Mahashivratri 2023: ଜାଣନ୍ତୁ ଶିବରାତ୍ରୀର ମାହାତ୍ମ୍ୟ, ଏହି ଦିନ ପ୍ରଭୁଙ୍କୁ ଏପରି ଅର୍ପଣ କରନ୍ତୁ ବେଲପତ୍ର, ମିଳବ କୋଟିପୁଣ୍ୟ
Mahashivratri 2023: ପୂରାଣରେ ବର୍ଣ୍ଣିତ ଅନୁସାରେ ତେତିଶକୋଟି ଦେବତା ହିନ୍ଦୁ ଧର୍ମରେ ପୂଜା ପାଇଥାଆନ୍ତି । ସେଥିରୁ ଶିବଙ୍କର ମହିମା ସ୍ୱତନ୍ତ୍ର । ଶିବଙ୍କର ନାମରେ ହିଁ ରହିଛି ଜଗତ କଲ୍ୟାଣ । ପାପୀ ସଂହାରକ ଭାବେ ଜଗତ ତାଙ୍କୁ ଜାଣିଥାଆନ୍ତି । ସକଳ ଶକ୍ତିର ଆଧାର ମହାଦେବଙ୍କର ମହାଉତ୍ସବ ହେଉଛି ମହାଶିବରାତ୍ରୀ । ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ହେଉଛି ବେଲପତ୍ର । ଜାଣନ୍ତୁ ଶିବଶଙ୍କରଙ୍କୁ ଜାଗର ଦିନ ବେଲପତ୍ର ଅର୍ପଣ କରିବା ସମୟରେ କେଉଁ ନିୟମର ପାଳନ କରିବେ ଓ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ।
1/5
)
ଶିବଲିଙ୍ଗରେ ସର୍ବଦା ୩ ପତ୍ର ବିଶିଷ୍ଟ ବା ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ। ବେଲପତ୍ର ଫାଟି ନଥିବ ସେଥିପ୍ରତି ଧ୍ୟାନ ଦେବେ।
2/5
)
ବେଲପତ୍ର ଅର୍ପଣ ସମୟରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ।
3/5
)
ବେଲପତ୍ର ଅର୍ପଣ କରିବା ପରେ ଭଗବାନଙ୍କ ନିକଟରେ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।
4/5
ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ସମୟରେ ବେଲପତ୍ରର ଚିକ୍କଣ ଅଂଶ ଥିବା ପଟ ହିଁ ପ୍ରଭୁଙ୍କୁ ଅର୍ପଣ କରିବେ।
5/5
ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ସମୟରେ ଅନାମିକା, ମଧ୍ୟମା ଓ ବୁଢା ଆଙ୍ଗୁଠିର ପ୍ରୟୋଗ କରନ୍ତୁ।