Inflation Crashed Economy: ମୁଦ୍ରାସ୍ଫୀତି ଭାଙ୍ଗିଦେଲା ଏହି ମୁସଲିମ ଦେଶର ଆର୍ଥିକ ମେରୁଦଣ୍ଡ, ଅବସ୍ଥା ପାକିସ୍ତାନ ଠାରୁ ଶୋଚନୀୟ

Muslim Country Economy Collapse: ପଶ୍ଚିମ ଏସୀୟାରେ ଏପରି ଏକ ମୁସଲିମ ଦେଶ ରହିଛି। ଯାହାର ଆର୍ଥିକ ଅବସ୍ଥା ପାକିସ୍ତାନ ଠାରୁ ଶୋଚନୀୟ ରହିଛି।

Wed, 17 May 2023-11:42 pm,
1/6

ଆମେ ଆପଣଙ୍କ ପଶ୍ଚିମ ଏସୀୟ ଦେଶ ଲେବାନନ୍ ବିଷୟରେ କହୁଛୁ। ଗତ ମାର୍ଚ୍ଚରେ ଏହି ମୁସଲମାନ ଦେଶରେ ମୁଦ୍ରାସ୍ଫୀତି ହାର ୨୬୪ ପ୍ରତିଶତରେ ପହଞ୍ଚି ସାରିଛି। ଏହି କାରଣରୁ ଖାଦ୍ୟ ସାମଗ୍ରୀର ମୂଲ୍ୟ ଦ୍ରୁତ ବୃଦ୍ଧି ପାଇ ଏବେ ଆକାଶ ଛୁଆଁ ହେବାରେ ଲାଗିଛି।

2/6

ବିଶ୍ୱ ବ୍ୟାଙ୍କ ଖାଦ୍ୟ ସୁରକ୍ଷା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ପ୍ରକାଶ ଯେ ଗତ ୨୦୨୨୨ ଫେବୃଆରୀରୁ ୨୦୨୩ ଫେବୃଆରୀ ମଧ୍ୟରେ ଲେବାନନ ଭଳି ଦେଶରେ ସର୍ବାଧିକ ଖାଦ୍ୟ ମୁଦ୍ରାସ୍ଫୀତି ରହିଥିଲା।

3/6

ବିଗତ କିଛି ସମୟ ଧରି ଲେବାନନ୍ ଏକ ଭୟଙ୍କର ସଙ୍କଟର ସାମ୍ନା କରୁଛି। କିଛି ମାସ ପୂର୍ବେ ଏଠାରେ ମୁଦ୍ରାସ୍ଫୀତି ହାର ଅନିୟନ୍ତ୍ରିତ ହୋଇଯାଇଥିଲା। ଏହା ପରେ ଅର୍ଥନୈତିକ ସଙ୍କଟ କାରଣରୁ ମୁଦ୍ରାସ୍ଫୀତି ହାର ୨୬୪ ପ୍ରତିଶତରେ ପହଞ୍ଚିଥିଲା। ଏହି କାରଣରୁ ଦେଶର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆସି ହିଂସାତ୍ମକ ବିରୋଧ ପ୍ରଦର୍ଶନ କରିଥିଲେ।

4/6

ଭୁଲ ଆର୍ଥିକ ନୀତି ଏବଂ ଭ୍ରଷ୍ଟାଚାର କାରଣରୁ ଲେବାନନ ଅର୍ଥନୀତି ଦୁର୍ବଳ ହୋଇଯାଇଛି। ଦେଶର ଆର୍ଥିକ ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ଲେବନନ ମୁଦ୍ରାର ମୂଲ୍ୟ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପଟେ ଦେଶରେ ମୁଦ୍ରାସ୍ଫୀତି ଆକାଶ ଛୁଇଁବାରେ ଲାଗିଛି। 

 

5/6

ଏପରି ଏକ ସମୟ ଥିଲା ଯେତେବେଳେ ଲେବାନନ ରାଜଧାନୀ ବେରୁତ ସହରକୁ ମଧ୍ୟ ପୂର୍ବର ପ୍ୟାରିସ୍ କୁହାଯାଉଥିଲା। ହେଲେ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ  କାରଣରୁ ଏହି ଦେଶରେ ଏବେ ଏପରି ଏକ ଖରାପ ଆର୍ଥିକ ସ୍ଥିତି ଦେଖିବାକୁ ମିଳିଛି।

6/6

ଆପଣଙ୍କୁ କହିରଖୁଛୁ ଯେ ଏସୀୟ ଦେଶରେ ଲେବାନନ ଠାରେ ସର୍ବାଧିକ ମୁଦ୍ରାସ୍ଫୀତି ରହିଛି। ଦ୍ୱିତୀୟ ସ୍ଥାନରେ ସିରିଆ, ତୃତୀୟ ସ୍ଥାନରେ ଲାଓସ୍ ଏବଂ ଚତୁର୍ଥ ସ୍ଥାନରେ ଇରାନ ରହିଛି। ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି। ସେଠାରେ ଅପ୍ରେଲ ମାସରେ ମୁଦ୍ରାସ୍ଫୀତି ହାର ୩୬.୪ ପ୍ରତିଶତ ସ୍ତରରେ ପହଞ୍ଚିଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link