Malaika Arora: ୪୯ରେ ବି ହଟନେସରେ ଯୁବ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେବେ ମଲାଇକା
Malaika Arora: ବଲିଉଡର ଗ୍ଲାମରସ୍ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଲୁକକୁ ନେଇ ସବୁବେଳ ବିଟାଉନରେ ଚର୍ଚ୍ଚା ଚାଲିଥାଏ । ତଥାପି, ଅନେକ ଥର ମଲାଇକା ମଧ୍ୟ ତାଙ୍କ ଚେହେରା ଏବଂ ବ୍ୟକ୍ତିଗତ ଜୀବନ ଯୋଗୁଁ ଅନେକ ଥର ଟ୍ରୋଲ୍ ମଧ୍ୟ ହୋଇଥାନ୍ତି ।
![](https://hindi.cdn.zeenews.com/hindi/sites/default/files/2023/01/10/1529531-1.jpg?im=FitAndFill=(1200,900))
ମଲାଇକା ଆରୋରା ବାନ୍ଦ୍ରାସ୍ଥିତ ଏକ ଯୋଗ ସେଣ୍ଟର ବାହାରେ ନଜର ଆସିଥିଲେ । ମଲାଇକା ଏକ କଳା ରଙ୍ଗର ଟାଇଟ୍ସ ଏବଂ ବ୍ରାଲେଟ୍ ପୋଷାକ (tights and a bralette) ପିନ୍ଧିଥିବାର ନଜର ଆସିଥିଲେ । ଅଭିନେତ୍ରୀଙ୍କ ପୋଷାକଟି ବେଶ ଟାଇଟ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଉଥିଲେ।
![](https://hindi.cdn.zeenews.com/hindi/sites/default/files/2023/01/10/1529530-2.jpg?im=FitAndFill=(1200,900))
ଏହାସହ ମଲାଇକା ତାଙ୍କ ମୁଣ୍ଡରେ ଏକ ନୀଳ ରଙ୍ଗର କ୍ୟାପ୍ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।
ବର୍ତ୍ତମାନ ମଲାଇକା ନିଜ ଚାର୍ଟ ଶୋ' ମୁଭିଙ୍ଗ ଇନ୍ ଓ୍ବିଥ୍ ମଲାଇକା ( Moving in with Malaika)କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ଏହି ଶୋ'ରେ ମଲାଇକା ଆରୋରା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ ଖୋଲାଖୋଲି ଭାବରେ ଶୋ'କୁ ଆସୁଥିବା ଅତିଥିଙ୍କ ସହ ଚର୍ଚ୍ଚା କରୁଛନ୍ତି ।
ଅର୍ଜୁନ କପୁରଙ୍କ ସହ ସମ୍ପର୍କ ହେଉ କିମ୍ବା ଅରବାଜ ଖାନଙ୍କ ସହ ଛାଡପତ୍ର ହେଉ,ମଲାଇକାଙ୍କ ଏହି ଶୋ ଏକ ପାରିବାରିକ ଟକ୍ ସୋରେ ପରିଣତ ହୋଇଗଲାଣୀ। ନିକଟରେ ଏହି ଶୋକୁ ମଲାଇକାଙ୍କ ଭଉଣୀ ଅମ୍ରିତା ଆରୋରା ଆସିଥିଲେ । ଏଭଳି ପରିସ୍ଥିତିରେ ସେ ତାଙ୍କ ଭଉଣୀ ଅମୃତା ଆରୋରାଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ବିଷୟରେ ଆଲୋଚନା କରିଥିଲେ।
ଦିର୍ଘ ବର୍ଷ ଧରି ମଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଦିର୍ଘ ଦିନ ଧରି ପରପ୍ପରକୁ ଡେଟ ମଧ୍ୟ କରୁଛନ୍ତି । ହେଲେ ଏହି ଲବବାର୍ଡ ୨୦୧୯ରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ। ଏହା ପରେ ସେମାନଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଥିଲା । ତେବେ ଉଭୟ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି। ଦୀର୍ଘ ସମୟ ଧରି ଉଭୟଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଚାଲିଛି।