Love Astrology: ଧୋକା ଦେବାରେ ଉସ୍ତାଦ ଏହି ୬ଟି ରାଶି, ଜାଣିରଖନ୍ତୁ ନଚେତ୍ ପସ୍ତେଇବେ
Love Astrology: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ରାଶି ତାଙ୍କ ସ୍ୱଭାବ, ବ୍ୟକ୍ତିତ୍ୱ ଏବଂ ଅଭ୍ୟାସ ବିଷୟରେ ପ୍ରକାଶ କରିଥାଏ । ତା`ର ମଙ୍ଗଳ ଓ ଦୋଷ ଜଣାପଡ଼ିଥାଏ। ଏଥିରୁ ଜଣାପଡ଼େ କେଉଁ ରାଶିର ଲୋକମାନେ ନିଜ ପ୍ରେମ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଓ ବିଶ୍ୱସ୍ତ ହୋଇଥାଆନ୍ତି, ତେବେ କିଛି ରାଶି ମଧ୍ୟ ଅଛନ୍ତି ଯେଉଁମାନଙ୍କର ଲୋକ ପ୍ରେମ ପ୍ରତି ସମ୍ବେଦନଶୀଳ ନୁହଁନ୍ତି, ସେମାନେ ଅନେକ ସମୟରେ ପାର୍ଟନରଙ୍କୁ ଧୋକା ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ଏବଂ ମିଛ କହିବାରେ ପାରଙ୍ଗମ ହୁଅନ୍ତି । ଆସନ୍ତୁ ଜାଣିବା କିଛି ରାଶିର ବ୍ୟକ୍ତିଙ୍କ ବିଷୟରେ ଯେଉଁମାନଙ୍କ ପ୍ରତି ସତର୍କ ରହିବା ଉଚିତ୍ ।
ମିଥୁନ ରାଶି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମିଥୁନ ରାଶିର ଲୋକମାନେ ସମ୍ପର୍କରେ ବହୁତ କମଜୋର ହୁଅନ୍ତି । ଯଦି ଏଭଳି ଲୋକଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଧ୍ୟାନ ଦିଆନଯାଏ ତେବେ ସେମାନେ ନିରାଶ ହୋଇଯାଆନ୍ତି । ଏତଦ୍ ବ୍ୟତୀତ ମିଥୁନ ରାଶିର ମହିଳାମାନେ ଅନେକ ସମୟରେ ଦ୍ୱନ୍ଦ୍ୱରେ ରହିଥାନ୍ତି। ଏମାନେ ନିଜ ଜୀବନରେ ବିକଳ୍ପ ରଖିବାକୁ ପସନ୍ଦ କରନ୍ତି । ଏଭଳି ପରିସ୍ଥିତିରେ ଧୋକା କ୍ଷେତ୍ରରେ ମିଥୁନ ରାଶିର ଲୋକମାନେ ଶୀର୍ଷରେ ରହିଥାନ୍ତି। ତେବେ ସାଥୀଙ୍କଠାରୁ ଆଶା କରାଯାଉଥିବା ସ୍ନେହ ଓ ସମ୍ମାନ ନ ମିଳିଲେ ସେମାନେ ଧୋକା ଦେଇଥାନ୍ତି। Also Read: Weekly Career Horoscope 2024: ଆଗାମୀ ସପ୍ତାହରେ କାହାକୁ ବଡ଼ ଚାକିରି ସୁଯୋଗ ତ ବ୍ୟବସାୟୀଙ୍କୁ ମୋଟା ଅଙ୍କର ଲାଭ Also Read: Today Financial Horoscope: ଆୟ ଅଧିକ କୁ ବ୍ୟୟ କମ୍, ଆଜି ୫ ରାଶିରେ ଆର୍ଥିକ ସ୍ଥିତିରେ ଫିଟିବ ଭାଗ୍ୟ !
ସିଂହ ରାଶି ସିଂହ ରାଶିର ଲୋକମାନେ ନାଟକୀୟ ସ୍ୱଭାବର ଅଟନ୍ତି ଏବଂ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବାକୁ ଭଲ ପାଆନ୍ତି । ତେବେ ସେମାନେ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । ଏହାପରେ ଯଦି ସେମାନଙ୍କୁ ଆପଣଙ୍କ ଠାରୁ ଅଲଗା ହେବାକୁ ପଡ଼େ ତେବେ ସେମାନେ ଧୋକା ଦେଇପାରନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଅନେକ ସମୟରେ ଗୁରୁତ୍ବପୂର୍ଣ୍ଣ ଅନୁଭବ କରାଇବା ସହ ଉପଯୁକ୍ତ ପ୍ରେମ ଦେବା ଜରୁରୀ।
କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତିଙ୍କୁ ସାଧାରଣତଃ ସ୍ନେହୀ ସ୍ୱଭାବର ବୋଲି ବିବେଚନା କରାଯାଏ । ସେମାନେ ଖୁବଶୀଘ୍ର ସମ୍ପର୍କରେ ପଡିଯାଆନ୍ତି । ତେବେ କନ୍ୟା ରାଶିର ଲୋକମାନେ ଯେତେବେଳେ ରିଲେସନସିପକୁ ଆସନ୍ତି, ଅନେକ ସମୟରେ ତାଙ୍କ ପାର୍ଟନର ଫ୍ଲର୍ଟ କରିବା ଆରମ୍ଭ କରିଦିଅନ୍ତି, ଏହା ଠିକ୍ ନୁହେଁ । ଯଦି ଆପଣ କନ୍ୟା ରାଶିର ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚିନ୍ତା କରୁଛନ୍ତି, ତେବେ ସମ୍ପର୍କରେ ଆସିବା ପୂର୍ବରୁ ସାବଧାନ ରହିବା ଉଚିତ ଏବଂ ଚିନ୍ତାକରି ଆଗକୁ ବଢ଼ିବା ଉଚିତ୍ ।
କୁମ୍ଭ ରାଶି କୁମ୍ଭ ରାଶିର ଲୋକମାନେ ସାଧାରଣତଃ ଶାରୀରିକ ଭାବରେ ଠକେଇ କରିବାର ପ୍ରବୃତ୍ତି ଦେଖାନ୍ତି ନାହିଁ କିନ୍ତୁ ଏହା ସେମାନଙ୍କ ପୂର୍ବ ପ୍ରେମିକା ପ୍ରେମିକଙ୍କୁ ଫ୍ଲର୍ଟ ମେସେଜ ପଠାଇପାରନ୍ତି, ଯାହା ସେମାନଙ୍କ ପ୍ରତି ଏକ ପ୍ରବୃତ୍ତି ଦେଖାଇଥାଏ । ଏହା ମଧ୍ୟ ପାର୍ଟନରଙ୍କ ପ୍ରତି ଏକ ପ୍ରକାର ପ୍ରତାରଣା।
ମୀନ ରାଶି ମୀନ ରାଶିର ଲୋକମାନେ ମଧ୍ୟ ଅନେକ ସମୟରେ ନିଜ ପାର୍ଟନରଙ୍କୁ ଧୋକା ଦେଇଥାନ୍ତି । ସମ୍ବେଦନଶୀଳ ଏବଂ ଅଧିକ ଭାବପ୍ରବଣ ହୋଇଥିବାରୁ ସେମାନେ ଛୋଟ ଛୋଟ ମୁଡ୍ ସୁଇଙ୍ଗ୍ ରେ ମଧ୍ୟ ନିଜ ପାର୍ଟନରଙ୍କୁ ଠକିବାକୁ ଚିନ୍ତା କରିପାରନ୍ତି। (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)