No Rail Service: ବିଶ୍ୱର ସେହି ଦେଶ; ଯେଉଁଠି ମିଳେ ନାହିଁ ରେଳ ସେବା

Rail Network: ଆଜିର ଦିନରେ ବିଶ୍ୱର ଅନେକ ଦେଶରେ ବୁଲେଟ ଟ୍ରେନ ଚଳାଚଳ କରୁଛି। କେତେକ ଦେଶର ବୁଲେଟ ଟ୍ରେନ ସେବା ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ହେଲେ ବିଶ୍ୱରେ ଏପରି ଦେଶ ରହିଛି ଯେଉଁଠାରେ ବର୍ତ୍ତମାନ ରେଳସେବା କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ।

Apr 08, 2023, 18:13 PM IST
1/6

ଭୂଟାନ: ଭାରତର ଅନ୍ୟତମ ପଡୋଶୀ ଦେଶ ହେଉଛି ଭୂଟାନ। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୂଟାନ ଭଳି ଦେଶରେ ଆଜିର ଦିନରେ ମଧ୍ୟ ରେଳସେବା ଉପଲବ୍ଧ ନାହିଁ। 

2/6

ଆଣ୍ଡୋରା: ଜନସଂଖ୍ୟା ଦୃଷ୍ଟିକୋଣରୁ ବିଶ୍ୱର ୧୧ ତମ ଛୋଟ ଦେଶ ହେଉଛି ଆଣ୍ଡୋରା। ୟୁରୋପ ମହାଦେଶରେ ଅବସ୍ଥିତ ଏହି କ୍ଷୁଦ୍ରକାୟ ଦେଶରେ ଆଜିର ଦିନରେ ମଧ୍ୟ ରେଳସେବା ଉପଲବ୍ଧ ନାହିଁ। 

 

3/6

କ୍ୱଏତ: ବିଶ୍ୱର ଅନ୍ୟତମ ଧନୀ ଦେଶ ଭାବରେ ଜଣାଶୁଣା କ୍ୱଏତ। ପଶ୍ଚିମ ଏସିଆରେ ଅବସ୍ଥିତ କ୍ୱଏତ ସମଗ୍ର ବିଶ୍ୱରେ ତୈଳ ସମ୍ପଦରେ ସମୃଦ୍ଧ ଏକ ଦେଶର ଭାବରେ ଜଣାଶୁଣା। ଏକ ଧନଶାଳୀ ଦେଶ ହୋଇଥଥିଲେ କ୍ୱଏତ ଆଜି ପର୍ଯ୍ୟନ୍ତ ରେଳସେବାର ଲାଭ ଉଠାଇବାରେ ସକ୍ଷମ ହୋଇନାହିଁ।

4/6

ପୂର୍ବ ତିମୋର: ଦକ୍ଷିଣ-ପୂର୍ବ ଏସିଆରେ ଅବସ୍ଥିତ ଦେଶର ପୂର୍ବ ତିମୋର ଠାରେ କୌଣସି କାର୍ଯ୍ୟକ୍ଷମ ରେଳ ନେଟୱାର୍କ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦେଶରେ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯିବା ପାଇଁ ସଡ଼କ ପଥର ବ୍ୟବହାର କରାଯାଇଥାଏ।  

5/6

ସାଇପ୍ରସ: ଦ୍ୱୀପରାଷ୍ଟ୍ର ସାଇପ୍ରସ ପଶ୍ଚିମ ଏସିଆରେ ଅବସ୍ଥିତ। ଆଜିର ଦିନରେ ଏହି ଦେଶରେ କୌଣସି କାର୍ଯ୍ୟକ୍ଷମ  ରେଳସେବା ଉପଲବ୍ଧ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୯୦୫ ମସିହାରୁ ୧୯୫୧ ପର୍ଯ୍ୟନ୍ତ ସାଇପ୍ରସ ରେଳ ନେଟୱାର୍କ ସହ ଯୋଡ଼ି ହୋଇଥିଲା।  

6/6

ଲିବିଆ: ଆଫ୍ରିକୀୟ ଦେଶ ଲିବିୟା ପୂର୍ବରୁ ରେଳ ନେଟୱାର୍କ ସହ ଯୋଡ଼ି ହୋଇଥିଲା। ଗତ ୨୦୧୧ ବର୍ଷରେ ହୋଇଥିବା ଗୃହଯୁଦ୍ଧ ସମୟରେ ରେଳ ଧାରଣାକୁ କ୍ଷତି ପହଞ୍ଚା ଯାଇଥିଲା। ସେତିକି ନୁହେଁ ୧୯୬୫ ମସିହାରୁ ଲିବିୟା ଦେଶରେ କୌଣସି ରେଳ ନେଟୱାର୍କ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ।     

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link