place where desert meets ocean: ବିଶ୍ୱର ଏପରି ୫ ରହସ୍ୟମୟ ସ୍ଥାନ; ଯେଉଁଠାରେ ମରୁଭୂମି ସହ ମିଶିଥାଏ ସମୁଦ୍ର

magical places in the world where the ocean meets desert: ପୃଥିବୀ ଯେତିକି ଆକର୍ଷଣୀୟ ସେତିକି ସୁନ୍ଦର। ଆପଣ ପୃଥିବୀ ସହ ଜଡ଼ିତ ଅନେକ ମଜାଦାର ତଥ୍ୟ ବିଷୟରେ ଶୁଣିଥିବେ। ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଏବେ ଆମେ ଆପଣଙ୍କୁ ଏପରି ପୃଥିବୀ ପୃଷ୍ଠରେ ମହଜୁଦ ରହିଥିବା ଏପରି ସ୍ଥାନ ବିଷୟରେ କହୁଛୁ। ଯେଉଁଠାରେ ମରୁଭୂମି ସମୁଦ୍ର ସହ ମିଶି ଯାଇଥାଏ।

Aug 26, 2023, 19:12 PM IST
1/5

ଅଷ୍ଟ୍ରେଲିଆ ଦେଖିବାକୁ ବହୁତ ସୁନ୍ଦର। ହେଲେ ଏହି ସ୍ଥାନର ଆକର୍ଷଣ ହେଉଛି ଏଠାକାର ରହସ୍ୟ। ଅଷ୍ଟ୍ରେଲିଆର ପର୍ଥ ସହର (Perth City Australia) ଏହାର ସୁନ୍ଦର ବେଳାଭୂମି (Perth City Sea Beach) ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହି ସମଗ୍ର ଅଞ୍ଚଳ ମରୁଭୂମିରୁ ଯାଇ ସମୁଦ୍ର ସହିତ ମିଶିଛି। 

2/5

ଆଫ୍ରିକା ମହାଦେଶର (African Continent) ଏପରି କିଛି ସ୍ଥାନ ରହିଛି। ଯାହାର ପଶ୍ଚିମ ଦିଗରେ ସାହାରା ମରୁଭୂମି (Sahara Desert) ଏବଂ ପୂର୍ବ ଦିଗରେ ଆଟଲାଣ୍ଟିକ୍ ମହାସାଗର (Atlantic Ocean) ଏବଂ ଲୋହିତ ସାଗର (Red Sea) ଅବସ୍ଥିତ ରହିଛି। 

3/5

ଲାଟିନ ଆମେରିକୀୟ ଦେଶ ଚିଲିର ଉତ୍ତର ଭାଗରେ ଏଣ୍ଟୋଫାଗାଷ୍ଟା ଅଞ୍ଚଳରେ (Antofagasta City Chile) ସମୁଦ୍ର ଏବଂ ମରୁଭୂମି ଏକାଠି ଦେଖିବାକୁ ମିଳେ। ଏଠାରେ ଆପଣ ଲହର ଦ୍ୱାରା ଘେରି ହୋଇଥିବା ଲମ୍ୱା ବେଳାଭୂମି (Sea Beaches of Chile) ଏବଂ ପାହାଡ (Mountain Area of Chile) ଦେଖିବାକୁ ପାଇବେ। 

 

4/5

ମରୁଭୂମି ନାମ ଶୁଣିଲେ ପ୍ରଥମେ  ଆପଣଙ୍କ ମନକୁ ଗରମ ବାଲି, ମୁଣ୍ଡଫଟା ଖରା, ଉଡ଼ୁଥିବା ଧୂଳି ଆପଣଙ୍କ ମନକୁ ଆସିଥାଏ। ହେଲେ ଆଣ୍ଟାର୍କଟିକା ମହାଦେଶରେ ଅବସ୍ଥିତ ମେରୁ ମରୁଭୂମି (Polar Desert of Antarctica) ବହୁତ ଭିନ୍ନ। ଏହି ମରୁଭୂମି ହେଉଛି ଅତ୍ୟଧିକ ଥଣ୍ଡା। ଯେଉଁଠାରେ ତୁଷାରପାତ ହୋଇଥାଏ। ଆଣ୍ଟାର୍କଟିକା ଠାରେ ଅବସ୍ଥିତ ମରୁଭୂମି ସମଗ୍ର ମହାଦେଶରେ ବ୍ୟାପିଛି। ଯଦିଓ ଏହି ମରୁଭୂମିର ବରଫ ମ୍ୟାକମର୍ଡୋ ନାମକ ଶୁଖିଲା ଉପତ୍ୟକାରେ (McMurdo Dry Valley) ତରଳିଯାଏ। ଯାହା ଆଣ୍ଟାର୍କଟିକା ଉପକୂଳର ନୀଳ ସମୁଦ୍ର ଜଳ ସହିତ ମିଶିଯାଏ। 

5/5

ଆଫ୍ରିକା ମହାଦେଶରେ ଅବସ୍ଥିତ ନାମିବ୍ ମରୁଭୂମି (Namib Desert Africa), ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ (UNESCO World Heritage Site) ଭାବରେ ଜଣାଶୁଣା। ଏଠାକାର ମୁଖ୍ୟ ସୌନ୍ଦର୍ଯ୍ୟ ହେଉଛି ନାମିବ ମରୁଭୂମି। ଯାହା ଆଟଲାଣ୍ଟିକ୍ ମହାସାଗରକୁ ଭେଟିଥାଏ। 

    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link