Puggy Smalls: ଆଶ୍ଚର୍ଯ୍ୟ! ୮ ବର୍ଷର କୁକୁର ସୋସିଆଲ ମିଡିଆ ଷ୍ଟାର, ବିଜ୍ଞାପନରୁ ରୋଜଗାର କରୁଛି ଲକ୍ଷ ଲକ୍ଷ ଟଙ୍କା

Puggy Smalls: ଫଟୋରେ ଦେଖୁଥିବା ଏହି ୮ ବର୍ଷର କୁକୁର ବହୁ ଲୋକପ୍ରିୟ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି କୁକୁରୁକୁ ସୋସିଆଲ ମିଡ଼ିଆରେ ୧୩ ଲକ୍ଷରୁ ଅଧିକ ଲୋକେ ଫଲୋ କରନ୍ତି । ଖାଲି ଏତିକି ନୁହେଁ ଏହି କୁକୁର ବିଜ୍ଞାପନରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ଯ କରୁଛି ।

Thu, 16 Mar 2023-5:29 pm,
1/5

ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡି଼ଆରେ ପ୍ରଭାବଶାଳୀ ଲୋକମାନଙ୍କୁ ସେମାନଙ୍କ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ କମ୍ପାନୀର ଉତ୍ପାଦ ବ୍ରାଣ୍ଡିଂ କରୁଥିବାର ଦେଖିଥିବେ। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ବର୍ତ୍ତମାନ କେବଳ ମଣିଷ ନୁହଁନ୍ତି ପଶୁମାନେ ମଧ୍ୟ ଏହି କାମ କରୁଛନ୍ତି, ଆପଣ କ’ଣ କହିବେ? ବ୍ରିଟେନରେ, ପଗି ସ୍ମଲ୍ସ ନାମକ ଏକ କୁକୁର ମଧ୍ୟ ଏହି ସମାନ କାର୍ଯ୍ୟ କରୁଛି । କମ୍ପାନୀ ଗୁଡି଼କ ନିଜର ଉତ୍ପାଦର ବ୍ରାଣ୍ତିଂ ପାଇଁ ଏହି କୁକୁରକୁ ଲକ୍ଷ ଲକ୍ଷ ଟଙ୍କା ମଧ୍ଯ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ସୋସିଆଲ୍ ମିଡି଼ଆ ଟ୍ରେଣ୍ତରେ ଥିବା ଏହି ଅନନ୍ୟ ତାରକାଙ୍କ ବିଷୟରେ ।

2/5

୮ ବର୍ଷର ଏହି ପଗି ସ୍ମଲ୍ସ ବ୍ରିଟନର୍ ପ୍ରସିଦ୍ଧ ପେଟ ଇନଫ୍ଲୁଏନସର ((Pet Influencers)  ଭାବେ ବେଶ ପ୍ରସିଦ୍ଧ। ଏହି କୁକୁର ମାଲିକ ନିକ ଆଟ୍ରିଜ୍ ଓ ଚାର୍ଲି ଓସମାନଙ୍କ ସହ କେଣ୍ଟରେ ରୁହେ । ଏମାନେ ସେ ଆଠ ସପ୍ତାହରେ ପୁଗିକୁ ପୋଷା ଭାବେ ଗ୍ରହଣ କରିଥିଲେ ।

3/5

ଏହାପରେ ନିକ ଓ ଚାର୍ଲି ପଗିର ଫେସବୁକ ଓ ଇଷ୍ଟାଗ୍ରାମ ଆକାଉଣ୍ଟ ବନାଇଥିଲେ । କିନ୍ତୁ ସେମାନେ ସ୍ବପ୍ନରେ କେବେ ଭାବି ନଥିଲେ କି ପଗିକୁ ଲୋକେ ଏତେ ପସନ୍ଦ କରିବେ । ଆଉ ସେ ରାତାରାତି ଷ୍ଟାର ବନିଯିବ । ସୋସିଆଲ ମିଡ଼ିଆରେ ପଗିକୁ ୧୩ ଲକ୍ଷ ଲୋକେ ଫଲୋ କରିଛନ୍ତି ।

4/5

ପଗିର ଲୋକପ୍ରିୟତା ଏପରି ବଢିଲା ଯେ ପୁରିନା ଓ ଅରର୍ବାନ ପାଉସ୍ ଭଳି ବ୍ରାଣ୍ଡରୁ ବିଜ୍ଞାପନ ନେଇ ଅଫର ଆସିଲା । ଏମିତିକି ସ୍ପୋଟିଫ୍ ଓ ଡିଜନି ମଧ୍ୟ ପଗି ସହିତ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ପଗି ରୋଜଗାର କ୍ଷେତ୍ରରେ ନିଜ ମାଲିକ ନିକଙ୍କୁ ମଧ୍ଯ ପଛରେ ପକାଇଥିଲେ ।

5/5

ରିପୋର୍ଟ ମୁତାବିକ, ୨୦୨୧ ମସିହାରେ ଇଷ୍ଟାଗ୍ରାମରେ ସବୁଠାରୁ ଧନୀ କୁକୁର ତାଲିକାରେ ପଗି ସ୍ମଲ୍ସ ତୃତୀୟ ସ୍ଥାନରେ ରହିଥିଲା । ତାର ବାର୍ଷିକ ରୋଜଗାର ପ୍ରାୟ ୬୮ ଲକ୍ଷ ଟଙ୍କା ଥିଲା । ଗୋଟିଏ ପୋଷ୍ଟର ବିଜ୍ଞାପନ ପାଇଁ ତାକୁ ୯୧୦ ପାଉଣ୍ଡ ଦିଆଯାଇଥାଏ । ବର୍ତ୍ତମାନ କମ୍ପାନୀ ଗୁଡି଼କ ପ୍ରାୟ ଦୁଇ ହଜାର ପାଉଣ୍ଡ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଆଜି ପଗି ସ୍ମଲ୍ସ ନାମରେ ଏକ ୱେବସାଇଟ୍, ବ୍ଲଗ୍, ବାଣିଜ୍ୟ ଓ ଉଇକିପିଡ଼ିଆ ପୃଷ୍ଠା ମଧ୍ୟ ଅଛି  । ନିକ କୁହନ୍ତି କି, ଯେ ତାଙ୍କ ମନୋବଳ ଓ ଚମତ୍କାର ଚେହେରା ତାଙ୍କୁ ଏକ ଇଣ୍ଟରନେଟ୍ ଷ୍ଟାର କରାଇପାରିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link