IPL 2023: ଦିନେ ମଜଦୁରୀ କରି ତିଆରି କରୁଥିଲେ ପିଚ୍! ଏବେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ମଇଦାନରେ କରୁଛନ୍ତି କମାଲ

IPL 2023: ଆଇପିଏଲ ୨୦୨୩ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ଖେଳୁଥିବା ସ୍ପିନର୍ ରବି ବିଷ୍ଣୁ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ଡେବ୍ୟୁ କରିଛନ୍ତି। ତେବେ ଏହି ଖେଳାଳୀଙ୍କ ଜୀବନର କାହାଣୀ ବହୁ ସଂର୍ଘଷମୟ ଅଟେ ।

Wed, 12 Apr 2023-6:01 pm,
1/5

ବିଷ୍ଣୁ ରାଜସ୍ଥାନର ଯୋଧପୁରର ବାସିନ୍ଦା ଅଟନ୍ତି। ଏକ ସାକ୍ଷାତକାରରେ ବିଷ୍ଣୁ ତାଙ୍କ ଯାତ୍ରା ବିଷୟରେ କହିଥିଲେ। ସେ କିପରି କ୍ରିକେଟ୍ ଏକାଡେମୀ ଆରମ୍ଭ କରିଥିଲେ ଓ ପରିଶ୍ରମ କରି ନିଜେ ସେଠାରେ ପିଚ୍ ତିଆରି କରିଥିଲେ ।

2/5

ବିଷ୍ଣୁ କହିଥିଲେ ଯେ, “ବିଫଳତା ତୁମର ପ୍ରଗତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଯେତେବେଳେ ବି ତୁମେ ଏକ ସୁଯୋଗ ପାଇବ, ଏହାକୁ ନଷ୍ଟ ହେବାକୁ ନଦେଇ ନିଜର ବେଷ୍ଟ ଗ ଦିଅ । ସେ ଆହୁରି ମଧ୍ୟ କହିଥିଲେ ଯେ, ମୁଁ ମୋର କୋଚ୍ ପ୍ରଦୀପ ସିଂ ରାଠୋର ଓ ଶାହାରୁଖ ପଠାନଙ୍କ ସହ ଯୋଧପୁରରେ 'ସ୍ପାର୍ଟାନ୍' ନାମକ ଏକ କ୍ରିକେଟ୍ ଏକାଡେମୀ ଆରମ୍ଭ କରିଥିଲି”।

3/5

ସେ ଆଉ ମଧ୍ଯ କହିଥିଲେ ଯେ, “ଆମ ପାଖରେ ଟଙ୍କା ନଥିଲା, ତେଣୁ ମୁଁ ଓ ମୋର କିଛି ସାଥୀ ଏକତ୍ର ହୋଇ ସିମେଣ୍ଟ ଅଖା ଓ ଇଟା ଉଠାଉଥିଲୁ। ସହକର୍ମୀଙ୍କ ସହ ମିଶି ଏକାଡେମୀର ପିଚ୍ ତିଆରି କରିଥିଲି। ସେ ଆହୁରି କହିଛନ୍ତି ଯେ, ମୁଁ ମୋର ରାଜସ୍ଥାନ ରୟାଲ୍ସ ଟାଇଟେଲକୁ ମୋ ଦ୍ୱାଦଶ ପରୀକ୍ଷାଠାରୁ ଆଗରେ ରଖି୍ଥିଲେ।  ଯଦିଓ, ମୁଁ ସେଥିରେ ବିଫଳ ମିଳିଥିଲା, କିନ୍ତୁ ମୁଁ ସାହସ ହରାଇ ନଥିଲି” ।

4/5

ସୂଚନାଯୋଗ୍ୟ, ଗତବର୍ଷ IPL ୨୦୨୨ରେ ରବି ବିଷ୍ଣୁ ୧୪ଟି ମ୍ୟାଚରେ ୧୩ଟି ୱିକେଟ୍ ହାସଲ କରିଥିଲେ। ଏହି ସମୟରେ, ତାଙ୍କ ଇକୋନେମି ରେଟ୍  ୮.୪୪ ଥିଲା । ଆଇପିଏଲ୍ କ୍ୟାରିୟର ଭିତରେ ସେ ଏଯାବତ୍ ମୋଟ ୪୧ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ହାରାହାରି ୨୭.୩୫ରେ ୪୩ଟି ୱିକେଟ୍ ନେଇଛନ୍ତି।

5/5

ପ୍ରକାଶଥାଉ, ୨୨ ବର୍ଷୀୟ ବିଷ୍ଣୁ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଏପର୍ଯ୍ୟନ୍ତ ମୋଟ ଟି ୧ଟି ODI ଓ ୧୦ ଟି -20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link