Indian Politics: ଦେଶର ସେହି ପ୍ରଧାନମନ୍ତ୍ରୀ ଯିଏ ଧାର୍ଯ୍ୟ ସମୟ ପୂର୍ବରୁ କରିଛନ୍ତି ଲୋକସଭା ନିର୍ବାଚନ

Lok Sabha Election in India: ଆସନ୍ତା ବର୍ଷ ହେବାକୁ ଯାଉଛି ଅଷ୍ଟାଦଶ ଲୋକସଭା ନିର୍ବାଚନ। ମାତ୍ର ଧାର୍ଯ୍ୟ ସମୟ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ଏନଡ଼ିଏ ସରକାର ନିର୍ବାଚନ କରିପାରନ୍ତି ବୋଲି ଦାବି କରୁଛନ୍ତି ବିଭିନ୍ନ ଦଳର ନେତା। ବର୍ତ୍ତମାନର ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ମେ ୨୦୨୪ ପର୍ଯ୍ୟନ୍ତ ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ବିରୋଧି ଦଳର ନେତା ଅନୁମାନ କରୁଛନ୍ତି ଯେ ଏନଡିଏ ସରକାର ପ୍ରଥମେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଯଦି ଏହା ଘଟେ, ତାହେଲେ ଏହା ପ୍ରଥମ ଥର ହେବ ନାହିଁ। କାରଣ ପୂର୍ବରୁ ମଧ୍ୟ ଅନେକ ସରକାର ଦ୍ୱାରା ଆଗୁଆ ଲୋକସଭା ଭଙ୍ଗ କରାଯିବା ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି।

Thu, 21 Sep 2023-1:01 am,
1/5

୧୯୭୧ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆଗୁଆ ଲୋକସଭା ଭଙ୍ଗ କରି ସାଧାରଣ ନିର୍ବାଚନ କରିବାକୁ ପରାମର୍ଶ ଦେଇଥିଲେ। ସେତେବେଳେ କଂଗ୍ରେସ ଏବଂ ବାମପନ୍ଥୀ ସରକାର ପାଖରେ ଆବଶ୍ୟକୀୟ ବହୁମତ ନଥିଲା। ଧାର୍ଯ୍ୟ ସମୟ ପୂର୍ବରୁ ହୋଇଥିବା ପଞ୍ଚମ ଲୋକସଭା ନିର୍ବାଚନରେ ​​ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୩୫୨ ଆସନ ହାତେଇ ବହୁମତ ହାସଲ କରିଥିଲା।

 

2/5

୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତତ୍କାଳୀନ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀଙ୍କୁ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଥିଲା। ରାଜୀବ ଗାନ୍ଧୀ ସେହି ବର୍ଷ ନଭେମ୍ବରରେ ଲୋକସଭା ଭଙ୍ଗ କରିଥିଲେ। ଯାହା ପରେ ଦେଶରେ ଆଗୁଆ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅଷ୍ଟମ ଲୋକସଭା ନିର୍ବାଚନରେ ​​ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ କାରଣରୁ ଲୋକେ କଂଗ୍ରେସ ଅଦ୍ଭୂତପୂର୍ବ ଜନ ସମର୍ଥନ ପାଇଥିଲା। ଏହି ନିର୍ବାଚନରେ  ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୪୧୪ ସିଟ୍ ପାଇଥିଲା।

 

3/5

୧୯୯୯ ମସିହାରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୪ ବର୍ଷରେ ଆଗୁଆ ଲୋକସଭା ଭଙ୍ଗ କରିଥିଲେ। ଯାହା ପରେ ଦେଶରେ ଚର୍ତୁଦଶ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲେ। କୁହାଯାଏ ଯେ ତତ୍କାଳୀନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଚାପରେ ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଗୁଆ ନିର୍ବାଚନ କରିଥିଲେ। ହେଲେ ଏହି ନିର୍ବାଚନ ସେତେବେଳେ କ୍ଷମତାସୀନ ରହିଥିବା ବିଜେପି ନେତୃତ୍ୱାଧିନ ଏନଡ଼ିଏ ସରକାର ସପକ୍ଷରେ ନଥିଲା। ଏହି ନିର୍ବାଚନରେ ବାଜିମାତ କରି ବିରୋଧି କଂଗ୍ରେସ ନେତୃତ୍ୱାଧିନ ୟୁପିଏ ମେଣ୍ଟ କେନ୍ଦ୍ରରେ ସରକାର ଗଠନ କରିଥିଲା।  

4/5

ଏବେ ଚର୍ଚ୍ଚା ହେଉଛି ଯେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ଲୋକସଭା ନିର୍ବାଚନ କରିପାରନ୍ତି। ଏନେଇ ହେଉଥିବା ଦାବି ଅନୁସାରେ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ବିଜେପି ସମସ୍ତ ରାଜ୍ୟରେ ହୋଟେଲ ଏବଂ ବହୁ ସଂଖ୍ୟକ ହେଲିକ୍ୟାପ୍ଟର ଆଗୁଆ ବୁକ୍ କରି ରଖିଛି। ଏହା ବ୍ୟତୀତ ମିଳିତ ବିରୋଧିଙ୍କ ସଂଖ୍ୟା ମଧ୍ୟ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ଉପରେ ଚାପ ପକାଉଛି।

5/5

ରାଷ୍ଟ୍ରପତି ଲୋକସଭା ଭଙ୍ଗ କରି ନୂତନ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ। ଯଦି ପ୍ରଧାନମନ୍ତ୍ରୀ ଲୋକସଭାର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହାକୁ ଭଙ୍ଗ କରି ଆଗୁଆ ନିର୍ବାଚନ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରନ୍ତି। ଭାରତୀୟ ସମ୍ବିଧାନର ଧାରା ୮୫ ଅନୁଯାୟୀ କେବଳ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଲୋକସଭା ଭଙ୍ଗ କରିବାର କ୍ଷମତା କେବଳ ରାଷ୍ଟ୍ରପତିଙ୍କ ପାଖରେ ରହିଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link