Katas Raj Temple: ଏହି ମନ୍ଦିରକୁ ଆସିବା ପରେ କାନ୍ଦିଥିଲେ ଭଗବାନ ଶିବ, ପାଣ୍ଡବ କରିଥିଲେ ଏହାର ନିର୍ମାଣ

Pakistan Hindu Temple: ପାକିସ୍ତାନ ପଞ୍ଜାବ ପ୍ରଦେଶର ଚକବାଲ ଜିଲ୍ଲାରେ ଅବସ୍ଥିତ କଟାସ ରାଜ ମନ୍ଦିର ସହ ଅନେକ ଧାର୍ମିକ ବିଶ୍ୱାସ ଜଡ଼ିତ ରହିଛି।

Thu, 16 Feb 2023-10:07 pm,
1/7

ମହାଶିବରାତ୍ରୀ ପାଳନ ଲାଗି ଗୁରୁବାର ଅଟାରୀ-ୱାଘା ସୀମା ଦେଇ ପାକିସ୍ତାନ ଅଭିମୁଖେ ଯାତ୍ରା କରିବ ଏହି ଯାତ୍ରାରେ ସାମିଲ ହେଉଥିବା ହିନ୍ଦୁ ଗୋଷ୍ଠୀ। କଟାସ୍ ରାଜ ମନ୍ଦିର ପରିସରରେ ମହାଶିବରାତ୍ରୀ ପାଳନ କରିବାର ମୁଖ୍ୟ କାର୍ଯ୍ୟକ୍ରମ ୧୮ ଫେବୃଆରୀରୁ ଆରମ୍ଭ ହେବ। ତୀର୍ଥଯାତ୍ରୀ ପ୍ରାଚୀନ ମନ୍ଦିରସ୍ଥିତ ଅମର କୁଣ୍ଡରେ ପବିତ୍ର ବୁଡ଼ ପକାଇବେ। ସେମାନେ ସେଠାରେ ମହାଶିବରାତ୍ରୀ ଦୀପ ମଧ୍ୟ ଜଳାଇବେ।

2/7

କଟାସ ରାଜ ମନ୍ଦିର କିଲା କଟାସ ନାମରେ ମଧ୍ୟ ଜଣାଶୁଣା। ଚାଲିବା ପଥ ଦ୍ୱାରା ସଂଯୁକ୍ତ ଏହି ମନ୍ଦିରରେ ଆହୁରି ଅନେକ ମନ୍ଦିର ରହିଛି। କଟାସ ରାଜ ମନ୍ଦିର ପାକିସ୍ତାନ ପଞ୍ଜାବ ପ୍ରଦେଶର ଚକୱାଲ ଗ୍ରାମ ଠାରୁ ପ୍ରାୟ ୪୦ କିଲୋମିଟର ଦୂର ପୋଟୋହର ମାଳଭୂମି ଅଞ୍ଚଳରେ ଅବସ୍ଥିତ। ପୌରାଣିକ କାଳରୁ ଏହି ମନ୍ଦିର ସହିତ ଅନେକ ବିଶ୍ୱାସ ଜଡିତ ରହିଛି। ଏହି କାରଣରୁ ଏହି ମନ୍ଦିର ପ୍ରତି ହିନ୍ଦୁ ସମ୍ପ୍ରଦାୟର ବହୁତ ବିଶ୍ୱାସ ରହିଛି।

 

3/7

ଏହି ମନ୍ଦିର ସହିତ ଜଡିତ ରହିଥିବା ବିଶ୍ୱାସ ହେଉଛି ଯେ ଯେତେବେଳେ ସତୀ ତାଙ୍କ ପିତା ଦକ୍ଷଙ୍କ ଯଜ୍ଞ କୁଣ୍ଡରେ ଆତ୍ମଦାହ କରିଥିଲେ, ସେତେବେଳେ ତାଙ୍କ ବିୟୋଗରେ ଭଗବାନ ଶିବ କାନ୍ଦି ପକାଇଥିଲେ।

 

4/7

ଭଗବାନ ଶିବଙ୍କ ଲୁହରୁ ଦୁଇଟି କୁଣ୍ଡ ତିଆରି ହୋଇଥିଲା। ଯେଉଁଥିରୁ ଗୋଟିଏ କୁଣ୍ଡର ନାଁ ହେଉଛି କଟାକ୍ଷ କୁଣ୍ଡ। ସେହି ସ୍ଥାନରେ ନିର୍ମିତ ଏହି କଟାକ୍ଷ କୁଣ୍ଡ ଏବଂ ଶିବ ମନ୍ଦିର ବର୍ତ୍ତମାନ ପାକିସ୍ତାନ ଠାରେ ଅବସ୍ଥିତ ରହିଛି। ଭଗବାନ ଶିବଙ୍କ ଲୁହରେ ନିର୍ମିତ ଦ୍ୱିତୀୟ କୁଣ୍ଡ ରାଜସ୍ଥାନ ପୁଷ୍କର ଠାରେ ରହିଛି।

5/7

ଏହା ମଧ୍ୟ କୁହାଯାଏ ଯେ କଟାସ ରାଜ ମନ୍ଦିର ପରିସରରେ ନିର୍ମିତ ସାତୋଟି ମନ୍ଦିର ମହାଭାରତ ସମୟରେ ପାଣ୍ଡବଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ପାଣ୍ଡବ ସେମାନଙ୍କର ନିର୍ବାସନର ପ୍ରାୟ ୪ ବର୍ଷ ଏଠାରେ ବିତାଇଥିଲେ।

 

6/7

କୁହାଯାଏ ଯେ ପାଣ୍ଡବ ସେମାନଙ୍କ ରହିବା ପାଇଁ ଏଠାରେ ସାତୋଟି କୋଠା ନିର୍ମାଣ କରିଥିଲେ। ଏହି କୋଠା ବର୍ତ୍ତମାନ ସାତୋଟି ମନ୍ଦିର ଭାବରେ ଜଣାଶୁଣା। ଏହା ମଧ୍ୟ କୁହାଯାଏ ଯେ ଏହି ପୋଖରୀ କୂଳରେ ଯୁଧିଷ୍ଠିର ଏବଂ ଯକ୍ଷଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା।

7/7

ଧାର୍ମିକ ସ୍ଥାନ ପରିଦର୍ଶନ ଉପରେ ୧୯୭୪ ଦ୍ୱିପାକ୍ଷିକ ପ୍ରୋଟୋକଲ୍ ଅନୁଯାୟୀ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ କଟାସ୍ ରାଜ ମନ୍ଦିର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link