Jeans History: ଫ୍ୟାଶନ୍ ପାଇଁ ନୁହେଁ ଅନ୍ୟ କାରଣ ପାଇଁ ତିଆରି ହୋଇଥିଲା ଜିନ୍ସ; ଜାଣନ୍ତୁ ଏହାର କୌତୁହଳପୂର୍ଣ୍ଣ କାହାଣୀ

jeans fashion: ପ୍ରାରମ୍ଭରେ ଜିନ୍ସ ଶ୍ରମିକ ଏବଂ ପରିଶ୍ରମୀ କରୁଥିବା ଲୋକ ପିନ୍ଧୁଥିଲେ। କାରଣ ଶ୍ରମିକଙ୍କ ପୋଷାକ ଅତି ଶୀଘ୍ର ଅପରିଷ୍କାର ହୋଇଯାଉଥିଲା। ଜିନ୍ସ ରଙ୍ଗ ନୀଳ ରଖାଯାଇଥିଲା।

Fri, 16 Jun 2023-12:33 am,
1/5

ଜିନ୍ସ ଇତିହାସ ହେଉଛି ବହୁତ ପୁରୁଣା ଏବଂ ଆକର୍ଷଣୀୟ। ସର୍ବାପ୍ରଥମେ ଉନବିଂଶ ଶତାବ୍ଦୀରେ ଉଦ୍ଭାବିତ ହୋଇଥିଲା ଜିନ୍ସ। ଯାହା ଫ୍ରାନ୍ସ ସ୍ଥିତ ନିମସ୍ ସହରରେ ତିଆରି କରାଯାଇଥିଲା। ଯେଉଁ କପଡ଼ାରୁ ଜିନ୍ସ ତିଆରି କରାଯାଏ, ତାହାକୁ ଫରାସୀ ଭାଷାରେ "serge" କୁହାଯାଏ। ସେଥିପାଇଁ ଏହାର ନାମ "Serge de Nimes" ରଖାଯାଇଥିଲା। ସମୟ ସହିତ ଏହାର ନାମ ଛୋଟ ହୋଇ "Denims"  ହୋଇଯାଇଥିଲା।

2/5

ସମୟ ସହିତ "Denims" ସମଗ୍ର ୟୁରୋପ ମହାଦେଶରରେ ବହୁତ ଲୋକପ୍ରିୟ ହୋଇଯାଇଥିଲା। ଏହି ପୋଷାକ ସେତେବେଳେ ଡଙ୍ଗା ଜାହାଜ ଚଳାଉଥିବା ନାବିକଙ୍କ ପସନ୍ଦୀୟ ହୋଇଯାଇଥିଲା। ନାବିକଙ୍କୁ ସମ୍ମାନ ଦେବା ପାଇଁ ଲୋକେ ସେମାନଙ୍କୁ ଜିନ୍ସ ଡାକନାମ ଦେଇଥିଲେ।

 

3/5

ଆଜିକାଲି ଡେନିମ୍ ଅନେକ ରଙ୍ଗରେ ରଙ୍ଗାୟିତ ହେଉଛି। ହେଲେ ପ୍ରଥମ ଜିନ୍ସ କେବଳ ନୀଳ ରଙ୍ଗରେ ତିଆରି ହୋଇଥିଲା। ପ୍ରାରମ୍ଭରେ ଜିନ୍ସ ଶ୍ରମିକ ଏବଂ ପରିଶ୍ରମୀ କରୁଥିବା ଲୋକ ପିନ୍ଧୁଥିଲେ। କାରଣ ଶ୍ରମିକଙ୍କ ପୋଷାକ ଅତି ଶୀଘ୍ର ଅପରିଷ୍କାର ହୋଇଯାଉଥିଲା। ଜିନ୍ସ ରଙ୍ଗ ନୀଳ ରଖାଯାଇଥିଲା। ଯାହା ଦ୍ୱାରା ଶ୍ରମିକ ପିନ୍ଧୁଥିବା ପୋଷାକ ଅପରିଷ୍କାର ହୋଇଥିଲେ ମଧ୍ୟ କମ୍ ମଇଳା ଦେଖାଯାଉଥିଲେ। ଏହି ପୋଷାକ ନିର୍ମାଣରେ ବ୍ୟବହୃତ କପଡ଼ା ବହୁତ ମଜବୁତ ରହିଥିବାର ଏହାକୁ ଦୀର୍ଘ ଦିନ ଧରି ବ୍ୟବହାର କରାଯାଉଥିଲା।

4/5

୧୯୫୦ ଦଶକରେ ଜିନ୍ସ ହଲିଉଡ ଚଳଚ୍ଚିତ୍ରରେ ଏକ ଫ୍ୟାଶନ ଭାବରେ ବ୍ୟବହୃତ ହେଉଥିଲା। ଯାହା ପରେ ଆମେରିକୀୟ ଯୁବ ପିଢିଙ୍କ ମଧ୍ୟରେ ଜିନ୍ସ୍ର ଚାହିଦା ବଢିବା ଆରମ୍ଭ ହୋଇଥିଲା। ସେମାନେ ଏହାକୁ ଏକ ଫ୍ୟାଶନ୍ ଭାବରେ ଗ୍ରହଣ କରିଥିଲେ।

 

5/5

ଜିନ୍ସ୍ର ଲୋକପ୍ରିୟତା ହ୍ରାସ କରିବା ପାଇଁ ଆମେରିକାସ୍ଥିତ ଅନେକ ସ୍କୁଲ, ରେସ୍ତୁରାଁ ଏବଂ ପ୍ରେକ୍ଷାଳୟ ଠାରେ ଜିନ୍ସ ପିନ୍ଧିବା ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ହେଲେ ଏହା ପରେ ମଧ୍ୟ ଜିନ୍ସ ଫ୍ୟାଶନ୍ ପ୍ରତି ରହିଥିବା ଯୁବକଙ୍କ ଆକର୍ଷଣ କମ ହୋଇନଥିଲା। ସମୟ ସହିତ ଜିନ୍ସ ଲୋକପ୍ରିୟତା ବଢିବାରେ ଲାଗିଲା। ୧୯୭୦-୮୦ ଦଶକ ପର୍ଯ୍ୟନ୍ତ ଏହାକୁ ଏକ ଫ୍ୟାଶନ୍ ଭାବରେ ଗ୍ରହଣ କରାଯାଇଥିଲା। ଯାହାର ଫଳସ୍ୱରୂପ ଆଜିର ପ୍ରତ୍ୟେକ ବୟସର ଲୋକଙ୍କ ଠାରେ ଜିନ୍ସ ପ୍ରତି ଏକ ଆକର୍ଷଣ ରହିଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link