Aja ekadashi 2024 : ଅଜା ଏକାଦଶୀରେ ସୃଷ୍ଟି ହେଉଛି ମହାସଂଯୋଗ, ୫ ରାଶିଙ୍କର ହେବ ଭାଗ୍ୟ ଉଦୟ

ଆଜି ୨୯ ଅଗଷ୍ଟ ଗୁରୁବାର ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଅଜା ଏକାଦଶୀ ପାଳନ କରାଯାଉଛି। ଭୋର ୧ଟା ବାଜି ୧୯ ମିନିଟରୁ ଅଜା ଏକାଦଶୀ ତିଥି ଆରମ୍ଭ ହେଉଛି। ଏହା ୩୦ ତାରିଖ ଶୁକ୍ରବାର ଦିନ ରାତି ୧ଟା ୩୭ ମିନିଟରେ ଶେଷ ହେବ। ଏହି ସମୟରେ ୩ଟି ମହାସଂଯୋଗ ସୃଷ୍ଟି ହେଉଛି। ଭଗବାନ ବିଷ୍ଣୁଙ୍କୁ ଗୁରୁବାର ସମର୍ପିତ ରହିଛି। ସେହିପରି ସର୍ୱାର୍ଥ ସିଦ୍ଧି ଓ ସିଦ୍ଧି ଯୋଗ ଏକ ସଂଗେ ପାଳନ କରାଯାଉଛି।

Prabhudatta Moharana Thu, 29 Aug 2024-8:33 am,
1/5

ମିଥୁନ ରାଶି ଅଜା ଏକାଦଶୀରେ ସର୍ୱାର୍ଥ ସିଦ୍ଧି ଓ ସିଦ୍ଧି ଯୋଗ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ ଲାଭ ଦାୟକ ସାବ୍ୟସ୍ତ ହେବାକୁ ଯାଉଛି। ଆୟରେ ବୃଦ୍ଧି ହେବ। ପ୍ରତିଟି କାର୍ଯ୍ୟରେ ସଫଳତା ହାସଲ କରିବେ। ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଏହି ରାଶି ଉପରେ ବିଶେଷ କୃପାଦୃଷ୍ଟି ରହିବ। 

2/5

ସିଂହ ରାଶି ସିଂହ ରାଶିର ଲୋକମାନଙ୍କ ସମ୍ମାନ ବୃଦ୍ଧି ହେବ। ଆତ୍ମବିଶ୍ୱାସରେ ମଧ୍ୟ ବୃଦ୍ଧି ହେବ। ନୂତନ କର୍ମକ୍ଷେତ୍ରରୁ ସୁଯୋଗ ମିଳିପାରେ। ତେବେ ବୁଝି ବିଚାରୀ ନିଷ୍ପତ୍ତି ନିଅନ୍ତୁ। ଶିକ୍ଷକତା କରୁଥିବା ବ୍ୟକ୍ତିବିଶେଷଙ୍କୁ ସଫଳତା ମିଳିବ। ଭଗବାନ ବିଷ୍ଣୁଙ୍କ ଅପାର କୃପା ଲାଭ କରିବେ। 

3/5

କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅଜା ଏକାଦଶୀ ବେଶ ଲାଭଦାୟକ ରହିବ। ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଆଶିଷ ଲାଭ ହେବ। ବ୍ୟବସାୟରେ ମୋଟା ଅଙ୍କର ଲାଭ କରିବେ। ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି। ଆପଣଙ୍କୁ ପରିଶ୍ରମର ଫଳ ଖୁବଶୀଘ୍ର ମିଳିବ। 

4/5

ବିଛା ରାଶି ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇ ଦିନଟି ବେଶ ଫଳପ୍ରଦ ରହିବ। ଅଜା ଏକାଦଶୀରେ ଚାକିରିଆଙ୍କର ରହିଛି ପଦୋନ୍ନତି ସୁଯୋଗ। ପ୍ରତିଟି କାର୍ଯ୍ୟରେ ସଫଳତାର ଶୀର୍ଷ ଛୁଇଁବେ। ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଆଶିର୍ବାଦ ଲାଭ କରିବେ। ଜୀବନରେ ସୁଖ ସମୃଦ୍ଧିର ବୃଦ୍ଧି ହେବ। 

5/5

ମକର ରାଶି ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭ ଦାୟକ ରହିବ। ବାଦବିବାଦରୁ ଦୁରେଇ ରୁହନ୍ତୁ। ଆପଣଙ୍କୁ ପ୍ରତିଟି କାର୍ଯ୍ୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ପରିବାରରେ ଖୁସି ବୃଦ୍ଧି ପାଇବ। ଭଗବାନ ବିଷ୍ଣୁଙ୍କ ଆଶିର୍ବାଦ ଲାଭ କରିବେ। 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link