Ollywood News: ପରଦାରେ ଜୟୀ ରାଜଗୁରୁଙ୍କ ବୀରତ୍ୱର ଗାଥା, ଅଗଷ୍ଟ ୪ରେ ମହର୍ଷି

ବର୍ତ୍ତମାନ ଓଡ଼ିଆ ସିନେମା ଜଗତରେ ରିଅଲ ଷ୍ଚୋରୀର କ୍ରେଜ୍ ଦେଖିବାକୁ ମିଳୁଛି। ଉଭୟ ବଲିଉଡ ଓ ଓଲିଉଡରେ ସ୍ୱାଧିନତା ସଂଗ୍ରାମୀଙ୍କ ଉପରେ ଏକାଧିକ ଫିଲ୍ମ ତିଆରି ହେଉଛି। ଓଡିଆ ସିନେପ୍ରେମୀଙ୍କ ପାଇଁ ଆଉ ଗୋଟିଏ ଖୁସି ଖବର ଆସିଛି।

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 27 Jul 2023-7:10 pm,
1/7

ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଲଢେଇ କରି ଶହୀଦ ହୋଇଥିବା ପ୍ରଥମ ସ୍ୱାଧିନତା ସଂଗ୍ରାମୀ ହେଉଛନ୍ତି ଜୟୀ ରାଜଗୁରୁ। ଅଗଷ୍ଟ ୪ରେ ସିନେମା 'ମହର୍ଷି' ମାଧ୍ୟମରେ ପରଦାରେ ଜୟୀ ରାଜଗୁରୁଙ୍କ ବୀରତ୍ୱର ଗାଥା ଦେଖିବାକୁ ମିଳିବ।  'ମହର୍ଷି' ସିନେମାଟି ସମ୍ପୂର୍ଣ୍ଣ ରୂପେ ଶହୀଦ ଜୟୀ ରାଜଗୁରୁଙ୍କ ଜୀବନୀ ଉପରେ ଆଧାରିତ ଅଛି। 

2/7

ଫିଲ୍ମରେ ଜୟୀ ରାଜଗୁରୁଙ୍କ ମାତୃଭୂମି ପ୍ରତିଥିବା ନିସ୍ୱାର୍ଥପର ପ୍ରେମ, ସମସ୍ତଙ୍କ ପ୍ରତି ସଦଭାବ, ନ୍ୟାୟ ଓ ସମାନତାର ସିଦ୍ଧାନ୍ତ ଦେଖିବାକୁ ମିଳିବ। 

3/7

'ମହର୍ଷି'ରେ ମୁଖ୍ୟ ଭୂମିକାରେ ଚନ୍ଦନ କର, ଶ୍ରୀତମ ଦାସ, ଦେବୀ ବାରିକ, ଜୀବନ ପଣ୍ତା, ଅଜୟ ପଟେଲ, ପ୍ରସାନ୍ତ ନାୟକ, ମହିମା ଦାସ, ପ୍ରତିଭା ପଣ୍ଡା, ସରୋଜ ଦାଶ, କୁସୁମ ତ୍ରିପାଠିଙ୍କୁ ଦେଖିବାକୁ ମିଳିବ। 

4/7

SDD Films ବ୍ୟାନରରେ 'ମହର୍ଷି' ସୁଟିଂ ହୋଇଥିବାବେଳେ ପ୍ରଦୀପ ସାହୁ ଏହାକୁ ତିଆରି କରିଛନ୍ତି। ସତ୍ୟବ୍ରତ ନାୟକ ଫିଲ୍ମଟିରେ ନିର୍ଦ୍ଦେଶନାର ଭାର ସମ୍ଭାଳୀଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦାୟୀତ୍ୱରେ  ମଳୟ ମିଶ୍ର ଅଛନ୍ତି। 

5/7

ସୂଚନାଯୋଗ୍ୟ, ଜୟୀ ରାଜଗୁରୁ ୧୭୩୯ ଅକ୍ଟୋବର ୨୯ ତାରିଖରେ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଖୋର୍ଦ୍ଧା ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ମୁଖ୍ୟ ସେନାପତି ଥିଲେ। 

6/7

୧୮୦୪ରେ ମହାନଦୀ କୂଳରେ ସେ ପ୍ରଥମଥର ଇଂରେଜମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ପ୍ରତିରୋଧ କରିବାପାଇଁ ସେମାନେ କେତେକ ଖଳ ଦେଶଦ୍ରୋହୀଙ୍କୁ ପ୍ରଲୋଭିତ କରି ଜୟୀ ରାଜଗୁରୁଙ୍କୁ ବନ୍ଦୀକଲେ।

7/7

୧୮୦୬ ଡିସେମ୍ବର ୬ରେ ଜୟୀ ରାଜଗୁରୁଙ୍କୁ ମେଦିନୀପୁରରେ ହତ୍ୟା କରାଯାଇଥିଲା। ମରିଗଲେ କିନ୍ତୁ ଜୟୀ ରାଜଗୁରୁ ଅତ୍ୟାଚାରୀ ଇଂରେଜମାନଙ୍କ ସାମ୍ନାରେ ନଇଁ ନଥିଲେ। ସେଥିପାଇଁ ଲୋକକଥା ପ୍ରଚଳିତ ଅଛି ଯେ, ‘ଜଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link