Income Tax: ଏହି ୫ ରୋଜଗାର ଉପରେ ଲାଗି କୌଣସି ଟ୍ୟାକ୍ସ; ଆୟକର ବିଭାଗ ପ୍ରଦାନ କରିଥାଏ ଆଶ୍ୱସ୍ତି

Income Tax Department: ଏପରି ୬ ପ୍ରକାରର ଆୟ ରହିଛି ଯେଉଁଥିରେ କୌଣସି ପ୍ରକାର ଟିକସ ଦେବାକୁ ପଡେ ନାହିଁ। ଅର୍ଥାତ ଏହି ଆୟ ଉପରୁ ଆୟକର ବିଭାଗ କୌଣସି ଟିକସ ଆଦାୟ କରେ ନାହିଁ।

Tue, 04 Jul 2023-11:57 pm,
1/7

ପ୍ରତ୍ୟେକ ଆୟକରଦାତା ସର୍ବଦା ଆୟକର ସଞ୍ଚୟ କରିବାର ଉପାୟ ଖୋଜିଥାନ୍ତି। ଏଥିପାଇଁ ସେ ବିଭିନ୍ନ ଯୋଜନାରେ ବିନିଯୋଗ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିଥାନ୍ତି। ହେଲେ କ'ଣ ଆପଣ ଜାଣଛନ୍ତି, ଏପରି ୬ ପ୍ରକାରର ଆୟ ରହିଛି ଯେଉଁଥିରେ କୌଣସି ପ୍ରକାର ଟିକସ ଦେବାକୁ ପଡେ ନାହିଁ। ଯେହେତୁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ପାଖେଇ ଆସୁଛି, ଏହି ଖବର ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |

 

2/7

ଚାକିରୀ କିମ୍ବା ବ୍ୟବସାୟରୁ ବାର୍ଷିକ ଆୟ ଉପରେ ଟିକସ ସ୍ଲାବ ଅନୁଯାୟୀ ଟିକସଦାତାଙ୍କୁ ଆୟକର ଦାଖଲ କରିବାକୁ ହୋଇଥାଏ। ହେଲେ ଆୟକର କ୍ଷେତ୍ରରେ ଅଣ-ଟିକସଯୋଗ୍ୟ ଆୟ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଅଣ କର ଯୋଗ୍ୟ ଆୟ ସେହି ଆୟକୁ ବୁଝାଏ ଯାହା ଆୟକର ଅଧିନ ନୁହେଁ।

3/7

ଆୟକର ଅଧିନିୟମ ୧୯୬୧ ଅନୁଯାୟୀ କୃଷି କ୍ଷେତ୍ରରୁ ହେଉଥିବା ଆୟକୁ ଆୟକର ସୀମା ବାହାରେ ରଖାଯାଇଛି। ଏକ ହିନ୍ଦୁ ଯୌଥ ପରିବାରର ଆୟ, ଅସ୍ଥାବର ସମ୍ପତ୍ତିରୁ ଆୟ କିମ୍ବା ପୈତୃକ ସମ୍ପତ୍ତି ଉପରେ କୌଣସି ଆୟ କର ଲାଗୁ ହୁଏ ନାହିଁ।

 

4/7

ଆୟକର ଅଧିନିୟର ଧାରା ୫୬ (୨) ଅନୁଯାୟୀ, ସମ୍ପତ୍ତି, ଟଙ୍କା, ଅଳଙ୍କାର, ଯାନବାହାନ ଇତ୍ୟାଦି ଉପହାର, ସମ୍ପର୍କୀୟଙ୍କ ଦ୍ୱାରା ଦିଆଯାଇଥିବା ଉପହାର ଟିକସ ମୁକ୍ତ ହୋଇଥାଏ। ଯଦି ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ବ୍ୟତୀତ ଅନ୍ୟ କେହି ଯଦି ଉପହାର ସ୍ୱରୂପ କିଛି ଦିଅନ୍ତି, ତାହେଲେ ଏହାକୁ କେବଳ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରାଯାଇ ପାରିବ।

5/7

ମୃତ୍ୟୁ କିମ୍ବା ଅବସର ସମୟରେ ସରକାରୀ କର୍ମଚାରୀଙ୍କ ଦ୍ୱାରା ପ୍ରାପ୍ତ ଗ୍ରାଚ୍ୟୁଇଟି ପରିମାଣ ସମ୍ପୂର୍ଣ୍ଣ ଟିକସମୁକ୍ତ। ଏହା ସହିତ, ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ଅବସର କିମ୍ବା ଅକ୍ଷମତା ଉପରେ ପ୍ରାପ୍ତ ୧୦ ଲକ୍ଷ ଟଙ୍କାର ଗ୍ରାଚ୍ୟୁଇଟି ରାଶି ଉପରେ ରିହାତି ମିଳିଥାଏ। ଆୟକର ଅଧିନିୟମ ଅନୁଯାୟୀ, ଗ୍ରାଚ୍ୟୁଇଟି ଉପରେ ଟିକସ ରିହାତି ମଧ୍ୟ ଅନ୍ୟ ସୀମା ଦ୍ୱାରା ଧାର୍ଯ୍ୟ ହୋଇଥାଏ।

 

6/7

ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଶିକ୍ଷା ସମାପ୍ତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଦିଆଯାଇଥିବା ଛାତ୍ରବୃତ୍ତି ଆୟକର ଅଧିନିୟମ ଅନୁଯାୟୀ ଟିକସ ମୁକ୍ତ। ଏହା ସହିତ ମହାବୀର ଚକ୍ର, ପରମବୀର ଚକ୍ର, ବୀର ଚକ୍ର ଏବଂ ଅନ୍ୟାନ୍ୟ ବୀରତା ପୁରସ୍କାର ବିଜେତା ଏବଂ ପେନ୍‌ସନ୍‌ଭୋଗୀଙ୍କୁ ପ୍ରାପ୍ତ ପେନ୍‌ସନ୍‌ ଉପରୁ ମଧ୍ୟ ଆୟକର ଛାଡ କରାଯାଇଛି। 

 

7/7

ଆୟକର ଅଧିନିୟମ ଧାରା ୧୦ (୧୫) ଅନୁଯାୟୀ, କେତେକ ସୁଧ ଆୟ ସମ୍ପୂର୍ଣ୍ଣ ଟିକସ ଛାଡ ବର୍ଗରେ ଆସିଥାଏ। ଯାହା ମଧ୍ୟରେ ସୁକନ୍ୟା ସମୃିଦ୍ଧି ଯୋଜନା ଅଧୀନରେ ପ୍ରାପ୍ତ ବ୍ୟାଙ୍କ ସୁଧ, ସୁନା ଜମା ବଣ୍ଡ, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଭିତ୍ତିଭୂମି ବଣ୍ଡ ଉପରେ ସୁଧ ଉପରେ କୌଣସି ଟିକସ ଆଦାୟ କରାଯାଏ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link