Indian Railway: ଟ୍ରେନ ଇଞ୍ଜିନ ଦେଖି ଆପଣ ଜାଣିପାରିବେ ଯାତ୍ରୀବାହୀ ନାଁ ମାଲାଗାଡ଼ି, ଜାଣନ୍ତୁ ପାର୍ଥକ୍ୟ...

Indian Railway Train Engine: ଭାରତୀୟ ରେଳବାଇ ଉଭୟ ବୈଦ୍ୟୁତିକ ଏବଂ ଡିଜେଲ ଟ୍ରେନ ଇଞ୍ଜିନ ରେଳ ଚଳାଚଳ ଲାଗି ବ୍ୟବହାର କରିଥାଏ। ହେଲେ ଟ୍ରେନ ଇଞ୍ଜିନ ଉପରେ ଲେଖାଯାଇଥିବା କିଛି ଅକ୍ଷର ଦେଖି ଆରପଣ ଜାଣିପାରିବେ ଯେ ଏହା ଯାତ୍ରୀବାହି ଟ୍ରେନ ନା ମାଲଗାଡି।

Wed, 08 Feb 2023-6:42 pm,
1/5

୧: ଭାରତୀୟ ରେଳ ସେବା ବିଶ୍ୱର ଅଳ୍ପ କେତେକ ପ୍ରତିଷ୍ଠିତ ଏବଂ ନିର୍ଭରଯୋଗ୍ୟ ରେଳ ସେବା ମଧ୍ୟରୁ ଅନ୍ୟତମ। ଅନେକ ଦେଶବାସୀ ଭାରତୀୟ ରେଳବାଇ ସହ ଜଡ଼ିତ କିଛି ରୋଚକ ତଥ୍ୟ ବିଷୟରେ ଜାଣିନାହାଁନ୍ତି। ହେଲେ ଆମେ ଆପଣଙ୍କୁ ରେଳ ଇଞ୍ଜିନ ଉପରେ ଲେଖାଯାଇଥିବା କିଛି ଶବ୍ଦ ବାବଦରେ ଜଣାଉଛୁ ଯାହାକୁ ଦେଖି ଆପଣ ଜାରିପାରିବେ ଯେ ଏହା ମାଲଗାଡ଼ି ନା ଯାତ୍ରୀବାହୀ ଟ୍ରେନ ଇଞ୍ଜିନ। 

2/5

୨. ଭାରତୀୟ ରେଳବାଇ ଦ୍ୱାରା ବ୍ୟବହାର ହେଉଥିବା ଇଞ୍ଜିନ ଉପରେ କିଛି ଅକ୍ଷର ଲେଖାଯାଇଛି। ଯାହା ହେଉଛି WAG, WAP, WDM, WAM। ଏହି ଅକ୍ଷର ଆଧାରରେ ଇଞ୍ଜିନ କେତେମାତ୍ରାରେ ଭାର ଟାଣି ପାରିବ ତାହା ନିର୍ଣ୍ଣୟ କରାଯାଇଥାଏ। W ଅକ୍ଷର ରେଳଧାରଣ ଗେଜ୍ (Railway Track Gauge) ସମ୍ପର୍କରେ ବୁଝାଇଥାଏ। ଯାହା ପାଞ୍ଚ ଫୁଟ ଲମ୍ବା ହୋଇଥାଏ। A ଶବ୍ଦର ଅର୍ଥ ହେଉଛି ବିଦ୍ୟୁତ୍ ଉତ୍ସ। D ଶବ୍ଦର ଅର୍ଥ ହେଉଛି ଟ୍ରେନ୍ ଡିଜେଲ ଇନ୍ଧନ ବ୍ୟବହାର କରିଥାଏ।

3/5

୩.ସେହିପରି P ଅକ୍ଷର ଯାତ୍ରୀବାହୀ ଟ୍ରେନ୍ ଏବଂ G ଅକ୍ଷର ମାଲବାହୀ ଟ୍ରେନ୍ ପାଇଁ, M ଅକ୍ଷର ମିଶ୍ରିତ ଉଦ୍ଦେଶ୍ୟ ପାଇଁ ଏବଂ S ଅକ୍ଷର ସଣ୍ଟିଂ ଲାଗି ବ୍ୟବହାର ହୋଇଥାଏ। ଏହି ଅକ୍ଷର ଆଧାରରେ କେହି ଜଣେ ଜାଣିପାରିବା ଯେ ଏହି ଇଞ୍ଜିନ୍ କେଉଁ ପ୍ରକାର ରେଳଗାଡି ଲାଗି ବ୍ୟବହୃତ ହେଉଛି। 

 

4/5

୪. ଆପଣଙ୍କର ଅତିରିକ୍ତ ସୂଚନା ପାଇଁ WAG, WAP ଏବଂ WAM ଅକ୍ଷରର ଅର୍ଥ କ'ଣ ତାହା ମଧ୍ୟ ଜଣାଉଛୁ। WAG ଅକ୍ଷରର ଅର୍ଥ ହେଉଛି ଯେ ରେଳ ଇଞ୍ଜିନ (Railway Engine) ୱାଇଡ୍ ଗେଜ୍ ଟ୍ରାକ (Wide Gauge Track) ଜରିଆରେ ଚାଲୁଛି ଏବଂ ଏହା ହେଉଛି ଏକ ଏସି ମୋଟିଭ୍ ପାୱାର୍ ଇଞ୍ଜିନ୍ (AC Motive Power Engine)। ଯାହାକୁ ମାଲଗାଡି (Goods Train) ଚଳାଇବା ପାଇଁ ବ୍ୟବହାର କରାଯାଏ।

5/5

୫. WAP ଅକ୍ଷରର ଅର୍ଥ ହେଉଛି ଏହା ଏସି ଶକ୍ତି (AC Power) ସହାୟତାରେ ଚାଲିଥାଏ ଏବଂ ଏହାର ବ୍ୟବହାର ଯାତ୍ରୀବାହୀ ଟ୍ରେନ୍ (Passenger Train) ଟାଣିବା ଲାଗି ବ୍ୟବହାର ହୋଇଥାଏ। WAM ଅକ୍ଷରର ବେଉଛି ଏହା ଏସି ମୋଟିଭ୍ ପାୱାର୍ ଇଞ୍ଜିନ୍। ହେଲେ ଏହା ମିଶ୍ରିତ। କାରଣ ଏହାକୁ ଉଭୟ ଯାତ୍ରୀବାହି ଏବଂ ମାଲଗାଡି ଚଲାଇବା ପାଇଁ ବ୍ୟବହାର କରାଯାଏ। ସେହିପରି WAS ଅକ୍ଷରର ଅର୍ଥ ହେଉଛି ସେଟିଂ (Railway Setting Engine) ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଇଞ୍ଜିନ। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link