IPL Orange Cap: ଅରେଞ୍ଜ କ୍ୟାପ ଦୌଡ଼, ଜାଣନ୍ତୁ କେଉଁ ଖେଳାଳି ଖାତାରେ ରହିଛି ସର୍ବାଧିକ ସ୍କୋର ରେକର୍ଡ

Orange Cap IPL: ଆଇପିଏଲ ମୁକାବିଲାରେ ସର୍ବାଧିକ ରନ ସ୍କୋର କରିଥିବା ଖେଳାଳୀ ମ୍ୟାଚ ବେଳେ ଅରେଞ୍ଜ କ୍ୟାପ ପିନ୍ଧିଥାନ୍ତି। ଏହି ଅରେଞ୍ଜ କ୍ୟାପ ଦୌଡରେ ୫ ଜଣ ବ୍ୟାଟ୍ସମ୍ୟାନ ସାମିଲ ହୋଇଛନ୍ତି।

Tue, 04 Apr 2023-5:46 pm,
1/5

ଋତୁରାଜ ଗାୟକୱାଡ: ଆଘାତ ହେତୁ ରୁତୁରାଜ ଗାଇକୱାଡ କିଛି ସମୟ ପାଇଁ ଭାରତୀୟ ଦଳରୁ ଦୂରେଇ ରହିଛନ୍ତି। ହେଲେ ପୁଣି ଥରେ ନିଜକୁ ଭାରତୀୟ କ୍ରିକେଟ ଦଳର ଅନ୍ୟତମ ବିନାଶକାରୀ ଓପନର୍ ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସିଏସକେ ଓପନର୍ ଋତୁରାଜ ଗାୟକୱାଡ ଦୁଇଟି ମୁକାବିଲାରେ ହାରାହାରି ୭୪.୫୦ ହାରରେ ୧୪୯ ରନ୍ ସଂଗ୍ରହ କରିଛନ୍ତି। ସିଏସକେ ଦଳର ଏହି ଓପନିଂ ବ୍ୟାଟ୍ସ,ମ୍ୟା ଜଣଙ୍କ ବର୍ତ୍ତମାନ ଅରେଞ୍ଜ କ୍ୟାପ ଧାରକ ଅଛନ୍ତି।

 

2/5

କାଇଲ୍ ମାୟର୍ସ: ୱେଷ୍ଟଇଣ୍ଡିଜ ଖେଳାଳୀ କାଇଲ୍ ମାୟର୍ସ ତାଙ୍କର ଡେବ୍ୟୁ ଆଇପିଏଲ୍ ସଂସ୍କରଣରେ ଏକ ସ୍ୱପ୍ନର ଆରମ୍ଭ କରିଛନ୍ତି। ଦୁଇଟି ମ୍ୟାଚ୍‌ରେ  କାଇଲ୍ ମାୟର୍ସ ତାଙ୍କ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ହାରାହାରି ୬୩.୦୦ ହାରରେ ୧୨୬ ରନ୍ ସ୍କୋର କରି ଅରେଞ୍ଜ କ୍ୟାପ ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଚଳିତ ଆଇପିଏଲ୍ ସଂସ୍କରଣରେ ତାଙ୍କର ଷ୍ଟ୍ରାଇକ୍ ରେଟ ଅତୁଳନୀୟ ରହିଛି। ଷ୍ଟ୍ରାଇକ୍ ରେଟ୍ ୨୧୦.୦୦ ସହିତ କାଇଲ୍ ମାୟର୍ସ ଶ୍ରେଷ୍ଠ ୫ ରନ୍ ସ୍କୋରର୍ ମଧ୍ୟରେ ସର୍ବାଧିକ ଷ୍ଟ୍ରାଇକ୍ ହାର ରଖିଛନ୍ତି।

3/5

ତିଲକ ବର୍ମା: ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଇଁ ତିଲକ ବର୍ମା ବ୍ରେକଆଉଟ୍ ତାରକାଙ୍କ ମଧ୍ୟରୁ ଅନ୍ୟତମ। ବିଗତ ସଂସ୍କରଣରେ ସେ ତାଙ୍କର ବିଭିନ୍ନ ଶଟ୍‌ ସହିତ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ହେଲେ ଚଳିତ ଆଇପିଏଲ ସଂସ୍କରଣରେ ସେ ଆହୁରି ବିପଜ୍ଜନକ ଦେଖାଯାଉଛନ୍ତି। ଏହି ଆଇପିଏଲ ମୁକାବିଲାରେ ତିଲକ ବର୍ମା କେବଳ ଗୋଟିଏ ମ୍ୟାଚ୍ ଖେଳି ୮୪ ରନ୍ ସ୍କୋର କରିଛନ୍ତି। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅପରାଜିତ ପାଳି ଖେଳିଥିଲେ।

4/5

ବିରାଟ କୋହଲି: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଓପନିଂ ଅଭିଯାନ ଆରମ୍ଭ କରି ଚର୍ଚ୍ଚାକୁ ଆସିଥିଲେ ବିରାଟ କୋହଲି। ଦ୍ୱିତୀୟ ପାଳିରେ ଅପରାଜିତ ୮୨ ରନ ସ୍କୋର ତାଙ୍କର ପ୍ରକୃତ ଦକ୍ଷତା ପ୍ରଦର୍ଶନ କରିବାକୁ ଯଥେଷ୍ଟ ଥିଲା। ତାଙ୍କର ସାମ୍ପ୍ରତିକ ଫର୍ମକୁ ବିଚାରକୁ ନେଲେ ଜଣାପଡ଼ଛି ଯେ ଚଳିତ ଆଇପିଏଲ ସଂସ୍କରଣରେ ଅରେଞ୍ଜ କ୍ୟାପ୍ ହାତେଇ ପାରନ୍ତି। ୬୬ ରନ୍ ସ୍କୋର କଲେ ବିରାଟ କୋହଲି ସିଏସକେ ଓପନର୍ ଋତୁରାଜ ଗାୟକୱାଡଙ୍କୁ ଅତିକ୍ରମ କରିଯିବେ। ଗୁରୁବାର କେକେଆର ବିପକ୍ଷ ମୁକାବିଲାରେ ବିରାଟ କୋହଲିଙ୍କୁ ଏହି ସୁଯୋଗ ମିଳିପାରେ। 

 

5/5

ଫାଫ୍ ଡୁ ପ୍ଲେସିସ୍: ୩୮ ବର୍ଷ ବୟସରେ ମଧ୍ୟ ଶକ୍ତିଶାଳୀ ହେବାରେ ଲାଗିଛନ୍ତି। ଚଳିତ ଆଇପିଏଲ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ କ୍ରମାଗତ ପ୍ରଦର୍ଶନ କରିବାକୁ ନିଜକୁ ପ୍ରସ୍ତୁତ କରିବେ। ବିରାଟ କୋହଲିଙ୍କ ସହ ତାଙ୍କର ଉଦଘାଟନୀ ଭାଗିଦାରୀ ୨୦୨୩ ଆଇପିଏଲ୍ ସଂସ୍କରଣର ସର୍ବୋତ୍ତମ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ। ଷ୍ଟ୍ରାଇକ ହାର ୧୬୯.୭୬ ସହ ୭୩ ରନ୍ ସଂଗ୍ରହ କରିଥିଲେ। ଚଳିତ ଆଇପିଏଲ୍ ସଂସ୍କରଣର ପଞ୍ଚମ ସର୍ବାଧିକ ରନ୍ ସ୍କୋରର ହେଉଛନ୍ତି ଆରସିବି ଖେଳାଳୀ ଫାଫ୍ ଡୁ ପ୍ଲେସିସ୍। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link