Land on Moon: ଚନ୍ଦ୍ର ପୃଷ୍ଠର ଜମି କିପରି? ପୃଥିବୀ ଠାରୁ କେତେ ଭିନ୍ନ ସେଠାକାର ମାଟି ଏବଂ ବାୟୁମଣ୍ଡଳ?

Land in Moon: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପଠାଯାଇଥିବ ମହାକାଶଯାନ ଚନ୍ଦ୍ରାୟନ-୩ ଚନ୍ଦ୍ର ପୃଷ୍ଠର ଭୂମିର ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖି ଆପଣ ଚନ୍ଦ୍ର ପୃଷ୍ଠର ଭୂମି କିପରି ରହିଛି ସେ ବିଷୟରେ ଏକ ଧାରଣା ପାଇପାରିବେ। ହେଲେ କ`ଣ ଆପଣ ଜାଣିଛନ୍ତି ଚନ୍ଦ୍ର ପୃଷ୍ଠର ଭୂମି ପୃଥବୀ ଠାରୁ କେତେ ଭିନ୍ନ।

Sun, 13 Aug 2023-7:09 pm,
1/6

ଆପଣ ଅନୁଭବ କରୁଥିବେ ଯେ ଚନ୍ଦ୍ର ପୃଷ୍ଠର ଭୂମି ପୃଥିବୀ ସହିତ ପ୍ରାୟ ସମାନ ହୋଇଥିବ। ହେଲେ ତାହା ନୁହେଁ। ସେଠାରେ ରହିଥିବା ଭୂମିର ଅବସ୍ଥା ସମ୍ପୂର୍ଣ୍ଣ ଭିନ୍ନ। ଆମେରିକୀୟ ସ୍ପେଶ ଏଜେନ୍ସି ନାସା ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ପୃଥିବୀ ପରି ଚନ୍ଦ୍ର ପୃଷ୍ଠରେ ସମତଳ ଜମି, ପାହାଡ଼ ପର୍ବତ ଏବଂ ଘାଟି ରହିଛି। ହେଲେ ଏହା କେବଳ ମରୁଭୂମି ଭଳି ଦେଖାଯାଇଥାଏ।

2/6

ଚନ୍ଦ୍ର ପୃଷ୍ଠରେ ଅନେକ ବଡ ଗର୍ତ୍ତ ମଧ୍ୟ ଅଛି। ଯାହା ମହାକାଶରୁ ଆସୁଥିବା ବଡ଼ ବଡ଼ ପଥର ଖଣ୍ଡ କିମ୍ବା କ୍ଷୁ୍ଦ୍ର ଗ୍ରହ ସହ ଧକ୍କା ହେବା କାରଣରୁ ସୃଷ୍ଟି ହୋଇଛି। ମାତ୍ର ଚନ୍ଦ୍ର ପୃଷ୍ଠରେ ନିଶ୍ୱାସ ନେବା ପାଇଁ ବାୟୁ ନାହିଁ।

3/6

ଚନ୍ଦ୍ର ପୃଷ୍ଠରେ କୌଣସି ବାୟୁମଣ୍ଡଳ ନାହିଁ। ଯାହାର ଅର୍ଥ ହେଉଛି ଏଠାରେ ପବନ ଉପଲବ୍ଧ ନାହିଁ। କେବଳ ସେତିକି ନୁହେଁ ପବନ ବ୍ୟତୀତ ଏଠାରେ ପାଣିପାଗର ପ୍ରଭାବ ଅନୁଭୂତ ହୁଏନାହିଁ। ଏହି କାରଣରୁ ଚନ୍ଦ୍ର ପୃଷ୍ଠରେ କୌଣସି ଉଦ୍ଭିଦ ଦେଖାଯାଏ ନାହିଁ। ଯଦି ଚନ୍ଦ୍ର ପୃଷ୍ଠରେ ମାଟିରେ କୌଣସି ଚିହ୍ନ ସୃଷ୍ଟି ହୋଇଯାଏ, ତାହେଲେ ଏହି ଚିହ୍ନ କେବେ ହଟେ ନାହିଁ କିମ୍ବା ଦୂର ହୁଏ ନାହିଁ।

4/6

ଯେତେବେଳେ ମହାକାଶଚାରୀ ଚନ୍ଦ୍ର ପୃଷ୍ଠରେ ଚାଲୁଥିଲେ, ସେମାନଙ୍କର ଧୂଳି ଆଚ୍ଛାଦିତ ପାଦ ଚିହ୍ନ ଆଜି ମଧ୍ୟ ମହଜୁଦ ରହିଛି। ଭବିଷ୍ୟତରେ ମଧ୍ୟ ଏହି ପାଦ ଚିହ୍ନ ସେଠାର ରହିବେ। ଏହା ସହିତ ଏଠାରେ ଅନେକ ପଥର ପରି ଆକୃତି ରହିଥିବାର ଜଣାପଡ଼ିଛି।

 

5/6

ପୃଥିବୀ ପୃଷ୍ଠରେ ଭୂମି ଏବଂ ମାଟି ରହିଛି। ହେଲେ ଚନ୍ଦ୍ର ପୃଷ୍ଠରେ ଭୂମି କିମ୍ବା ମାଟି ନାହିଁ। କିଛି ପାଉଡ଼ର ପରି ଏକ ପଦାର୍ଥ ସେଠାକାର ଜମିକୁ ଆଚ୍ଛାଦିତ କରିଥାଏ। ଯାହାକୁ "Lunar Regolith" କୁହାଯାଏ।

 

6/6

ଚନ୍ଦ୍ର ପୃଷ୍ଠରେ ଆଗ୍ନେୟ ପଥର ରହିଛି। ଯାହା Highlands Anorthosite ଦ୍ୱାରା ଗଠିତ ବୋଲି ବିଶ୍ୱାସ କରାଯାଏ। ଏଭଳି ପଥରରେ କ୍ୟାଲସିୟମ୍ ରହିଥାଇପାରେ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link