Bollywood Actress: ଚର୍ଚ୍ଚାରେ ଏହି ୫ ଟପ୍ ଅଭିନେତ୍ରୀ, ଯିଏ ଆଇନ ଜାଲରେ ହୋଇଛନ୍ତି ଛନ୍ଦି

Bollywood Actress News: ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜର ଅଭିନୟ ସହ ନିଜର ବ୍ୟକ୍ତିଗତ ମାମଲାରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟନ୍ତି। ତେବେ ଚାଲନ୍ତୁ ଜାଣିବା ବଲିଉଡର ଏହି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ଅନେକ ମାମଲାରେ ଆଇନର ଜାଲରେ ଛନ୍ଦି ହୋଇଛନ୍ତି। ଏହି ୫ ଅଭିନେତ୍ରୀ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ସତ କିଛି ବେଆଇନ କାମରେ ମଧ୍ୟ ଲିପ୍ତ ଯୋଗୁଁ ଆଇନର ଦ୍ୱାରସ୍ଥ ବି ହୋଇଛନ୍ତି।

Fri, 16 Dec 2022-7:58 pm,
1/5

ରକୁଲ ପ୍ରିତ୍: ବଲିଉଡ ଓ ଟଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ । ତେବେ ୫ ବର୍ଷ ତଳେ ଘଟିଥିବା ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ଡ୍ରଗ୍ସ କାରବାର ମନି ଲଣ୍ଡ୍ରିଂ କେସରେ ଇଡି ଆଜି ତାଙ୍କୁ ସମନ ଜାରି କରିଛି। 

2/5

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ମନିଲଣ୍ଡ୍ରିଂ କେସରେ ଫସିଛନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକଲିନ । ଏନେଇ ବାରମ୍ବାର ଇଡିରୁ ସମନ ଯିବା ପରେ ଇଡିରେ ହାଜର ହେଉଥିବା ନଜିର ରହିଛି । 

3/5

ନୋରା ଫତେହୀ: ସେହିପରି ଜ୍ୟାକଲିନଙ୍କ ପରି ମନିଲଣ୍ଡ୍ରିଂ କେସ ଓ ସୁକେଶଙ୍କ ଠାରୁ ଦାମୀ କାର୍ ନେବା ଅଭିଯୋଗରେ ବାରମ୍ବାର ଇଡି ଦ୍ୱାରା ଜେରା ହୋଇଛନ୍ତି ନୋରା ଫତେହୀ ।

4/5

ଦୀପିକା ପାଦୁକୋନ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଫସିଥିଲେ ଦୀପିକା ପାଦୁକୋନ । ବଲିଉଡର ବଡବଡ ହସ୍ତୀଙ୍କ ସହ ତାଙ୍କୁ ମଧ୍ୟ ଏନସିବିର ଜେରାକୁ ସାମ୍ନା କରିବାକୁ ପଡ଼ିଥିଲା। 

5/5

ଶିଳ୍ପା ସେଟ୍ଟୀ: ଅଭିନେତ୍ରୀ ତଥା ବ୍ୟବସାୟୀ ରାଜକୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପ ସେଟ୍ଟୀ ମଧ୍ୟ ଆଇନର ସ୍କାନରରେ ରହିଆସିଛନ୍ତି । ଏକ ଫ୍ରଡ କେସରେ କେବଳ ଶିଳ୍ପା ନୁହଁନ୍ତି, ତାଙ୍କ ଭଉଣୀ ସମିତା ଓ ତାଙ୍କ ମାଙ୍କୁ ମଧ୍ୟ ଜେରାରେ ସମ୍ମୁଖୀନ ହେବାକୁ ପଡ଼ିଥିଲା।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link