New Rocket Fuel: ଗାଈ ଗୋବର ସହାୟତାରେ ଉଡ଼ିବ ରକେଟ୍; ବିଶ୍ୱକୁ ବିଜ୍ଞାନର ଶକ୍ତି ଦେଖାଇଲା ଏହି ଦେଶ

Cow Dung Fuel for Rocket: ଜାପାନ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ଇଣ୍ଟରଷ୍ଟେଲାର ଟେକ୍ନୋଲୋଜି ହକ୍କାଇଡୋ ସ୍ପେସପୋର୍ଟ ଠାରେ ଜିରୋ ରକେଟ୍ ପାଇଁ ଏହାର କସମୋସ୍ ଇଞ୍ଜିନ ସଫଳତାର ସହ ଲଞ୍ଚ କରିଛି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଜାପାନ ପାଇଥିବା ସଫଳତା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।

Wed, 20 Dec 2023-1:07 am,
1/4

ବିଶେଷ କଥା ହେଉଛି ଗାଈ ଗୋବରରୁ ନିର୍ମିତ ମିଥେନ ଗ୍ୟାସ୍ ଏହି ରକେଟ ଲାଗି ଇନ୍ଧନ ବ୍ୟବହୃତ ହୋଇଥିଲା ଏବଂ ଯାହା ପ୍ରଭାବଶାଳୀ ପ୍ରମାଣିତ ହୋଇଥିଲା। ଏହି ସଫଳତା ହାସଲ କରିବାରେ ଜାପାନ ପ୍ରଥମ ଦେଶ ହୋଇପାରିଛି।

 

2/4

ଏହି ରକେଟ ପରୀକ୍ଷଣରେ ଇଞ୍ଜିନ ୧୦ ସେକେଣ୍ଡ ପାଇଁ ଶକ୍ତିଶାଳୀ ଶକ୍ତି ପାଇଥିଲା। ଯେଉଁଥିରେ ଏକ ଶକ୍ତିଶାଳୀ ନୀଳ ଅଗ୍ନି ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଇଥିଲା।

 

3/4

ଏହି ସଫଳତା ୟୁରୋପୀୟ ସ୍ପେସ୍ ଏଜେନ୍ସି ଦ୍ୱାରା ଗୋବର ଜାଳେଣି ଦ୍ୱାରା ପରିଚାଳିତ ରକେଟ୍ ଇଞ୍ଜିନ ବିକାଶ ପରେ ହୋଇଛି। ହେଲେ ଇଣ୍ଟରଷ୍ଟେଲାର୍ ଟେକ୍ନୋଲୋଜି ହେଉଛି ପ୍ରଥମ ଘରୋଇ କମ୍ପାନୀ।

4/4

ରକେଟ ପାଇଁ ପ୍ରସ୍ତୁତ ବାୟୋମିଥେନ୍ ଇନ୍ଧନ ସ୍ଥାନୀୟ ଡେରୀ ଫାର୍ମ ଠାରେ ରହୁଥିବା ଗାଈର ଗୋବର ବ୍ୟବହାର କରି ପ୍ରସ୍ତୁତ କରାଯାଏ। ବାୟୋମିଥେନ୍ ଇନ୍ଧନ ପରିବେଶ ଅନୁକୂଳ ତଥା ଅର୍ଥନୈତିକ ଦୃଷ୍ଟିକୋଣରୁ ଶସ୍ତା ହୋଇଥାଏ। ଯେଉଁଥିରେ କୌଣସି କାର୍ବନ ନିର୍ଗମନ ହେବ ନାହିଁ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link