Blue Lava: ସେହି ବିଚିତ୍ରମୟ ଆଗ୍ନେୟଗିରି; ଯେଉଁଠୁ ନିର୍ଗତ ହୋଇଥାଏ ନୀଳ ରଙ୍ଗର ଲାଭା

Kawah Ijen Volcano: ଇଣ୍ଡୋନେସିଆର ପୂର୍ବ ଜାଭା ଅଞ୍ଚଳରେ ୨୨ କିଲୋମିଟର ଠାରୁ ଅଧିକ ଦୂରତା ପର୍ଯ୍ୟନ୍ତ ବ୍ୟାପିଥିବା ଏକ ଆଗ୍ନେୟଗିରି ଅବସ୍ଥିତ ରହିଛି। ଯାହା କାୱା ଇଜେନ୍ ନାମରେ ଜଣାଶୁଣା। ଏହି ଆଗ୍ନେୟଗିରିର ବିଶେଷତ୍ୱ ​​ହେଉଛି ଏହା ମଧ୍ୟରୁ ନୀଳ ରଙ୍ଗର ଲାଭା ନିର୍ଗତ ହୋଇଥାଏ।

Dec 27, 2023, 01:18 AM IST
1/6

ଇଣ୍ଡୋନେସିଆ ଠାରେ ଅବସ୍ଥିତ କାୱା ଇଜେନ୍ ଆଗ୍ନେୟଗିରିର ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ରାତିରେ ଏହି ଆଗ୍ନେୟଗିରି ନୀଳ ରଙ୍ଗରେ ଦୃଶ୍ୟମାନ ହୋଇଥାଏ। ଯାହା ବହୁତ ସୁନ୍ଦର ଦେଖାଯାଇଥାଏ। ଏହି ଆଗ୍ନେୟଗିରି ଭିତରୁ ବାହାରୁଥିବା ଲାଭା ସାଧାରଣ ଆଗ୍ନେୟଗିରି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। 

2/6

କାୱା ଇଜେନ ଆଗ୍ନେୟଗିରିରୁ ନୀଳ ରଙ୍ଗର ଲାଭା ନିର୍ଗତ ହେବା ପଛରେ ଏକ କାରଣ ରହିଛି। ତାହା ହେଉଛି ଏଥିରେ ବହୁ ପରିମାଣର ଗନ୍ଧକର ମାତ୍ରା ରହିଥାଏ। ଏହି କାରଣରୁ ଏହାର ଆଖପାଖର ବାୟୁ ମଧ୍ୟ ବିଷାକ୍ତ ହୋଇଯାଏ। 

 

3/6

କାୱା ଇଜେନ ଆଗ୍ନେୟଗିରିର ତାପମାତ୍ରା ୬୦୦-୯୦୦ ଡିଗ୍ରୀ ସେଲସିୟସ ମଧ୍ୟରେ ହୋଇଥାଏ। ଗନ୍ଧକ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ। ଏବେ ଏହାର ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ସଲଫର ଡାଇଅକ୍ସାଇଡ୍ ପରି କ୍ଷତିକାରକ ଗ୍ୟାସ୍ ମଧ୍ୟ ଏହି ଲାଭାରୁ ନିର୍ଗତ ହୋଇଥାଏ।

 

4/6

ଦିନରେ କଭା ଇଜେନ ଆଗ୍ନେୟଗିରିରୁ ନୀଳ ଲାଭା ବାହାରିବା ଦେଖିବା କଷ୍ଟକର ହୋଇଥାଏ। ହେଲେ ରାତି ସମୟରେ ଅନ୍ଧକାର ହେତୁ ଏହା ଚମକି ଉଠିଥାଏ।

 

5/6

କାୱା ଇଜେନ ଆଗ୍ନେୟଗିରିରୁ ନିର୍ଗତ ହେଉଥିବା ନୀଳ ରଙ୍ଗର ଲାଭା ଦେଖିବାକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଇଣ୍ଡୋନେସିଆ ଆସିଥାନ୍ତି। ଏହି ସମୟରେ ପର୍ଯ୍ୟଟକ ଏକ ଗ୍ୟାସ୍ ମାସ୍କ ବ୍ୟବହାର କରିଥାନ୍ତି। ଯଦି କୌଣସି ବ୍ୟକ୍ତି ଏହାକୁ ଦେଖିବା ପାଇଁ ଗ୍ୟାସ୍ ମାସ୍କ ବ୍ୟବହାର କରନ୍ତି ନାହିଁ, ତାହେଲେ ସେ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇପାରନ୍ତି।

6/6

କାଭା ଇଜେନ ଆଗ୍ନେୟଗିରି କ୍ରାଟର ଠାରେ ମୋଟ ୨୨ ଉଦ୍‌ଗୀରଣ ବିନ୍ଦୁ ରହିଛି। ଯାହାର ଅଧିକାଂଶ ଅଂଶ କଲଡେରା ଚାରିପାଖରେ ଉପସ୍ଥିତ ରହିଛି। ଏଠାରେ ବିଶ୍ୱର ତୃତୀୟ ବୃହତ୍ତମ ଏସିଡ୍ ହ୍ରଦ ଅବସ୍ଥିତ ରହିଛି। ଯାହାର pH ମୂଲ୍ୟ ଶୂନ ହୋଇଥାଏ। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link