Lok Sabha Election 2024 Survey: ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ? ଦେଶରେ କେତେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦି?

Prime Minister of India: ଭାରତ ସ୍ୱାଧୀନ ହେବା ପର ଠାରୁ ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ ସେ ନେଇ ଏକ ସର୍ଭେ କରାଯାଇଥିଲା। ହେଲେ ଏହି ସର୍ବେକ୍ଷଣରୁ ଚମକାଇବା ଭଳି ରିପୋର୍ଟ ମିଳିଛି।

Wed, 24 Jan 2024-5:58 pm,
1/7

ସର୍ବେକ୍ଷଣରେ ଭାଗ ନେଇଥିବା ଲୋକଙ୍କୁ ସ୍ୱାଧୀନ ଭାରତର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ ବୋଲି ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ଲୋକଙ୍କ ସାମ୍ନାରେ ଦେଶର ଅନେକ ପ୍ରଧାନମନ୍ତ୍ରୀଙ୍କ ନାମ ବିକଳ୍ପ ଭାବେ ରଖାଯାଇଥିଲା। ସେମାନେ ହେଉଛନ୍ତି ନରେନ୍ଦ୍ର ମୋଦି, ଅଟଳ ବିହାରୀ ବାଜପେୟୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ମନମୋହନ ସିଂହ। ହେଲେ ସି-ଭୋଟର ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ତିନୋଟି ନାମକୁ ନେଇ ସର୍ବାଧିକ ପ୍ରତିକ୍ରିୟା ମିଳିଥିଲା। ସେମାନେ ହେଉଛି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଟଳ ବିହାରୀ ବାଜପେୟୀ ଏବଂ ଇନ୍ଦିରା ଗାନ୍ଧୀ।

 

2/7

ନିକଟରେ ସି-ଭୋଟର ପକ୍ଷରୁଲ କରାଯାଇଥିବା ସର୍ଭେ ଫଳାଫଳରୁ ଜଣାପଡ଼ିଛି ପ୍ରାୟ ୪୭ ପ୍ରତିଶତ ଉତ୍ତରଦାତା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଧୀନ ଭାରତର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି। 

 

3/7

ସେହିପରି ସି-ଭୋଟର ସର୍ଭେ ପ୍ରକ୍ରିୟାରେ ଭାଗ ନେଇଥିବା ପ୍ରାୟ ୧୬ ପ୍ରତିଶତ ଉତ୍ତରଦାତା ବିଜେପି ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି। ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ସ୍ୱାଧୀନ ଭାରତର ଏକମାତ୍ର ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି।

 

4/7

ସି-ଭୋଟର ସର୍ବେକ୍ଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସ୍ୱାଧୀନ ଭାରତର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବର୍ଗରେ ୧୨ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି।

5/7

ସେହିପରି ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୯ ପ୍ରତିଶତ ପସନ୍ଦ ସହ ଦେଶର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବର୍ଗରେ ଚତୁର୍ଥ ସ୍ଥାନରେ ରହିଛନ୍ତି।

 

6/7

ସି-ଭୋଟର ସର୍ବେକ୍ଷଣରେ ଭାଗ ନେଇଥିବା କେବଳ ୮ ପ୍ରତିଶତ ଲୋକ ମନମୋହନ ସିଂହଙ୍କୁ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ଭାବରେ ବାଛିଛନ୍ତି।

 

7/7

ସି-ଭୋଟର ସର୍ଭେ ଫଳାଫଳରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ହେଲେ ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ନୀତୀଶ କୁମାର ଏବଂ ରାହୁଲ ଗାନ୍ଧୀଙ୍କ ତୁଳନାରେ ୫୨ ପ୍ରତିଶତ ଭୋଟ୍ ସହ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ପସନ୍ଦଯୋଗ୍ୟ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। ଗତ ବର୍ଷ ହୋଇଥିବା ସମାନ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୫୩ ପ୍ରତିଶତ ଉତ୍ତରଦାତାଙ୍କ ସର୍ବୋତ୍ତମ ପସନ୍ଦ ହୋଇଥିଲେ। କୌତୁହଳର ବିଷୟ ହେଉଛି ଭରତ ଯୋଡୋ ଯାତ୍ରା ଯୋଗୁଁ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାୟ ୧୪ ପ୍ରତିଶତ ଲୋକ ତାଙ୍କୁ ସର୍ବୋଚ୍ଚ ପସନ୍ଦ ଭାବେ ପସନ୍ଦ କରିଥିବା ବେଳେ ଗତ ବର୍ଷ କେବଳ ୯% ଲୋକ କଂଗ୍ରେସ ସାଂସଦଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link