Railway News: କେଉଁଠି ଚାଲିବ ଏଫିଲ ଟାୱାର ଠାରୁ ୩୫ ମିଟର ଅଧିକ ଉଚ୍ଚରେ ଟ୍ରେନ?

Chenab Railway Bridge: ଏଫିଲ ଟାୱାର ଠାରୁ ୩୫ ମିଟର ଅଧିକ ଉଚ୍ଚରେ ଚାଲିବ ଟ୍ରେନ। ଏହି ଟ୍ରେନ ସେବା ବିଦେଶ ନୁହେଁ ବରଂ ଦେଶରେ ମିଳିଯିବ। ଚଳିତ ବର୍ଷ ଠାରୁ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ସେତୁ ଉପରେ ଆରମ୍ଭ ହେବ ଟ୍ରେନ ସେବା। ଚଳିତ ବର୍ଷ ଟ୍ରେନ ଚଳାଚଳ ପାଇଁ ରେଳବାଇ ଦ୍ୱାରା ଚେନାବ ସେତୁ ଖୋଲିବ ନେଇ ଆଶା କରାଯାଉଛି। ଏହି ସେତୁ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ ପ୍ରକଳ୍ପର କାଟରା-ବାନିହାଲ ବିଭାଗର ଏକ ଅଂଶ। ଯାହାକୁ ସରକାର ୧୦୦ ଦିନିଆ କାର୍ଯ୍ୟ ଯୋଜନା ଅଧିନରେ ସମ୍ପୂର୍ଣ୍ଣ କରିବ।

Tue, 09 Apr 2024-12:41 am,
1/5

ଚେନାବ ରେଳ ପୋଲ ଚେନାବ ନଦୀ ଶଯ୍ୟା ଠାରୁ ୩୫୯ ମିଟର ଉଚ୍ଚରେ ନିର୍ମାଣ କରାଯାଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ପୋଲ ଫ୍ରାନ୍ସ ରାଜଧାନୀ ପ୍ୟାରିସ ସ୍ଥିତ ଏଫିଲ ଟାୱାର ଠାରୁ ୩୫ ମିଟର ଅଧିକ। ଚେନାବ ବ୍ରିଜ୍ ଇଞ୍ଜିନିୟରିଂ କ୍ଷେତ୍ରର ଏକ ବିରଳ ଉଦାହରଣ।

2/5

ପ୍ରାୟ ୧୭ ସ୍ପାନ ମିଶାଇ ଚେନାବ ନଦୀରେ ଏପରି ସେତୁ ନିର୍ମାଣ କରାଯାଇଛି। ଯାହାର ଲମ୍ବ ୪୬୭ ମିଟର। ଏହା ସବୁଠାରୁ ଲମ୍ବା ବୋଲି କୁହାଯାଉଛି। ରେଳବାଇ ଅନୁଯାୟୀ ପ୍ରାୟ ୪୬୭ ମିଟର ଲମ୍ବ ଆର୍ଚ ସ୍ପାନ୍ କୁ ପରସ୍ପର ସହ ସଂଯୋଗ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ। 

3/5

ଚେନାବ ନଦୀ ଉପରେ ନିର୍ମିତ ପୋଲ ଭୂକମ୍ପ ନିରୋଧି ସହ ବିସ୍ଫୋରକ ପ୍ରତିରୋଧକ। ଅର୍ଥାତ ଏହି ପୋଲ ଭୂକମ୍ପ ଏବଂ ବିସ୍ଫୋରଣକୁ ସାମ୍ନା କରିପାରିବ। ଘଣ୍ଟା ପ୍ରତି ୨୬୬ କିଲୋମିଟର ବେଦରେ ପ୍ରବାହିତ ହେଉଥିବା ପବନକୁ ପ୍ରତିହତ କରିବାର କ୍ଷମତା ରଖିଛି। 

4/5

ହିମାଳୟ ପର୍ବତମାଳାର ଦୁର୍ଗମ ଅଞ୍ଚଳରେ ନିର୍ମିତ ଚେନାବ ବ୍ରିଜ ଉପରେ ଟ୍ରେନ ଗତି ଘଣ୍ଟା ପ୍ରତି ୧୦୦ କିଲୋମିଟର ହେବ। ଏହି ସେତୁ ୧୨୦ ବର୍ଷ ପର୍ଯ୍ୟନ୍ତ ସ୍ୱାଭାବିକ ଅବସ୍ଥାନରେ ରହିବ। ରେଳବାଇ ଅନୁଯାୟୀ ପ୍ରାୟ ୧୪୮୬ କୋଟି ଟଙ୍କା ବ୍ୟୟରେ କୋଙ୍କଣ ରେଳ ନିଗମ ଲିମିଟେଡ୍ ଚେନାବ ରେଳ ପୋଲ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏହି ସେତୁ ନିର୍ମାଣ ପୂର୍ବରୁ ୨୬ କିଲୋମିଟର ରାସ୍ତା ଏବଂ ୪୦୦ ମିଟର ଲମ୍ବ ଟନେଲ ନିର୍ମାଣ କରାଯାଇଥିଲା।

 

5/5

ଚେନାବ ବ୍ରିଜ୍ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାରେ ବହୁ ଆନ୍ତର୍ଜାତୀୟ ଏଜେନ୍ସି ତଥା ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (IIT), ଭାରତୀୟ ପ୍ରତିରକ୍ଷା ଗବେଷଣ ଏବଂ ଅନୁସନ୍ଧାନ (DRDO) ଏବଂ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (GSI) ଭଳି ସର୍ବ ଭାରତୀୟ ଅନୁଷ୍ଠାନ ସହଯୋଗ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ କହିଥିଲେ ଯେ ଚେନାବ ବ୍ରିଜ ଖୋଲିବା ପରେ ବାକି କାଶ୍ମୀରକୁ ବନ୍ଦେ ଭାରତ ମାଧ୍ୟମରେ ସଂଯୋଗ କରାଯିବ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link