November 9 Financial Horoscope: ଶ୍ରବଣ ନକ୍ଷତ୍ରରେ ଶଶ ରାଜଯୋଗ, ମାଲାମାଲ୍ ହେବ ଏହି ୫ରାଶିର ଭାଗ୍ୟ

November 9 Financial Horoscope: ନଭେମ୍ବର ୯ ତାରିଖ ଶନିବାର ଶନିଙ୍କ କୃପାରେ ବୃଷ ଓ କନ୍ୟା ରାଶି ସମେତ ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି। ଶ୍ରବଣ ନକ୍ଷତ୍ରରେ ଶଶ ରାଜଯୋଗର ଶୁଭ ମିଶ୍ରଣ ଦ୍ୱାରା ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ପ୍ରଚୁର ଲାଭ ମିଳିବ । ଧନ ସମ୍ପତ୍ତି ବୃଦ୍ଧି ପାଇବ ଓ କର୍ମ ଯୋଜନା ସଫଳ ହେବ। ବ୍ୟବସାୟରେ ଆପଣଙ୍କଦିନ ଲାଭଦାୟକ ରହିବ ଏବଂ ଅଫିସରେ ଆପଣଙ୍କ ନାମ ମଧ୍ୟ ରହିବ । ଆସନ୍ତୁ ଜାଣିବା ଶନିବାରର ଆର୍ଥିକ ରାଶିଫଳ?

Rashmita Sahoo Fri, 08 Nov 2024-7:32 pm,
1/5

ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଭାଗ୍ୟଶାଳୀ  ହେବାକୁ ଯାଉଛି ଏବଂ ଆପଣଙ୍କ ଯୋଜନାର ସଫଳତା ହେତୁ ମନରେ ବହୁତ ଖୁସି ରହିବ ବ ପ୍ରସନ୍ନ ରହିବ । ସାଂସାରିକ ସୁଖର ମାର୍ଗ ଆପଣଙ୍କ ପାଇଁ ବୃଦ୍ଧି ପାଇବ। ଆପଣଙ୍କର ଅଧିକାଂଶ ସମୟ ଅତ୍ୟାବଶ୍ୟକ ଜିନିଷ କିଣିବାରେ ବିତିଯିବ। ଘରର ବଡ଼ମାନଙ୍କ ସହ ଯୁକ୍ତିତର୍କ ରୁ ଦୂରେଇ ରୁହନ୍ତୁ। ସେମାନଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

 

Also Read: Wedding Season: ନଭେମ୍ବର ୧୨ରେ ୪୦ ହଜାରରୁ ଅଧିକ ବାହାଘର, ଜାଣନ୍ତୁ କାହିଁକି ଖାସ୍ ଏ ଦିନ?

2/5

କର୍କଟ ରାଶିର ଲୋକମାନେ ଲାଭବାନ ହେବେ ଏବଂ ଆପଣଙ୍କ ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣଙ୍କୁ ଭଲ ସମ୍ପତ୍ତି ଏବଂ ଦୀର୍ଘ ଦିନର ଧନ ପ୍ରାପ୍ତି ହେବ । ନୂତନ ସମ୍ପର୍କ ସୁଦୃଢ଼ ହେବ। ରାଜନୀତି ଓ ସାମାଜିକ କ୍ଷେତ୍ରରେ ମଧ୍ୟ ସଫଳତା ମିଳିପାରେ, କେବଳ ଚେଷ୍ଟା ଜାରି ରଖନ୍ତୁ। ରାତିର ସମୟ ପରିବାର ସହିତ ଖୁସିରେ କଟିବ ଏବଂ ଆପଣଙ୍କୁ କୌଣସି ସ୍ଥାନରେ ବୁଲିବାକୁ ଯିବାର ସୁଯୋଗ ମିଳିପାରେ ।

3/5

କନ୍ୟା ରାଶିର ଲୋକମାନଙ୍କୁ ଭାଗ୍ୟ ବିଶେଷ ଭାବେ ସହାୟକ ହେବ ଏବଂ କୌଣସି ପ୍ରିୟଜନ ଆପଣଙ୍କ ପାଖକୁ ଆସିପାରନ୍ତି । ଚାକିରି ଓ ବ୍ୟବସାୟରେ ବନ୍ଧୁଙ୍କ ପୂର୍ଣ୍ଣ ସହଯୋଗ ପାଇବେ ଏବଂ ଧନ ବୃଦ୍ଧି ହେବା ପରେ ଖୁସି ହେବେ। ନିଜ ଆଖପାଖରେ ଏକ ଆନନ୍ଦଦାୟକ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ। ଅଫିସରେ ହଠାତ୍ କୌଣସି ପରିବର୍ତ୍ତନ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ମହିଳା ସହକର୍ମୀ ଏବଂ ଅଧିକାରୀମାନେ ଆପଣଙ୍କୁ ସମର୍ଥନ କରିବେ ଏବଂ ଆପଣ ଉପକୃତ ହେବେ ।

4/5

ବିଛା ରାଶିର ଲୋକଙ୍କ ପାଇଁ ଦିନଟି ଖୁସିରେ କଟିବ। ବ୍ୟବସାୟ ସମ୍ବନ୍ଧରେ ଆପଣଙ୍କୁ କାହାର ପରାମର୍ଶ ନେବାକୁ ପଡିପାରେ । ଦିନର ଦ୍ବିତୀୟ ଭାଗରେ ମହିଳା ବନ୍ଧୁଙ୍କ ସହ ସମୟ ବିତାଇବେ। ଅଫିସ ହେଉ କି ଘର, ଆପଣ ନିଜର ସମସ୍ତ ଦାୟିତ୍ୱକୁ ଭଲ ଭାବରେ ତୁଲାଇବେ । ଆପଣଙ୍କ ପରିବାର ସଦସ୍ୟ ମାନେ ଆପଣଙ୍କୁ ସାହାଯ୍ୟ କରିବେ ଏବଂ ଆପଣଙ୍କୁ ପ୍ରଚୁର ଲାଭ ଦେବେ । ପରିବାର ସଦସ୍ୟଙ୍କ ଠାରୁ ସମସ୍ତ ପ୍ରକାର ଆଶ୍ରୟ ଓ ସାହାଯ୍ୟ ମିଳିବ।

5/5

ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଶନିବାର ଦିନଟି ଶୁଭ ଅଟେ ଏବଂ ଶନିବାର ଆପଣଙ୍କ ପାଇଁ ଭଲ ସମ୍ପତ୍ତି ପ୍ରାପ୍ତିର ସମ୍ଭାବନା ରହିଛି । ହଜିଯାଇଥିବା ଟଙ୍କା ଫେରସ୍ତ ପାଇପାରନ୍ତି। ଆଲୋଚନା ମାଧ୍ୟମରେ କୌଣସି କଠିନ ସମସ୍ୟାର ସମାଧାନ ହେବ। ଆପଣଙ୍କ ଯୋଜନା ସଫଳ ହେବ ଏବଂ ଆପଣଙ୍କ ପାଇଁ ଉନ୍ନତିର ସମ୍ଭାବନା ସୃଷ୍ଟି ହେବ । ଆପଣଙ୍କୁ ଭେଟିବା ପାଇଁ କେହି ଆପଣଙ୍କ ଘରକୁ ଆସିପାରନ୍ତି। ଘରର ଧନ ସମ୍ପତ୍ତି ବିଷୟରେ କାହା  ସହ କଥା ହୁଅନ୍ତୁ ନାହିଁ। ପ୍ରତିକୂଳ ପରିସ୍ଥିତି ଉପୁଜିପାରେ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link