Leaning Temple in India: ପିସା ଟାୱାର ଠାରୁ ଅଧିକ ଝୁଲି ରହିଛି ଦେଶର ଏହି ମନ୍ଦିର; ଯେଉଁଥିରେ ବର୍ଷସାରା ରହିଥାଏ ପାଣି

Ratneshwar Mahadev Temple: ଇଟାଲୀ ଠାରେ ଅବସ୍ଥିତ ପିସା ଲିନିଂ ଟାୱାର ଏହାର ମୂଳ ଭାଗରୁ ୫ ଡିଗ୍ରୀ ଝୁଲି ରହିବା କାରଣରୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ହେଲେ କ`ଣ ଆପଣ ଜାଣିଛନ୍ତି ଭାରତ ବର୍ଷରେ ଏପରି ଏକ ମନ୍ଦିର ଅବସ୍ଥିତ ରହିଛି ଯାହା ପିସା ଲିନିଂ ଟାୱାର ଠାରୁ ୪ ଡିଗ୍ରୀ ଅଧିକ ଝୁଲି ହୋଇରହିଛି।

Aug 26, 2023, 20:18 PM IST
1/7

ଉତ୍ତର ପ୍ରଦେଶର ବାରାଣାସୀ ଜିଲ୍ଲାର ମଣିକର୍ଣ୍ଣିକା ଘାଟରେ ଗଙ୍ଗା ନଦୀ କୂଳରେ ଅବସ୍ଥିତ ରହିଛି ରତ୍ନେଶ୍ୱର ମହାଦେବ ମନ୍ଦିର। ଏହି ମନ୍ଦିର ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ। ରତ୍ନେଶ୍ୱର ମହାଦେବ ମନ୍ଦିର ସହ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମନ୍ଦିର ଏହାର ମୂଳ ଭାଗରୁ ୯ ଡିଗ୍ରୀ ଅଧିକ ଝୁଲି ହୋଇରହିଛି।

2/7

ରତ୍ନେଶ୍ୱର ମହାଦେବ ମନ୍ଦିର ନିର୍ମାଣକୁ ନେଇ ଅନେକ ମତ ପାର୍ଥକ୍ୟ ରହିଛି। ବିଶ୍ୱାସ କରାଯାଏ ଯେ ଏହି ମନ୍ଦିର ଏକାଦଶ କିମ୍ବା ଦ୍ୱାଦଶ ଶତାବ୍ଦୀରେ ଗହଡ଼ୱାଲା ରାଜବଂଶର ଶାସନ କାଳରେ ନିର୍ମିତ ହୋଇଥିଲା। ହେଲେ ଅନ୍ୟ କିଛି ଉତ୍ସରୁ ମିଳିଥିବା ତଥ୍ୟ ମୁତାବକ ଏହି ମନ୍ଦିର ଉନବିଂଶ ଶତାବ୍ଦୀରେ ନିର୍ମିତ ହୋଇଥିଲା।

3/7

ରତ୍ନେଶ୍ୱର ମହାଦେବ ମନ୍ଦିରର ସ୍ଥାପତ୍ୟ ନାଗର ଶୈଳୀରେ ନିର୍ମିତ ହୋଇଛି। ଯାହାର ଶିଖରର ଉଚ୍ଚତା ହେଉଛି ପ୍ରାୟ ୫୦ ଫୁଟ। ଏହି ମନ୍ଦିର ଲାଲ ବାଲୁକା ପଥରରେ ନିର୍ମିତ। ଯାହାର ବାହ୍ୟ ଭାଗରେ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟରେ ସଜାଯାଇଛି।

4/7

ଗ୍ରୀଷ୍ମ ଋତୁରେ ଗଙ୍ଗା ନଦୀର ଜଳ ସ୍ତର ହ୍ରାସ ପାଇ ଯାଇଥାଏ। ଏହା ବ୍ୟତୀତ ମନ୍ଦିର ବର୍ଷସାରା ଅଧିକାଂଶ ସମୟରେ ଗଙ୍ଗା ନଦୀରେ ଆଂଶିକ ଭାବରେ ଜଳମଗ୍ନ ହୋଇ ରହିଥାଏ। କୁହାଯାଏ ଯେ ଶତାବ୍ଦୀ ପୁରୁଣା ଏହି ମନ୍ଦିରର ଭିତ୍ତିଭୂମି ଧିରେ ଧିରେ ଗଙ୍ଗା ନଦୀର ଜଳ କାରଣରୁ ନଷ୍ଟ ହେବାରେ ଲାଗିଛି। ଯେଉଁ କାରଣରୁ ମନ୍ଦିର ମୂଳ ଭାଗରୁ ୯ ଡିଗ୍ରୀ ଝୁଲି ହୋଇ ରହିଛି।

5/7

ଝୁଲି ରହିବା କାରଣ ବ୍ୟତୀତ ରତ୍ନେଶ୍ୱର ମହାଦେବ ଏହାର ଦୁଇଟି କିମ୍ବଦନ୍ତୀ ପାଇଁ ଜଣାଶୁଣା। ପ୍ରଥମ କିମ୍ବଦନ୍ତୀ ମାନ ସିଂହ ନାମକ ଜଣେ ବାଳକର କାହାଣୀ ବର୍ଣ୍ଣନା କରେ। ଯିଏ ନିଜ ମାଆର ପ୍ରେମର ପରିଶୋଧ ନେବାକୁ ଯାଇ ମନ୍ଦିର ନିର୍ମାଣ କରିଥିଲା​।

 

6/7

ଦ୍ୱିତୀୟ କିମ୍ବଦନ୍ତୀ ଅନୁଯାୟୀ ରତ୍ନା ବାଇ ନାମକ ଜଣେ ମହିଳାଙ୍କ କାହାଣୀ ବର୍ଣ୍ଣନା କରିଥାଏ। ଯିଏ ନିଜ ପୁଅ ଦ୍ୱାରା ତାଙ୍କ ପ୍ରେମିକକୁ ବିବାହ କରିବାକୁ ମନା କରିବା ପରେ ମନ୍ଦିରକୁ ଅଭିଶାପ ଦେଇଥିଲା।

 

7/7

ଏହି ମନ୍ଦିର ଏକ ଲୋକପ୍ରିୟ ତୀର୍ଥସ୍ଥାନ ଏବଂ ପର୍ଯ୍ୟଟନ ସ୍ଥଳୀ ଭାବରେ ଜଣାଶୁଣା। ଏହି ମନ୍ଦିର ମାତୃ ଋଣ ମହାଦେବ ମନ୍ଦିର ଅଥବା ବାରାଣାସୀର ଝୁଲି ରହିଥିବା ମନ୍ଦିର ଭାବରେ ଜଣାଶୁଣା। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link