Morning Tips: ସକାଳୁ ଶେଯ ଛାଡିବା ପରେ ବାସ୍ କରନ୍ତୁ ଏହି ୫ଟି କାମ, ବଦଳିଯିବ ଆପଣଙ୍କ ଭାଗ୍ୟ!

Morning Tips: ଯଦି ପ୍ରତ୍ୟକ ଦିନ ଏକ ଭଲ କାମରୁ ଆରମ୍ଭ ହୁଏ । ତେବେ,ଆପଣଙ୍କ ଦିନ ଭଲରେ କଟେ । ଏବଂ ସଫଳତାର ରାସ୍ତା ମଧ୍ୟ ଆପଣଙ୍କ ପାଇଁ ସହଜ ହୁଏ (Morning Tips)। ତେବେ, ଏଭଳି କିଛି କାମ ଅଛି । ଯାହାକୁ ସକାଳେ କରିବା ଦ୍ବାରା ଆପଣଙ୍କ ଆର୍ଥିକ (money) ସ୍ଥିତି ମଜବୁତ ହେବା ସହ ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଅଭୂତ ପୂର୍ବ ସଫଳତା ମିଳେ ।

Thu, 22 Jun 2023-7:33 am,
1/6

ଯେଉଁମାନେ ସକାଳୁ ଉଠିବା (Morning Tips) ପରେ ସେମାନଙ୍କର ଦିନର ଏକ ପ୍ଲାନ ବା ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତି । ସେମାନେ ଜୀବନରେ କୌଣସି ପ୍ରକାର ଅସଫଳତାର ସାମ୍ନା କରନ୍ତି ନାହିଁ। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ସକାଳୁ ଉଠିବା ପରେ ଆପଣ ନିଜ କାମର ଏକ ଯୋଜନା କରନ୍ତୁ । ଯାହା ଆପଣଙ୍କ ଲକ୍ଷ ସ୍ଥଳରେ ପହଞ୍ଚାଇବାରେ ସାହାର୍ଯ୍ୟ କରିବ । 

2/6

ସେହିପରି ଶେଯ ଛାଡିବା ପରେ,ଆପଣ ନିଜର ନିତ୍ୟ କର୍ମ ସାରି ସ୍ନାନ କରନ୍ତୁ । ସ୍ନାନ ପରେ ସଫା ବସ୍ତ୍ର ପିନ୍ଧି, ତୁଳସୀ ଚଉଁରାରେ  ତମ୍ବା ଢାଳରେ ଜଳ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ ଘରେ ସୁଖ ସମୃଦ୍ଦି ବୃଦ୍ଧି ହେବ। ଯାହା ଫଳରେ ଆପଣଙ୍କ ଦିନ ଭଲରେ କଟିବ। 

3/6

ସେହିପରି ପ୍ରତ୍ୟକ ସକାଳେ ଶେଯ ଛାଡିବା ପରେ, ସ୍ନାନ ପରେ ଆପଣ ପୂଜା ପାଠ କରିବା ସହ କିଛି ସମୟ ପ୍ରାର୍ଥନା କରନ୍ତୁ । ଯାହା ଆପଣଙ୍କ ମନ ଶାନ୍ତ ରଖିବାରେ ସହାୟକ ହେବ । 

4/6

ମାନସିକ ଏବଂ ଶାରୀରିକ ଦୁର୍ବଳତା ଜଣେ ବ୍ୟକ୍ତିର ପ୍ରଗତିରେ ଏକ ପ୍ରତିବନ୍ଧକ । ଏହାକୁ ଦୂର କରିବା ପାଇଁ ପ୍ରତିଦିନ ଯୋଗ ଏବଂ ସକାଳେ ବ୍ୟାୟାମ କରନ୍ତୁ । ଏକ ସୁସ୍ଥ ଶରୀର ପାଇଁ ଏହା  ନିହାତି ଆବଶ୍ୟକ। 

5/6

କଥାରେ ଅଛି କଠିନ ପରିଶ୍ରମ ହେଉଛି ସଫଳତାର ଚାବିକାଠି  । ପ୍ରତ୍ୟକ କାର୍ଯ୍ୟକୁ ମନ ଲଗାଇ କରନ୍ତୁ , ଗୁରୁତ୍ବ ଦିଅନ୍ତୁ । ଏବଂ କାର୍ଯ୍ୟକୁ ଯତ୍ନର ସହିତ ସମାପ୍ତ କରନ୍ତୁ। କଠିନ ପରିଶ୍ରମର ସଫଳତା ଆପଣଙ୍କୁ ନିଶ୍ଚିତ ମିଳିବ। 

6/6

ଅନ୍ୟପଟେ,ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ମଧ୍ୟ ଜୀବନରେ ଥିବା ଅନେକ ଦୁଃଖ କଷ୍ଟ ଦୂର ହୋଇଥାଏ। ତେଣୁ ସକାଳେ ଉଠି ସ୍ନାନ କରିବା ପରେ ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନରେ ଦାରିଦ୍ରତା ଦୂର ହେବା ସହିତ ସୁଖ ସମୃଦ୍ଧି ବୃଦ୍ଧି ପାଇବ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link