Celebs Wedding in 2023: ଆସନ୍ତାବର୍ଷ ହାତକୁ ଦି ହାତ ହେବେ ବଲିଉଡର ଏହି ସବୁ ଯୋଡି !

Celebs Wedding in 2023: ୨୦୨୨ରେ ଅନେକ ବଲିଉଡର ଅନେକ ତାରକା ହାତକୁ ଦି ହାତ ହୋଇଛନ୍ତି । ୨୦୨୩ରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ,କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

Tue, 27 Dec 2022-5:25 pm,
1/6

ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ଆସନ୍ତା ବର୍ଷ ଜାନୁଆରୀ କିମ୍ବା ଫେବୃଆରୀରେ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

 

2/6

୨୦୨୩ ମସିହାରେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ ମଧ୍ୟ ଏହି ବନ୍ଧନରେ ବାନ୍ଧି ହେବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଥିଆ ଏବଂ ରାହୁଲ ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବେ । 

 

3/6

ବିଗବସ୍ ବିଜେତା ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରା ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି। ଖବର ଅନୁଯାୟୀ, ତେଜସ୍ୱୀ ଏବଂ କରଣଙ୍କ ଆସନ୍ତାବର୍ଷ ହାତଗଣ୍ଠି ପଡିବ।  

 

4/6

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆଜିକାଲି ଜହିର ଇକବାଲ (Zaheer Iqbal)ଙ୍କୁ ଡେଟ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସୋନାକ୍ଷୀ ଏବଂ ଜହିରଙ୍କ ବିବାହ ମଧ୍ୟ ଆସନ୍ତାବର୍ଷ ହୋଇପାରେ। 

 

5/6

ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଜ୍ୟାକି ଭାଗ୍ନାନୀଙ୍କୁ ଡେଟ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ଆସନ୍ତା ବର୍ଷ ବିବାହ କରିପାରନ୍ତି ବୋଲି ବି ଟାଉନରେ ଚର୍ଚ୍ଚା ହେଉଛି । 

6/6

ମଲାଇକା ଆରୋରା ଏବଂ ଅର୍ଜୁନ କପୁର ସେମାନଙ୍କ ସମ୍ପର୍କ ପାଇଁ ଉଭୟ ଲାଇମ ଲାଇଟରେ ରୁହନ୍ତି । ଦୀର୍ଘ ଦିନ ଧରି ମଲାଇକା ଏବଂ ଅର୍ଜୁନଙ୍କ ବିବାହ ଖବର ବାହାରକୁ ଆସୁଛି। ମିଡିଆ ରିପୋର୍ଟ ଅନୁଯାୟୀ ଅର୍ଜୁନ ଏବଂ ମଲାଇକା ମଧ୍ୟ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link