Mangal Transit: ଆଜିଠୁ ମଙ୍ଗଳ କରିବେ ଚଳନ, ବଦଳିଯିବ ଏହି ସବୁ ରାଶିଙ୍କ ଭାଗ୍ୟ

ମେଷ ଓ ବିଛା ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ଖୁବଶୀଘ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜନ୍ମାଷ୍ଟମୀ ଅବସରରେ ମଙ୍ଗଳ ମିଥନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଜ୍ୟୋତିଷଙ୍କ ଅନୁସାରେ ଯେଉଁଲୋମାନଙ୍କ ଜୀବନ ନିରାଶାରେ ଭରିଯାଇଥିଲା, ସେମାନଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି। କ୍ୟାରିୟରରେ ଉନ୍ନତି ହେବ। ଆୟରେ ମଧ୍ୟ ବୃଦ୍ଧି ହେବ। ତମାମ ଖୁସ

Prabhudatta Moharana Mon, 26 Aug 2024-11:28 am,
1/3

ମେଷ ରାଶି ମଙ୍ଗଳ ଦେବ ରାଶି ପରିବର୍ତ୍ତନ କରି ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ସର୍ବାଧିକ ଲାଭ ମିଳିବ। ମଙ୍ଗଳ ଆପଣଙ୍କ ରାଶିର ସ୍ୱାମୀ ଗ୍ରହ ହେବ। ସେ ତୃତୀୟ ସ୍ଥାନକୁ ଚଳନ କରିବେ। ଏହି ସମୟରେ ମଧ୍ୟ ଆପଣ ସଫଳତାର ଶୀର୍ଷ ଛୁଇଁବେ। ସାହାସ ବୃଦ୍ଧି ହେବ। ଭାଇଭଉଣୀଙ୍କ ସହିତ ସମ୍ପର୍କ ମଜବୁତ ହେବ। ଏଥିରେ ନୂଆ କାମ କରିବାକୁ ଯୋଜନା କରିବେ। ସେଥିରେ ସଫଳତା ମଧ୍ୟ ହାସଲ କରିବେ। ଆୟର ସାଧନ ବୃଦ୍ଧି ପାଇବ। 

2/3

କର୍କଟ ରାଶି କର୍କଟ ରାଶିର ବ୍ୟକ୍ତି ବିଶେଷ ଦ୍ୱାଦଶ ଗୃହରେ ଅବସ୍ଥାନ କରିବେ। ଫଳରେ ଚାକିରିଆଙ୍କର ପଦୋନ୍ନତି ଯୋଗ ରହିଛି। ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ବିଦେଶରୁ ଚାକିରି ପାଇଁ ଅଫର ଆସିପାରେ। ଧନଲାଭ ମଧ୍ୟ ହେବ। କ୍ୟାରିୟର ଗ୍ରାଫ ବଢିବ। ଟାର୍ଗେଟ ପୂରା କରିବାରେ ସଫଳତା ମଧ୍ୟ ମିଳିବ। ପରିବାର ସହିତ ଉତ୍ତମ ସମୟ ଅତିବାହିତ ହେବ। 

3/3

ବୃଷ ରାଶି ମଙ୍ଗଳ ଗୋଚର ବୃଷ ରାଶିର ଦ୍ୱିତୀୟ ଗୃହରେ ଅବସ୍ଥାନ କରିବାକୁ ଯାଉଛନ୍ତି। ଆପଣଙ୍କ ପରିବାର ସହିତ ଏକ ଉତ୍ତମ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଏହି ସମୟରେ ଆୟରେ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାରି ମଧ୍ୟରେ ନୂଆ କାମ ମଧ୍ୟ ଆରମ୍ଭ କରିପାରନ୍ତି। କିଛି ନୂଆ ଜମିଜମା କିଣିପାରନ୍ତି। ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ଉଠାଇ ପାରନ୍ତି।

Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link