Bollywood Actress: ଏହି ଟପ୍ ୫ ଅଭିନେତ୍ରୀ, ଯିଏ ବାପ-ପୁଅଙ୍କ ସହ କରିଛନ୍ତି ରୋମାନ୍ସ
Actress Romance with Father and Son: ବଲିଉଡରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏ ଉଭୟ ବାପ-ପୁଅଙ୍କ ସହ ରୋମାନ୍ସ କରିଛନ୍ତି । ରିୟଲ ଲାଇଫରେ ନୁହେଁ, ରିଲ୍ ଲାଇଫରେ ।
ମାଧୁରୀ ଦୀକ୍ଷିତ,୮୦ ଦଶକର ଜଣେ ଅଭିନେତ୍ରୀ । ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟରେ ଲକ୍ଷ ଲକ୍ଷ ପ୍ରଶଂସକ ଏବେବି ପାଗଳ । ଧକ-ଧକ୍ ଗାର୍ଲ ଭାବେ ପରିଚିତ ମାଧୁରୀ ଫିଲ୍ମ 'ଦୟାବାନ୍' ବିନୋଦ ଖାନ୍ନାଙ୍କ ସହ କାମ କରିଛନ୍ତି। ତା’ପରେ ୧୯୯୭ ରେ,ସେ ଫିଲ୍ମ 'ମହୋବତ୍ 'ରେ ବିନୋଦ ଖାନ୍ନାଙ୍କ ପୁଅ ଅକ୍ଷୟ ଖାନ୍ନାଙ୍କ ସହ ରୋମାନ୍ସ କରିଛନ୍ତି ।
ଡିମ୍ପଲ୍ କାପାଡିଆ ବିନୋଦ ଖାନ୍ନାଙ୍କ ସହ 'ଖୋନ୍ କା କରଜ୍' ଏବଂ 'ଇନସାଫ୍' ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଉଭୟଙ୍କ କେମେଷ୍ଟ୍ରିଙ୍କୁ ଲୋକେ ବେଶ ପସନ୍ଦ କରୁଥିଲେ । ଏଥିସହ ଡିମ୍ପଲ୍ ଅକ୍ଷୟ ଖାନ୍ନାଙ୍କ ସହ ଫିଲ୍ମ 'ଦିଲ୍ ଚାହା ହାତେ'(Dil Chahta Hai)ରେ ରୋମାନ୍ସ କରିଥିଲେ।
ରାନୀ ମୁଖାର୍ଜୀ, ଅଭିଷେକ ବଚ୍ଚନଙ୍କ ସହ 'କବି ଅଲଭିଦା ନା କେହନା' ଏବଂ 'ବାସ୍ ଇଟନା ସା ଖ୍ବାବ'ଭଳି ଚଳଚ୍ଚିତ୍ରରେ ରୋମାନ୍ସ କରିଛନ୍ତି। ଏହା ସହିତ ରାନୀ ଫିଲ୍ମ 'ବ୍ଲାକ୍'ରେ ଅମିତାଭ ବଚ୍ଚନଙ୍କ ସହ ଫ୍ଲର୍ଟ ମଧ୍ୟ କରିଥିଲେ।
ହେମା ମାଲିନୀ ଫିଲ୍ମ 'ସୌଦାଗର'ରେ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କୁ ଏହି ଫିଲ୍ମରେ ରାଜ କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହା ପରେ ହେମା ମାଳିନୀ ଫିଲ୍ମ 'ହାଥ କି ସଫାଇ'ରେ ରାନ୍ଧୀର କପୁରଙ୍କ ସହ କାମ କରିଥିଲେ।
ଫିଲ୍ମ 'ନାକାବନ୍ଦୀ'ରେ ଶ୍ରୀଦେବୀ ଧର୍ମେନ୍ଦ୍ରଙ୍କ ସହ ରୋମାନ୍ସ କରିଛନ୍ତି। ତେବେ, ଏହି ଅଭିନେତ୍ରୀ ଜଣକ ୧୯୮୯ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ 'ଚାଲବାଜ୍'ରେ ଧର୍ମେନ୍ଦ୍ରଙ୍କ ପୁଅ ସନି ଦେଓଲଙ୍କ ସହ ମଧ୍ୟ ସ୍କ୍ରିନ ସେୟାର କରିଛନ୍ତି ।