Kapil Sharma: ଗୋଟିଏ ଭୁଲ ନିଷ୍ପତି ପାଇଁ ଜୀବନ ହାରି ଦେଇଥାନ୍ତେ କପିଲ୍, ଜାଣନ୍ତୁ କ`ଣ ରହିଥିଲା କାରଣ?

Kapil Sharma: ଭାରତର ଅନନ୍ୟ ହାସ୍ୟ ଅଭିନେତା କପିଲ ଶର୍ମା(Kapil Sharma) । ଏହି କମେଡିଆନଙ୍କ ଗୁଣଗାନ କେବଳ ଭାରତରେ ସୀମିତ ନାହିଁ । ପଡୋଶୀ ଦେଶମାନଙ୍କରେ ବି କପିଲଙ୍କର ଖୁବ ଚର୍ଚ୍ଚାରେ ରହିଛି । ଅପ୍ରେଲ୍ ୨, ୧୯୮୧ରେ ଜନ୍ମିତ କପିଲ ଶର୍ମା ପ୍ରଥମେ ୨୦୦୭ରେ ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର୍ ଚାଲେଂଜ ଜରିଆରେ ମନୋରଂଜନ ଦୁନିଆରେ ପାଦ ଦେଇଥିଲେ । ପରେପରେ ନିଜ ନାଁରେ ଏକ ସୋ’ ଜରିଆରେ ସେ ଦର୍ଶକଙ୍କୁ ଯୋଗାଇଥିଲେ ମନୋରଂଜନର ଭରପୁର ଖୋରାକ । ଛୋଟ ପରଦା ଛଡା କିସ୍ କିସ୍‌କୋ ପ୍ୟାର କରୁଁ ଓ ଫିରଙ୍ଗୀ ଭଳି ଫିଲ୍ମ ଜରିଆରେ ସେ ବଲିଉଡରେ ମଧ୍ୟ ଡେବ୍ୟୁ କରିଥିଲେ ।

Sun, 12 Mar 2023-2:25 pm,
1/5

ହାସ୍ୟ ଅଭିନେତା କପିଲ ଶର୍ମା ଖୁବ୍ ଶୀଘ୍ର ବଡ ପରଦାରେ ନଜର ଆସିବେ। ତାଙ୍କର ଚଳଚ୍ଚିତ୍ର ଜ୍ବିଗାଟୋ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ପାଇବା ପରେ ମାର୍ଚ୍ଚ ୧୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ମାର୍ଚ୍ଚ ୧ରେ ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ କରାଯାଇଛି।

2/5

ସର୍ବଦା‌ କମେଡି କରି ଲୋକଙ୍କୁ ହସାଉଥିବା କପିଲ ଉପସ୍ଥାପକ ସୁଧୀର ଚୌଧୁରୀଙ୍କ ସହିତ ସୋ’ ‘ସିଧା ବାତ’ରେ ତାଙ୍କ ବିଷୟରେ କିଛି ଅଜଣା କଥା ତଥା ଜୀବନରେ ଆସିଥିବା ଅସୁବିଧାକୁ କିପରି ସାମ୍ନା କରିଥିଲେ ତାହାକୁ ସେ ସମସ୍ତଙ୍କ ସହିତ ସେୟାର କରିଛନ୍ତି।

3/5

ଏ-କ ପ୍ରମୋର ଭିଡିଓରେ ସୁଧୀର ଓ କପିଲ ଦୁହେଁ କଥା ହେଉଥିବା ଦେଖିବାକୁ ମିଳୁଛି। ଏଥିରେ ସୁଧୀର କପିଲଙ୍କୁ ପ୍ରଶ୍ନ କରିଛନ୍ତି କି, ଆପଣ କେବେ ଜୀବନ ହାରିବା ବିଷୟ‌ରେ ଚିନ୍ତା କରିଛନ୍ତି କି?

4/5

ଏହି ପ୍ରଶ୍ନର ଉତ୍ତରରେ କପିଲ ନିଜ ଜୀବନର ସେହି ସମୟକୁ ମନେ ପକାଇ କହିଛନ୍ତି, ‘ମୋ ଜୀବନରେ ଏମିତି ଏକ ସମୟ ଆସିଥିଲା କି ମୋତେ ଲାଗିଥିଲା ମୋର କେହି ଆପଣାର ନାହାନ୍ତି। ମୋତେ କେହି ବୁଝାଇବାକୁ ନାହାନ୍ତି କି ଯତ୍ନ ନେବାକୁ ନାହାନ୍ତି।

5/5

କିଛିଲୋକ ଥିଲେ ଯେଉଁମାନେ କେବଳ ସ୍ବାର୍ଥ ପାଇଁ ମୋ ସହିତ ଯୋଡ଼ି ହୋଇ ରହିଥିଲେ। ସେହି ସମୟରେ ଅନେକ ଥର ଜୀବନ ହାରି ଦେବାକୁ ସ୍ଥିର କରିଥିଲି। ପରେ ମନକୁ ବୁଝାଇ ରହିଥାଏ। ଧୀରେଧୀରେ ବାଧାକୁ ଏଡେଇ ଆଗକୁ ବଢ଼ିଲି। ପରିସ୍ଥିତି ସହ କିପରି ଖାପଖୁଆଇ ଚଳିବାକୁ ହେବ ତାହା ବୁଝି ଯାଇଥିଲି। ତେଣୁ ମୁଁ ମୋ କାମ କରି ଚାଲିଲି।’

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link