Types of Ghost: କେତେ ପ୍ରକାରର ହୋଇଥାନ୍ତି ଭୂତ? କେଉଁ ପ୍ରକାରର ଭୂତ ହୋଇଥାନ୍ତି ସବୁଠୁ ବେଶୀ ବିପଜ୍ଜନକ

Types of Ghost: ଆତ୍ମା ହେଉଛି ଜୀବନ ଶକ୍ତି, ଯାହା ଶରୀରକୁ ଜୀବନ୍ତ ରଖିଥାଏ। ଯେତେବେଳେ ଆତ୍ମା ତଥା ଜୀବନଶକ୍ତି ଶରୀରରୁ ବାହାରିଯାଏ, ସେତେବେଳେ ଶରୀର ମୃତପ୍ରାୟ ହୋଇଯିବା ପଞ୍ଚତତ୍ତ୍ୱରେ ବିଲୀନ ହୋଇଯାଏ। କୁହାଯାଏ ଯେ ମଣିଷ ମୃତ୍ୟୁ ପରେ ଭୂତ ହୋଇଯାଏ। ଭୂତଙ୍କ ବିଷୟରେ ଆପଣ ଅନେକ କାହାଣୀ ଶୁଣିଥିବେ। ହୁଏତ ଅନେକ ଲୋକ ଭୂତ ଦେଖିଥିବେ। ସଂସାରେ ଏପରି କୌଣସି ଲୋକ ନଥିବ ଯିଏ ଭୂତ କାହାଣୀ ଶୁଣିନଥିବେ। ହଁ, ଆଜ୍ଞା ଏକଥା ଅଲଗା ହୋଇପାରେ କିଏ ଭୂତକୁ ବିଶ୍ୱାସ କରନ୍ତି ଆଉ କେହି ବିଶ୍ୱାସ କରନ୍ତି ନାହିଁ। ଏହା ଲୋକଙ୍କ ଚିନ୍ତାଧାର ଉପରେ ନିର୍ଭର କରିଥାନ୍ତି। ଯଦି ଭୂତ ଉପସ୍ଥିତିକୁ ବିଶ୍ୱାସ କରନ୍ତି ତାହେଲେ ଜାଣନ୍ତୁ ଯେ କେତେ ପ୍ରକାରର ହୋଇଥାନ୍ତି ଭୂତ? କେଉଁ ପ୍ରକାରର ଭୂତ ହୋଇଥାନ୍ତି ସବୁଠୁ ବେଶୀ ବିପଜ୍ଜନକ?

Fri, 26 Jan 2024-1:21 am,
1/6

ଭୂତ: ଜୀବନ-ମୃତ୍ୟୁ ମଝିରେ ରହିଛି ଏକ ଦୁନିଆ। ଯାହାକୁ ବୁଝିବା ଏତେ ସମ୍ଭବ ନୁହେଁ। କୌଣସି ନା କୌଣସି କାରଣ ପାଇଁ ସମସ୍ତଙ୍କ ମନରେ ଡର କିମ୍ବା ଭୟ ରହିଛି। ହିନ୍ଦୁ ଧର୍ମ ଅନୁଯାୟୀ ଭୂତ, ପିଶାଚ, ପ୍ରେତ, ଡାହାଣୀ, ବ୍ରହ୍ମରାକ୍ଷସ ମଧ୍ୟରେ ଫରକ ରହିଛି। ଭୂତ ହେଉଛି ପ୍ରଥମ ଆରମ୍ଭ। ଯେତେବେଳେ ଜଣେ ସାଧାରଣ ଲୋକ ମରିଯାଏ ସେ ପ୍ରଥମେ ଭୂତ ହୋଇଯାଏ। 

2/6

ପିଶାଚ: ପିଶାଚ ଖ୍ରୀଷ୍ଟିଆନ ଧାର୍ମିକ ମାନ୍ୟତା ଅନୁଯାୟୀ ବିଶେଷ ଭାବେ 'ଭାମ୍ପାୟର୍' ସହିତ ଜଡିତ। ପିଶାଚ ଅର୍ଥାତ ଭାମ୍ପାୟାର ସେମାନଙ୍କୁ ବିବେଚନା କରାଯାଏ ଯିଏ ମଣିଷ ରକ୍ତ ପିଇବା ସହ ମାଂସ ଖାଇ ବଞ୍ଚିଥାଏ। ଯଦିଓ ସେମାନେ ମୃତ ବୋଲି ବିଶ୍ୱାସ କରାଯାଏ। ହେଲେ ଏହା ମଧ୍ୟ କୁହାଯାଏ ପିଶାଚଙ୍କ ପାଖରେ ମଣିଷଙ୍କ ଭଳି ଏକ ଆତ୍ମା ପିଣ୍ଡ ମଧ୍ୟ ରହିଥାଏ। ସେମାନେ ପରିବାର ସହିତ ରହୁଥିଲେ ଏବଂ ଶିକାର କରିବାକୁ ଜଙ୍ଗଲକୁ ଯାଉଥିଲେ।

3/6

ପ୍ରେତ: ପ୍ରେତ ବିଷୟରେ କେବଳ ହିନ୍ଦୁ ଧର୍ମରେ ନୁହେଁ ବରଂ ଚୀନ୍, ଜାପାନୀ, ବୌଦ୍ଧ, ଭିଏତନାମ ଭଳି ଦେଶର ସଂସ୍କୃତିରେ ମଧ୍ୟ ଉଲ୍ଲେଖ ରହିଛି। ପ୍ରେତ ହେଉଛନ୍ତି ଭୋକିଲା ଆତ୍ମା। ପୂର୍ବ ଜନ୍ମରେ ଯେଉଁମାନେ କିଛି ଭୁଲ କାମରେ ଲିପ୍ତ ରହିଥାନ୍ତି, ସେମାନଙ୍କ ମନରେ ଲାଳସା ଭରି ରହିଥାଏ, ଯେଉଁ ମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇନଥାଏ ସେମାନେ ପ୍ରେତ ପାଲଟି ଯାଇଥାନ୍ତି। ଯେଉଁମାନଙ୍କୁ ହତ୍ୟା କରାଯାଇଥାଏ, ଯେଉଁମାନେ ଆତ୍ମହତ୍ୟା କରିଥାନ୍ତି କିମ୍ବା ଯାହାର ଆକସ୍ମିକ ମୃତ୍ୟୁ ହୋଇଥାଏ ସେମାନେ ପ୍ରେତ ହୋଇ ବୁଲିଥାନ୍ତି। ସେମାନେ ସବୁବେଳେ ଲୋକଙ୍କୁ ହଇରାଣ କରିବା ସେମାନଙ୍କର କ୍ଷତି କରିଥାନ୍ତି।

4/6

ଜିନ୍: ଜିନ୍ ଉପର ଇସଲାମ୍ ଧର୍ମର ଲୋକେ ଅଧିକ ବିଶ୍ୱାସ କରିଥାନ୍ତି। ହେଲେ ହିନ୍ଦୁ ଧର୍ମ ଉପରେ ମଧ୍ୟ ଏହାର ପ୍ରଭାବ ରହିଥାଏ। ଇସଲାମୀୟ ମାନ୍ୟତା ଅନୁଯାୟୀ ମଣିଷ ଯେଉଁଭଳି ଭାବରେ ପଞ୍ଚତତ୍ତ୍ୱରେ ତିଆରି ହୋଇଥାଏ ଜିନ୍ ସେମିତି ନିଆଁରୁ ତିଆରି ହୋଇଥାଏ। ଜିନ ଉପସ୍ଥିତି ମଣିଷଙ୍କ ଗହଣରେ ରହିଥାଏ। ସେମାନେ ମଧ୍ୟ ଭଗବାନଙ୍କ ପୂଜା କରିଥାନ୍ତି। ସେମାନଙ୍କୁ ଉଦାର ବୋଲି ବିବେଚନା କରାଯାଏ, ଯେଉଁମାନେ ଜଣେ ବ୍ୟକ୍ତିଙ୍କୁ ବହୁତ ଆରାମ ପ୍ରଦାନ କରନ୍ତି। ହେଲେ ଏହାର ପ୍ରତି ବଦଳରେ ମଣିଷଙ୍କ ଠାରୁ କିଛି ନାଁ କିଛି ନେଇଥାନ୍ତି। ହୁଏତ ତାହା କୌଣସି ବ୍ୟକ୍ତିଙ୍କ ଶରୀର ହୋଇପାରେ।  ସେମାନେ ମଣିଷ ଶରୀରକୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରି ନେଇଥାନ୍ତି।

 

5/6

ଡାହାଣୀ: କେବଳ ମହିଳାଙ୍କୁ ଡାହାଣୀ ମାନିବା ପ୍ରଥା ଭାରତ ବର୍ଷରେ ନୁହେଁ ବରଂ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ଦେଖିବାକୁ ମିଳିଥାଏ। କୁହାଯାଏ ଯେ ଯେଉଁ ସୁନ୍ଦରୀ ମହିଳା ଯାଦୁ ବିଦ୍ୟା ମାଧ୍ୟମରେ ମଣିଷର ଜୀବନ ନେଇଥାନ୍ତି ସେମାନଙ୍କୁ ଡାହାଣୀ କୁହାଯାଏ। ଛୋଟ ପିଲାଙ୍କ ଉପରେ ସବୁବେଳେ ସେମାନଙ୍କ ନଜର ରହିଥାଏ। ଭାରତୀୟଙ୍କ ଅନୁସାରେ ଡାହାଣୀ ରାତିରେ ଶ୍ମଶାନରେ ଚରନ୍ତି, ଗୋଡ଼ ଉପରକୁ ଏବଂ ମୁଣ୍ଡ ତଳକୁ କରି ବିଷ୍ଠା ଖାଇଥାନ୍ତି। ସମୟ ସମୟରେ ସେମାନଙ୍କ ପାଦ ଓଲଟା ମୋଡ଼ି ହୋଇଯାଏ ବୋଲି ଲୋକକଥା ରହିଛି।

6/6

ବ୍ରହ୍ମରାକ୍ଷସ: କୁହାଯାଏ ବ୍ରହ୍ମରାକ୍ଷସ ହେଉଛନ୍ତି ଭୟଙ୍କର ସଇତାନ୍। ସେମାନେ ସେହି ଭୂତ ଅଥବା ପ୍ରେତାତ୍ମା ହୋଇଥାନ୍ତି ଯେଉଁମାନେ ଜୀବିତ ଥିବାବେଳେ ବ୍ରାହ୍ମଣ ଥିଲେ। ଯେଉଁ ବ୍ରାହ୍ମଣ ସେମାନଙ୍କର କାର୍ଯ୍ୟ ଏବଂ ଉପାସନା ସଠିକ୍ ଭାବେ ନକରି ନକରାତ୍ମକ ତଥା ଭୁଲ କାର୍ଯ୍ୟରେ ଲିପ୍ତ ରହିଥାନ୍ତି, ସେମାନେ ମୃତ୍ୟୁ ପରେ ବ୍ରହ୍ମରାକ୍ଷସ ପାଲଟି ଯାଇଥାନ୍ତି। ହିନ୍ଦୁ ସଂସ୍କୃତିରେ ଜାତି ପ୍ରଣାଳୀ ଅତ୍ୟନ୍ତ ସ୍ପଷ୍ଟ। ଏହି ଅନୁଯାୟୀ, ଜଣେ ବ୍ରାହ୍ମଣଙ୍କ କାମ ହେଉଛି ଲୋକଙ୍କୁ ଶିକ୍ଷା ଦେବା, ବେଦ ମନ୍ତ୍ର ପାଠ କରିବା, ଜ୍ଞାନ ଦେବା ଏବଂ ଉପାସନା କରିବା। କିନ୍ତୁ ଯେଉଁ ବ୍ରାହ୍ମଣମାନେ ଏହାର ଦୁରୁପୋଯୋଗ କରିଥାନ୍ତି, ଭୁଲ ପଥରେ ଯାଇ ତନ୍ତ୍ର ବିଦ୍ୟା ଦ୍ୱାରା ଭୁଲ କାମ କରିଥାନ୍ତି ସେମାନ ମୃତ୍ୟୁ ପରେ ବ୍ରହ୍ମରାକ୍ଷସ ପାଲଟି ଯାଇତାନ୍ତି। ସେମାନେ ସବୁଠୁ ଭୟଙ୍କର ହୋଇଥାନ୍ତି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link