Passport: କେବେ କରନ୍ତୁ ନାହିଁ ପାସପୋର୍ଟ ସହିତ ଜଡିତ ଏପରି ଭୁଲ, ନହେଲେ ଭୋଗିପାରନ୍ତି ଅସୁବିଧା

never make such mistake related to passport: ପାସପୋର୍ଟ ଏପରି ଏକ ସରକାରୀ ଦସ୍ତାବିଜ ଯଦି ଏହା ଆପଣଙ୍କ ପାଖରେ ତାହା ନାହିଁ, ତାହେଲେ ଆପଣ ଦେଶ ବାହାରକୁ ଯାତ୍ରା କରିପାରିବେ ନାହିଁ। ଯାହାର ଅର୍ଥ ଆପଣ ବିଦେଶ ଯାଇପାରିବେ ନାହିଁ। ସେଥିପାଇଁ ପାସପୋର୍ଟସ ଭଳି ଦସ୍ତାବିଜ ଅତି ଯତ୍ନର ସହିତ ରଖିବା ଆବଶ୍ୟକ।

Sat, 19 Aug 2023-8:26 pm,
1/6

ଆପଣଙ୍କୁ କହିରଖୁଛୁ ଯେ ଥରେ ଜଣେ ଅଷ୍ଟ୍ରେଲୀୟ ପର୍ଯ୍ୟଟକଙ୍କ ପାସପୋର୍ଟ ଉପରେ ଏକ ବୁନ୍ଦା ଲୁହ ପଡିଯାଇଥିଲା। ଯାହା ଦ୍ୱାରା ତାଙ୍କ ପାସପୋର୍ଟ ସାମାନ୍ୟ ଭାବେରେ ନଷ୍ଟ ହୋଇଯାଇଥିଲା। ଏହି କାରଣରୁ ଇଣ୍ଡୋନେସିଆ ବିମାନ ବନ୍ଦର ଅଧିକାରୀ ଅଷ୍ଟ୍ରେଲୀୟ ପର୍ଯ୍ୟଟକଙ୍କୁ ଦେଶର ବାଲି ଅଞ୍ଚଳରେ ପ୍ରବେଶ କରିବାକୁ ଦେଇନଥିଲେ।

 

2/6

ଯଦି ଭୁଲବଶତଃ ଆପଣ ଆପଣଙ୍କର ପାସପୋର୍ଟ ମୋଡ଼ି ଦିଅନ୍ତି କିମ୍ବା ଭାଙ୍ଗି ଦିଅନ୍ତି, ତାହେଲେ ସେଥିରେ ଲେଖାଯାଇଥିବା ସୂଚନା ଲିଭି ଯାଇଥାଏ। ଏହି  କାରଣରୁ ଆପଣଙ୍କ ପାସପୋର୍ଟ ଅବୈଧ ହୋଇଯାଏ।

 

3/6

ଏହା ସହିତ ଯଦି ପାସପୋର୍ଟ ପୃଷ୍ଠାରେ କୌଣସି ଛିଦ୍ର ହୋଇଯାଏ କିମ୍ବା ଏହା ଚିରିଯାଏ, ତାହେଲେ ପାସପୋର୍ଟ ଅବୈଧ ହୋଇଯାଏ। ଏହା ସହିତ ଏହାର ଗୋଟିଏ ପୃଷ୍ଠା ମଧ୍ୟ ଘଷି ନ ହେବା ଆବଶ୍ୟକ।  ଯଦି ଏପରି ହୁଏ ତାହେଲେ ପାସପୋର୍ଟ ଅବୈଧ ହୋଇଯିବ।

4/6

ଭାରତ ସରକାର ଖୁବ ଶୀଘ୍ର ଇ-ପାସପୋର୍ଟ ଜାରି କରିବାକୁ ଯାଉଛନ୍ତି। ଏହାର କାର୍ଯ୍ୟ ସାଧାରଣ ପାସପୋର୍ଟ ପରି ହେବ। ହେଲେ ଏଥିରେ କେବଳ ଏକ ଛୋଟ ଇଲେକ୍ଟ୍ରୋନିକ୍ ଚିପ୍ ଲଗାଯିବ। ଯାହାକୁ ମଧ୍ୟ ଅତି ଯତ୍ନର ସହ ରଖିବାକୁ ହେବ। କାରଣ ଯଦି ଏହାର ଚିପ୍ ଟିକେ ନଷ୍ଟ ହୋଇଯାଏ, ତାହେଲେ ପାସପୋର୍ଟ ଅବୈଧ ହୋଇଯିବ। ଯାହାକୁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ଚିପ୍ (Radio Frequency Identification Chip) କୁହାଯାଏ।

5/6

ଅନେକ ଥର ଲୋକେ ପ୍ରଶ୍ନ କରନ୍ତି ଯେ ଯଦି ସେମାନଙ୍କ ପାସପୋର୍ଟ ମଧ୍ୟରେ ରହିଥିବା କୌଣସି ପୃଷ୍ଠା ଓଦା ହୋଇଯାଏ କିମ୍ବା ଏହା ଉପରେ କିଛି ପଡ଼ିଯାଏ ତାହେଲେ କ'ଣ କରିବେ? ଏହାର ଜବାବ ହେଉଛି ଯଦି ଆପଣଙ୍କ ପାସପୋର୍ଟ ସହ ଏପରି କିଛି ହୁଏ ତାହେଲେ ସେହି ପୃଷ୍ଠାକୁ ଚିରିଦେବା ଭଳି ଭୁଲ କରନ୍ତୁ ନାହିଁ। ବରଂ ଆପଣ ଆପଣଙ୍କ ନିକଟସ୍ଥ ପାସପୋର୍ଟ କାର୍ଯ୍ୟାଳୟକୁ ଯାଇ ଏକ ନୂତନ ପାସପୋର୍ଟ ପାଇଁ ଆବେଦନ କରନ୍ତୁ।

6/6

ଏପରି ସମସ୍ତ ଅସୁବିଧାରୁ ପାସପୋର୍ଟ ସୁରକ୍ଷିତ ରଖିବା ପାଇଁ ଏହାକୁ ଏକ ଭଲ ପ୍ଲାଷ୍ଟିକ ବ୍ୟାଗ ମଧ୍ୟରେ ରଖିବା ଭଲ ହେବ। ପ୍ଲାଷ୍ଟିକ ବ୍ୟାଗ ମଧ୍ୟରେ ପାସପୋର୍ଟ ରଖିବା ଦ୍ୱାରା ଏହାକୁ ଓଦା ହେବାରୁ ରକ୍ଷା କରାଯାଇ ପାରିବ। ଓଦା ହେବା କାରଣରୁ ଅଧିକାଂଶ ସମୟରେ ପାସପୋର୍ଟ ନଷ୍ଟ ହୋଇଯାଏ।

 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link