Janmashtami 2023: ଜନମାଷ୍ଟମୀରେ ପରିଦର୍ଶନ କରନ୍ତୁ ମଥୁରାର ଏହି ୫ ପ୍ରସିଦ୍ଧ କୃଷ୍ଣ ମନ୍ଦିର

Janmashtami 2023: ଭଗବାନ କୃଷ୍ଣଙ୍କ ଜନ୍ମଦିନକୁ ସାରା ଦେଶରେ ‘ଜନମାଷ୍ଟମୀ’ ଭାବେ ପାଳନ କରାଯାଏ। ଏହି (Janmashtami 2023) ଅବସରରେ ସମଗ୍ର ଦେଶରେ ଥବା ଶ୍ରୀକୃଷ୍ଣ ମନ୍ଦିରରେ ଉତ୍ସବର ମାହୋଲ ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଜନମାଷ୍ଟମୀ ଅବସରରେ ଶ୍ରଦ୍ଧାଳୁ ମାନେ କୃଷ୍ଣଙ୍କ ଦର୍ଶନ ଲାଗି ମଥୁରାର ପ୍ରସିଦ୍ଧ (Mathura Famous Temple) ମନ୍ଦିରକୁ ଯାଆନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ମାସ ୬ ତାରିଖରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯିବ। ମଥୁରାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କୁ ବଡ଼ ଉତ୍ସବରେ ଆକାରରେ ପାଳନ କରାଯାଏ । ତେବେ ଚଳିତ ବର୍ଷ ଜନ୍ମାଷ୍ଟମୀ ଅବସରରେ (Janmashtami 2023) ମଥୁରାରେ ଥିବା ଏହି ପ୍ରସିଦ୍ଧ ମନ୍ଦିର ଗୁଡିକ ନିଶ୍ଚିତ ପରିଦର୍ଶନ କରନ୍ତୁ ।

ଜୀ ଓଡ଼ିଶା ଡେସ୍କ Aug 13, 2023, 14:38 PM IST
1/5

ଦ୍ବାରିକାଦିଶ ମନ୍ଦିର- ମଥୁରାରେ ଥିବା ସମସ୍ତ କୃଷ୍ଣ ମନ୍ଦିର ମଧ୍ୟରୁ ଦ୍ବାରିକାଦିଶ ମନ୍ଦିର ଅତ୍ୟନ୍ତ ପବିତ୍ର ଅଟେ। ବର୍ଷ ସାରା ଏଠାରେ ଭକ୍ତଙ୍କ ଭିଡ଼ ଜମିଥାଏ । ଜନ୍ମାଷ୍ଟମୀ ଉପଲକ୍ଷେ ଏହି ମନ୍ଦିର ପରିଦର୍ଶନ କରିବା ଦ୍ବାରା ଭଗବାନ କୃଷ୍ଣଙ୍କ ଆର୍ଶୀବାଦ ମିଳିଥାଏ ।

2/5

ବାନଙ୍କେ ବିହାରୀ ମନ୍ଦିର- କୃଷ୍ଣଙ୍କ ବାଙ୍କେ ବିହାରୀ ମନ୍ଦିର ମଥୁରାର ଏକ ପ୍ରସିଦ୍ଧ ମନ୍ଦିର ଭିତରୁ ଅନ୍ୟତମ । ଏହି ମନ୍ଦିରରେ ଥିବା ବାଙ୍କେ ବିହାରୀଙ୍କୁ ଦର୍ଶନ କରିବା ଦ୍ବାରା ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ ।

3/5

ବିରଳା ମନ୍ଦିର- ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ଉତ୍ସର୍ଗୀକୃତ ବିରଳା ମନ୍ଦିରର ସ୍ଥାପତ୍ୟ, କଳା ଅତ୍ୟନ୍ତ ଚମତ୍କାର ଓ ମନୋରମ ଅଟେ । ଏହି ମନ୍ଦିର ମଥୁରା ରେଳ ଷ୍ଟେସନଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଅବସ୍ଥିତ ।

4/5

କୃଷ୍ଣ ଜନ୍ମଭୂମୀ ମନ୍ଦିର- ଚଳିତ ବର୍ଷ ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରୀକୃଷ୍ଣ ଜନମଭୂମୀ ମନ୍ଦିରକୁ ପରିଦର୍ଶନ କରନ୍ତୁ । ଏହି ମନ୍ଦିରରେ ପ୍ରଭୁ କୃଷ୍ଣ ଜନ୍ମ ହୋଇଥିବା କାରାଗାର ରହିଛି। ହୋଲି ଓ ଜନମାଷ୍ଟମୀ ଅବସରରେ ଏହି ମନ୍ଦିରରେ ଭକ୍ତଙ୍କ ବେଶ ଭିଡ଼ ଜମିଥାଏ ।

5/5

କେଶବ ଦେବ ମନ୍ଦିର- ଶ୍ରୀକୃଷ୍ଣ ଜନ୍ମଭୂମୀ ନିକଟରେ ଅବସ୍ଥିତ କେଶବ ଦେବ ମନ୍ଦିର ମଧ୍ଯ ଖୁବ ପ୍ରସିଦ୍ଧ ଅଟେ। ବିଶ୍ୱାସ କରାଯାଏ ଯେ, ଏଠାରେ ଭଗବାନ କୃଷ୍ଣକୁ କାରାଗାରରେ ରଖାଯାଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link