Job vacancy:ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ଆୟୁର୍ବେଦରେ ନିଯୁକ୍ତି ସୁଯୋଗ

Job Opportunities Job Opportunities in All India Institute of Ayurveda: ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୂବର୍ଣ୍ଣ ସୂଯୋଗ । ଏହିପରି କରନ୍ତୁ ଆବେଦନ ।

ଜୀ ଓଡ଼ିଶା ଡେସ୍କ Sun, 02 Jul 2023-8:01 pm,
1/7

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ନିଯୁକ୍ତି ବିଜ୍ଞପ୍ତି ୨୦୨୩

2/7

ନିକଟରେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ଆୟୁର୍ବେଦ କାର୍ପେଣ୍ଟର୍, ମେସନ୍, ସିୱର୍ ମ୍ୟାନ୍, ପେଣ୍ଟର ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ପଦବୀ, ବୟସ ସୀମା, ଦରମା, ଯୋଗ୍ୟତା ଇତ୍ୟାଦିର ସମସ୍ତ କାର୍ଯ୍ୟ ବିବରଣୀ ଯାଞ୍ଚ କରିପାରିବେ 

3/7

ସମଗ୍ର ଦେଶରେ କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ଆବେଦନ କରିପାରିବେ । ପଦବୀ ଗୁଡିକ ମଧ୍ୟରେ ରହିଛି - କରପେଣ୍ଟର, ଜେନରାଲ ଡ୍ୟୁଟି, ସଫେଇ କର୍ମଚାରୀ, ପେଣ୍ଟର । ୧୭ ଜୁଲାଇ ୨୦୨୭ ସୁଦ୍ଧା ଆପଣ ଆବେଦନ କରିପାରିବେ ।

4/7

ମେସନ୍ ଓ ଅନ୍ୟାନ୍ୟ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା  ହେଉଛି ପ୍ରାର୍ଥୀ ଯେକୌଣସି ବୋର୍ଡରୁ ୧୦ମ ପାସ୍ କରିଥିବା ସହ ଗୋଟିଏ ବର୍ଷର ଅଭିଜ୍ଞତା ରହିଥିବ । ସମ୍ପୃକ୍ତ କ୍ଷେତ୍ରରେ ITI ସାର୍ଟିଫିକେଟ୍ ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।

5/7

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ଆୟୁର୍ବେଦରେ ଉକ୍ତ ପଦବୀ ପାଇଁ ଆବେଦନ କରିବା ପାଇଁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ https://www.becil.com/ ପରିଦର୍ଶନ କରି ଆବେଦନ କରିପାରିବେ ।

6/7

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ବିଷୟରେ ଜାଣନ୍ତୁ କିଛି ତଥ୍ୟ: ଦି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦା, ଦିଲ୍ଲୀ (abbreviated AIlA Delhi or AIIA) ହେଉଛି ଭାରତର ନୂଆଦିଲ୍ଲୀରେ ଅବସ୍ଥିତ ଏକ ସାର୍ବଜନୀନ ଆୟୁର୍ବେଦ ଔଷଧ ଓ ଅନୁସନ୍ଧାନ ପ୍ରତିଷ୍ଠାନ ।

7/7

ନୂଆଦିଲ୍ଲୀରେ AlIA ପ୍ରତିଷ୍ଠା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ଘୋଷଣା ଅନୁଯାୟୀ ୫ ମେ ୨୦୦୦ ରେ ବିଦ୍ୟା ରାମ ନାରାୟଣ ଶର୍ମା ମେମୋରିଆଲ ପୁରସ୍କାର ବିତରଣ ସମାରୋହରେ ଏକ ଅତ୍ୟାଧୁନିକ ଜାତୀୟ ଆୟୁର୍ବେଦ ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା କରାଯାଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link