Health Tips: କୋଲେଷ୍ଟ୍ରଲ୍ କମ୍ କରିଥାଏ ଏହିସବୁ ଡ୍ରିଙ୍କସ୍...

Health Tips: କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଉ ଏହି ସମ୍ପଦର ସଠିକ୍ ଭାବରେ ଦାୟିତ୍ୱ ନେବା ଆମ କର୍ତ୍ତବ୍ୟ। ଶରୀର ସୁସ୍ଥ ରହିଲେ ଜଣେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାଏ। ଆମ ସ୍ୱାସ୍ଥ୍ୟ ଆମେ ଖାଉଥିବା ଖାଦ୍ୟପେୟ ସହ ପ୍ରତ୍ୟକ୍ଷ ଭାବେ ଜଡିତ। ସବୁବେଳେ ଉତ୍ତମ ଓ ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ ଖାଇବା ଉଚିତ୍। ତେବେ ଆଜି ଆମେ ଏମିତି କିଛି ପାନୀୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ କୋଲେଷ୍ଟ୍ରଲକୁ ମଧ୍ଯ କମ କରିଥାଏ ।

Tue, 30 May 2023-5:21 pm,
1/5

ଅଙ୍ଗୁର ରସ- ଅଙ୍ଗୁରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ପରିମାଣରେ ରହିଥାଏ । କୋଲେଷ୍ଟ୍ରଲ ସମସ୍ୟାରେ ପୀଡିତ ଲୋକମାନେ ଦୈନିକ ଅଙ୍ଗୁର ରସ ପିଇବା ଉଚିତ୍।

2/5

ସୋୟା ମିଲ୍କ- ସୋୟା ମିଲ୍କରେ ପ୍ରୋଟିନ୍ ଓ କାର୍ବୋହାଇଡ୍ରେଟ ପ୍ରଚୁର ପରିମାଣରେ ଥାଏ। ଏହାକୁ ଦୈନନ୍ଦିନ ପାନୀୟ ଭାବେ ବ୍ୟବହାର କଲେ ଅନେକ ଲାଭଦାୟୀ ହୋଇଥାଏ। ଏହାକୁ ପିଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ନିୟନ୍ତ୍ରିତ ରହିଥାଏ।

3/5

ଟମାଟୋ ଜୁସ- ଟୋମାଟୋରେ ଲାଇକେପିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। ଏଥିରେ ଜଳୀୟ ଅଂଶ ମାତ୍ରା ପରିମାଣରେ ଥିବାରୁ ଖରାଦିନେ ଏହାକୁ ପିଇବା ବେଶ ଲାଭଦାୟୀ ହୋଇଥାଏ । ଏହା ହାଇକୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

 

4/5

ଗ୍ରୀନ ଟି- ଶରୀରରେ ଖରାପ କୋଲେଷ୍ଟ୍ରଲ କମାଇବା ପାଇଁ ଗ୍ରୀନ ଟି ସଞ୍ଜିବନୀ ପରି କାମ କରିଥାଏ। ଏଥିରେ ପ୍ରଚୁର ପରିମାଣର କାଟେଚିନ୍ ଓ ଏପିଗାଲୋକାଟେଚିନ୍ ରହିଥାଏ, ଯାହା କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରେ।

5/5

ଓଟ୍‌ସ ମିଲ୍କ- ସ୍ୱାସ୍ଥ୍ୟ ପାଇଁ ଓଟ୍‌ସ ମିଲ୍କ ବହୁତ ଜରୁରୀ ଅଟେ। ଏଥିରେ ଥିବା ବିଟା ଗ୍ଲୁକୋନ ଶରୀରରେ କୋଲେଷ୍ଟ୍ରଲ କମାଇବାରେ ସାହାଯ୍ୟ କରେ। ପ୍ରତିଦିନ ସକାଳେ ଓଟ୍‌ସ ମିଲ୍କ ପିଇବା ଦ୍ବାରା ସୁଫଳ ମିଳିଥାଏ ।

ପ୍ରତ୍ୟାଖାନ: କୌଣସି ଟିପ୍ସକୁ ଆପଣେଇବା ପୂର୍ବରୁ ନିଶ୍ଚିତ ଭାବେ ଡାକ୍ତର କିମ୍ବା ଡାଏଟିସିଆନଙ୍କ ପରାମର୍ଶ ନିଅନ୍ତୁ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link