EMF Detector: ସାଧାରଣ ନୁହେଁ ରଙ୍ଗୀନ ଆଲୋକ ଦେଉଥିବା ଏହି ଉପକରଣ; କରିଥାଏ ଅସମ୍ଭବ କାର୍ଯ୍ୟ

What is EMF Detector: ଆପଣ କେବେ ନାଁ କେବେ ଦେଖିଥିବେ ଯେ ଭୂତ ପ୍ରେତ ସହ ଜଡ଼ିତ ଅସାଧାରଣ କାର୍ଯ୍ୟକଳାପ ଉପରେ ଅନୁସନ୍ଧାନ କରୁଥିବା ଅନୁସନ୍ଧାନକାରୀ ଏକ ପ୍ରକାରର ସ୍ୱତନ୍ତ୍ର ଉପକରଣ ବ୍ୟବହାର କରିଥାନ୍ତି। ଯେଉଁଥିରେ ରଙ୍ଗୀନ ଆଲୋକ ବ୍ୟବହାର କରାଯାଇଥାଏ। ହେଲେ ଏହି ଉପକରଣକୁ ଅନୁସନ୍ଧାନକାରୀ କାହିଁକି ବ୍ୟବହାର କରିଥାନ୍ତି ତାହା ପଛରେ ରହିଥିବା କାରଣ ବିଷୟରେ ଆପଣ ହୁଏତ ଜାଣି ନଥାଇ ପାରନ୍ତି। ସେ ବିଷୟରେ ଆପଣଙ୍କ ପାଖରେ କୌଣସି ଧାରଣା ମଧ୍ୟ ନ ଥାଇପାରେ। ଏବେ ଆମେ ଆପଣଙ୍କୁ ସେହି ଉପକରଣ ବିଷୟରେ କହିବାକୁ ଯାଉଛୁ। ଯାହା ଦ୍ୱାରା ଆପଣ ବୁଝିପାରିବେ ଯେ ଏହି ଉପକରଣ କେଉଁ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ ଏବଂ ଏହା କିପରି କାମ କରିଥାଏ।

Tue, 26 Dec 2023-1:46 am,
1/5

ଆମେ ଆପଣଙ୍କୁ ଯେଉଁ ଉପକରଣ ବିଷୟରେ କହୁଛୁ ତାହାର ନାଁ ହେଉଛି "EMF Detector" (Electro Magnetic Field Detector)। ଏହି ଉପକରଣ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଉଛି ଯେଉଁଠାରେ ଏକ ବwଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ର ଉପସ୍ଥିତ ରହିଥାଏ, ତାହା ଏହି ଉପକରଣ ମାଧ୍ୟମରେ କିଛି ମିନିଟ୍ ମଧ୍ୟରେ ଚିହ୍ନଟ ହୋଇଥାଏ।

2/5

ଏହି ଉପକରଣ ବିଜ୍ଞାନ କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ଯାହାକୁ ଅନେକ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଅଧିକାଂଶ ଲୋକ ଏହାକୁ "EMF Detector" କିମ୍ବା "EMF Device" ନାମରେ ଜାଣିଥାନ୍ତି।

 

3/5

ହେଲେ ଏହି ଉପକରଣକୁ ବିକ୍ରୟ କରିବା ପାଇଁ ଏହାକୁ ଭୂତ ଚିହ୍ନଟ କରୁଥିବା ଉପକରଣ (Ghost Detector Device) ନାମରେ ଅନଲାଇନ୍ ସପିଂ ୱେବସାଇଟ ଠାରେ ତାଲିକାଭୁକ୍ତ କରାଯାଇଥାଏ। 

 

4/5

କିଛି ଲୋକ ବିଶ୍ୱାସ କରିଥାନ୍ତି ଯେ ଭୂତ ପ୍ରେତ ଯେଉଁ ସ୍ଥାନରେ ଉପସ୍ଥିତ ରହିଥାନ୍ତି ସେଠାରେ ଏକ ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କ ପାଖରେ "Electromagnetic Field Detector" ଭଳି ଉପକରଣ ରହିଛି ଏବଂ ହଠାତ୍ କିଛି ସମୟ ମଧ୍ୟରେ କୌଣସି ଏକ ସ୍ଥାନରେ ଏକ ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ର ମିଳିଯାଏ, ତାହେଲେ ସେଠାରେ ଭୂତ ଉପସ୍ଥିତ ରହିଥାଇ ପାରନ୍ତି।

 

5/5

ହେଲେ ଏପରି କଥାରେ କେତେ ସତ୍ୟତା ରହିଛି ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ। ଆପଣଙ୍କୁ କହିରଖୁଛୁ ଯେ ଭୂତ ପ୍ରେତ ସହ ଜଡ଼ିତ ଅସାଧାରଣ କାର୍ଯ୍ୟକଳାପ ଉପରେ ଅନୁସନ୍ଧାନ କରୁଥିବା ଅନୁସନ୍ଧାନକାରୀ "EMF Device" ଭଳି ଉପକରଣକୁ ବହୁତ ବ୍ୟବହାର କରିଥାନ୍ତି। ଏହି କାରଣରୁ ଏହା  ଭୂତ ଚିହ୍ନଟ କରୁଥିବା ଉପକରଣ ନାମରେ ବିକ୍ରି ହେବା ଆରମ୍ଭ ହୋଇୟାଇଥିଲା। ଏହି ଉପକରଣକୁ କେବଳ ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ରକୁ ଚିହ୍ନଟ କରିବା ପାଇଁ ବିକସିତ କରାଯାଇଥିଲା। ଯାହା ଅନଲାଇନ୍ ସପିଂ ୱେବସାଇଟ ଠାରେ ୨ ହଜାରରୁ ୫୦୦୦ ଟଙ୍କାରେ ବିକ୍ରି ହେଉଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link