାବନା ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତଙ୍କ ପରିଶ୍ରମ ଜାରି ରହିବ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।

3/12

ମିଥୁନ ରାଶି: ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ବାଧା ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ସହକର୍ମୀ ଓ ପରିବାର ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ ।

4/12

କର୍କଟ ରାଶି: କର୍କଟ ରାଶିର ଲୋକମାନଙ୍କକ ମନ ଆଜି ପ୍ରସନ୍ନ ରହିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ। ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହୁଛି। ମହିଳାମାନେ ଗୃହ ନିପୁଣା ହେବେ।

5/12

ସିଂହ ରାଶି- ଆଜି ଦିନଟି ସିଂହ ରାଶିର ଲୋକଙ୍କ ପାଇଁ ଭୋଗବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।

6/12

କନ୍ୟା ରାଶି- କନ୍ୟା ରାଶିର ଲୋକଙ୍କୁ ସତର୍କତାର ଆଜି କାର୍ଯ୍ୟ କରିବାକୁ ପଡ଼ିବ। ବକେୟା ଟଙ୍କା, ଋଣ ଇତ୍ୟାଦି ଠିକ୍ ସମୟରେ ପରିଶୋଧ କରାଯିବା ଉଚିତ୍, ନଚେତ୍ ଋଣଦାତାମାନେ ଟଙ୍କା ସଂଗ୍ରହ କରିବାକୁ ଆପଣଙ୍କ ନିକଟରେ ପହଞ୍ଚି ପାରନ୍ତି।

7/12

ତୁଳା ରାଶି - ଏହି ରାଶିର ଲୋକମାନେ କର୍ମକ୍ଷେତ୍ରରେ ଶକ୍ତିଶାଳୀ ଏବଂ ସକ୍ରିୟ ଦେଖାଯିବେ। ଆଜି ଯାହା ବି କାମ ଆସେ, ଆପଣ ଏହାକୁ ସତର୍କତାର ସହ କରିବା ଉଚିତ୍। ପରିବହନ ସହିତ ଜଡ଼ିତ ବ୍ୟବସାୟୀମାନେ ଆଜି ବଡ଼ ଅର୍ଡର ପାଇପାରନ୍ତି, ଯାହା ମାଧ୍ୟମରେ ସେମାନେ ଭଲ ଲାଭ ମଧ୍ୟ ପାଇବେ। ବହୁତ ସମୟ ପରେ, ଆପଣ ନିଜର ଏକ ପୁରୁଣା ବନ୍ଧୁଙ୍କୁ ଭେଟିବେ କିମ୍ବା କଥା ହେବେ, ଯଦି କୌଣସି ପୁରୁଣା ରାଗ-ଅଭିମାନ ବାକି ଅଛି ତେବେ ସେସବୁକୁ ଭୁଲିଯାଇ ନିଜ ଦିନକୁ ଭଲରେ ଆରମ୍ଭ କରନ୍ତୁ।

8/12

ବିଛା ରାଶି- ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।

9/12

ଧନୁ ରାଶି- ଆଜି ସ୍ବାସ୍ଥ୍ୟ ଓ କର୍ମହାନୀ ସାଙ୍ଗକୁ ବିବାଦୀୟ ସ୍ଥିତି ପାଇଁ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।

10/12

ମକର ରାଶି- ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ ଶୁଭ ସମାଚାର ପାଇ ଖୁସି ହେବେ। ଶତ୍ରୁମାନେ ପରାଜିତ ହେବା ଫଳରେ ମାନସିକ ଅଶାନ୍ତି ଦୂର ହୋଇ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ।  ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ।

11/12

କୁମ୍ଭ ରାଶି- ବୈବାହିକ ଜୀବନରେ ବିବାଦ ଦେଖାଦେବ। ଜୀବନସାଥୀଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ନିରର୍ଥକ ଚର୍ଚ୍ଚା କିମ୍ବା ବିବାଦରେ ପଡ଼ନ୍ତୁ ନାହିଁ। ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। ସମୟର ସଦୁପୋଯୋଗ କରନ୍ତୁ।

12/12

ମୀନ ରାଶି- ମୀନ ରାଶିର ଲୋକମାନେ ସେମାନଙ୍କର ନେଟୱାର୍କକୁ ସକ୍ରିୟ ରଖିବା ଉଚିତ୍, କାରଣ ଯେଉଁ କ୍ଷେତ୍ରରେ ଆପଣ ଜଡ଼ିତ ଅଛନ୍ତି, ଅଧିକାଂଶ କାର୍ଯ୍ୟ ଯୋଗାଯୋଗ ମାଧ୍ୟମରେ କରାଯିବ। ଯଦି ଇଲେକ୍ଟ୍ରୋନିକ୍ ସାମଗ୍ରୀ କାରବାର କରୁଥିବା ଲୋକମାନେ ବହୁ ପରିମାଣର ଷ୍ଟକ୍ ରଖିଛନ୍ତି, ତେବେ ସମୟ ସମୟରେ ସାମଗ୍ରୀ ଯାଞ୍ଚ କରନ୍ତୁ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link