Battle Tanks: ଦୁନିଆର ଏହି ୫ ଟି ଖତରନାକ ଟ୍ୟାଙ୍କ୍, ଜାଣନ୍ତୁ ଭାରତ ପାଖରେ ଏହା ଅଛି ନା ନାହିଁ

World Best Tanks: ଗତ ୧୧ ମାସ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ଏବଂ ଋଷ ସେନା ୟୁକ୍ରେନର ଅଧିକାଂଶ ସହରରେ ବ୍ୟାପକ ଧ୍ୱଂସ ଘଟାଇଛି। ଏହି ସମୟରେ ବ୍ରିଟେନ ୟୁକ୍ରେନକୁ ଚ୍ୟାଲେଞ୍ଜର-୨ ଟ୍ୟାଙ୍କ ଦେବାକୁ ଘୋଷଣା କରିଛି ଏବଂ ୟୁକ୍ରେନ ସୈନିକମାନେ ବ୍ରିଟେନରେ ଚ୍ୟାଲେଞ୍ଜର-୨ ଟ୍ୟାଙ୍କ ତାଲିମ ମଧ୍ୟ ଦେବେ। ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିନାଶକାରୀ ହୋଇଯାଉଛି, କାରଣ ବ୍ରିଟେନ ବ୍ୟତୀତ ଜର୍ମାନୀ ମଧ୍ୟ ଲିଓପାର୍ଡ ଟ୍ୟାଙ୍କକୁ ୟୁକ୍ରେନକୁ ପଠାଇବାକୁ ଯୋଜନା କରୁଛି।

Mon, 23 Jan 2023-1:14 pm,
1/6

ପାଶ୍ଚାତ୍ୟ ଦେଶଗୁଡିକର ସାହାଯ୍ୟ ପରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ବିପଦ ଆସିବା ଆରମ୍ଭ କରିଛି । କାରଣ ଟ୍ୟାଙ୍କ ପ୍ରସଙ୍ଗରେ ଋଷ ମଧ୍ୟ ଦୁର୍ବଳ ନୁହେଁ ଏବଂ ଏହା ଏକ ଉଚିତ ଉତ୍ତର ଦେଇପାରେ। ଆସନ୍ତୁ ଜାଣିବା ଯେ ଋଷରେ ଟି -90 ଏବଂ ଅର୍ମାଟା ଭଳି ବିପଜ୍ଜନକ ଟ୍ୟାଙ୍କ ଅଛି, ଯାହା ଶତ୍ରୁଙ୍କୁ କିଛି ମିନିଟରେ ଧୂଳି ଚଟାଇପାରେ। ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ ପାଖରେ ରହିଛି ଏହି ୫ଟି ବିପଜ୍ଜନକ ଟ୍ୟାଙ୍କ।

2/6

ଆମେରିକୀୟ ସେନା ପାଖରେ ରହିଛି M1A2 ଯ ଜେନେରାଲ ଡାଇନାମିକ୍ସ ଲ୍ୟାଣ୍ଡ ସିଷ୍ଟମ ଦ୍ୱାରା ବିକଶିତ ଆମେରିକୀୟ ସେନାରେ ଭୟଙ୍କର ଯୁଦ୍ଧ ଟ୍ୟାଙ୍କ M1A2 ଅବ୍ରାମ ରହିଅଛି । ଏହି ଟ୍ୟାଙ୍କକୁ ୧୨୦ ମିମି XM 256 ସ୍ମୁଥବୋର୍ ବନ୍ଧୁକ ସହିତ ସଜାଯାଇଛି, ଯାହା ବିଭିନ୍ନ ଶେଲ୍କୁ ଗୁଳି କରିପାରେ। ଏହି ଟ୍ୟାଙ୍କ ସହିତ ସଶସ୍ତ୍ର ଯାନ, ସ୍ଥଳସେନା ଏବଂ ସ୍ୱଳ୍ପ ଉଚ୍ଚତାରେ ଉଡ଼ୁଥିବା ବିମାନକୁ ମଧ୍ୟ ଟାର୍ଗେଟ କରାଯାଇପାରିବ।

3/6

ଋଷ ସେନା ପାଖେ ଟି-14 ଅର୍ମାଟା ଯୁଦ୍ଧ ଟ୍ୟାଙ୍କ ରହିଛି। ଯିଏ ଦୁନିଆର ସବୁଠାରୁ ଖତରନାକ ଟ୍ୟାଙ୍କ ମଧ୍ୟରୁ ଅନ୍ୟତମ। ଏହି ଟ୍ୟାଙ୍କକୁ ଋଷର ହତିଆର କମ୍ପାନୀ Uralvagonzavod ବିକଶିତ କରିଥିଲା । ଯାହାର ରେଞ୍ଜ ପାଖାପାଖି ୫୦୦ କିଲୋମିଟର । ଆଉ ଏହି ଟ୍ୟାଙ୍କକୁ ଦୁଇ ବର୍ଷ ପୂର୍ବେ ଋଷ ସେନାରେ ସାମିଲ କରାଯାଇଛି । ଏହି ଟ୍ୟାଙ୍କରେ 125 ଏମଏମର 2A82-1M ସ୍ମୁଥବୋର ଗନ ରହିଥାଏ। ଯାହା ଗୁଳି ଗୁଡ଼ିକୁ ଅଟୋମେଟିକ ଲୋଡ କରିନେଇଥାଏ। ଏହି ଟ୍ୟାଙ୍କରେ A-85-3A ଟର୍ବୋଚାର୍ଜଡ ଡିଜେଲ ଇଞ୍ଜିନ ଲାଗିଥାଏ । ଯାହା 90km/h ଟପ୍ ସ୍ପିଡ ଦେଇଥାଏ। ଏହାବାଦ୍ ଋଷ ପାଖରେ ଟି-୯୦ ସମେତ ବହୁ ଖତରନାକ୍ ଟ୍ୟାଙ୍କ ମଧ୍ୟ ରହିଛି।

4/6

ଇସ୍ରାଏଲ ସେନା ପାଖରେ ମର୍କୱା ମାର୍କ  IV ଯୁଦ୍ଧ ଟ୍ୟାଙ୍କ ରହିଛି। ଯାହା ଦୁନିଆର ସବୁଠାରୁ ସୁରକ୍ଷିତ ଟ୍ୟାଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏବଂ ୨୦୦୪ ମସିହାରେ ଏହାକୁ ଇସ୍ରାଏଲ ସେନାରେ ସାମିଲ କରାଯାଇଥିଲା । ମର୍କୱା ମାର୍କ IV ଟ୍ୟାଙ୍କରେ ଲାଗିଥିବା ୧୨୦ ଏମଏମ ସ୍ମୁଥ ବାର୍ ଗନ୍ HEAT ଓ ସୈବୌଟ ରାଉଣ୍ଡ ସହ LAHAT ଆଣ୍ଟି-ଟ୍ୟାଙ୍କ ଗାଇ଼ଡେଡ୍ ମିସାଇଲକୁ ଫାୟର କରିପାରେ। ଏହାବାଦ୍ ଏହି ଟ୍ୟାଙ୍କରେ ସ୍ପର୍ଙ୍ଗ ଆର୍ମର, ସ୍ପେଶିଫିକ୍ ସ୍ପେଶଡ୍ ଆର୍ମର, IMI ସ୍ମୋକ-ସ୍କ୍ରିନ ଗ୍ରେନେଡସ୍ ଇଣ୍ଟିଗ୍ରେଟେଡ ଓ ଏକ ଏଲିବିଟ୍ ଲେଜର ୱାର୍ଣ୍ଣି ସିଷ୍ଟମ ମଧ୍ୟ ରହିଛି।

5/6

VT ୪ ଟ୍ୟାଙ୍କକୁ ଚାଇନା ନର୍ଥ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ (ନୋରିନକୋ) ଦ୍ୱାରା ବିକଶିତ କରାଯାଇଛି ଏବଂ ଏହା ଚୀନ୍ ସେନାର ତୃତୀୟ ପିଢୀର ଟ୍ୟାଙ୍କ ଅଟେ । ପ୍ରଥମ ଥର ପାଇଁ ଏହି ଟ୍ୟାଙ୍କକୁ ରୟାଲ ଥାଇ ସେନା ୨୦୧୭ ରେ ବ୍ୟବହାର କରିଥିଲା । ଏହି ଟ୍ୟାଙ୍କର ସର୍ବାଧିକ ବେଗ ଘଣ୍ଟା ପ୍ରତି ୭୦ କିଲୋମିଟର ଏବଂ ଏହାର ପରିସର ପ୍ରାୟ ୫୦୦ କିଲୋମିଟର । ଏହି ଟ୍ୟାଙ୍କରେ ୧୨୫ ମିଲିମିଟର ସଫ୍ଟବୋର୍ ବନ୍ଧୁକ ଅଛି, ଯାହା HEAT ୱାରହେଡ୍, APFSDS ରାଉଣ୍ଡ, ଆର୍ଟିଲିରି ଏବଂ ଗାଇଡ୍ କ୍ଷେପଣାସ୍ତ୍ରକୁ ଗୁଳି କରିପାରେ । ନିକଟରେ ପାକିସ୍ତାନ ମଧ୍ୟ VT4 ଟ୍ୟାଙ୍କ କିଣିଛି।

6/6

ଲେକଲର୍କ ଟ୍ୟାଙ୍କକୁ ଜିଆଇଏଟି ଇଣ୍ଡଷ୍ଟ୍ରିଜ୍ ଡିଜାଇନ କରିଛି। ଯାହା ଏକ ତୃତୀୟ ପୀଢିର ଟ୍ୟାଙ୍କ । ଓ ଏହାକୁ ବ୍ୟବହାର କରିବା ଫ୍ରାନସିସ୍ ସେନା ବାଦ୍ ୟୁଏଇ ସେନା ମଧ୍ୟ କରିଥାଏ। ଏହି ଟ୍ୟାଙ୍କ ୧୨୦ ମିମି ଗୋଳାବାରୁଦର ୪୦ ରାଉଣ୍ଡ ଓ ୧୨.୭ ମିମି ଗୋଳାବାରୁଦର ପାଖାପାଖି ୯୫୦ ରାଉଣ୍ଡ ନେବାରେ ସକ୍ଷମ ହୋଇଥାଏ। NATO-ମାନକ CN120-26 120 ମିମି ସ୍ମୁଥବୋର ଗନ, ଏକ ୧୨.୭ ଏମଏମର ମେସିନ ଗନ୍ ଓ ଛାତ ଉପରେ ଲାଗିଥାଏ  ୭.୬୨ ଏମଏମର ମେସିନ ଗନ୍।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link